ନୂଆଦିଲ୍ଲୀ: ପୁଣି ଗିରଫ ହେଲେ ଦିଲ୍ଲୀ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ । ସିବିଆଇ ଦ୍ବାରା ଗିରଫ ହୋଇ ତିହାର ଜେଲରେ ଥିବା ସିସୋଦିଆଙ୍କୁ ଆଜି (ଗୁରୁବାର) ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଗିରଫ କରିଛି । ପୂର୍ବାହ୍ନରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଏକ ଟିମ ତିହାର ଜେଲରେ ପହଞ୍ଚି ସିସୋଦିଆଙ୍କୁ ଜେରା ଜାରି ରଖିଥିଲା । ସିବିଆଇ ଷ୍ଟାଇଲରେ ଇଡି ମଧ୍ୟ ଏକାଧିକ ଘଣ୍ଟା ଜେରା ପରେ ସିସୋଦିଆଙ୍କୁ ଗିରଫ କରିଛି ।
-
Enforcement Directorate (ED) after questioning Former Delhi deputy CM Manish Sisodia in Tihar Jail arrested him in the liquor policy case.
— ANI (@ANI) March 9, 2023 " class="align-text-top noRightClick twitterSection" data="
">Enforcement Directorate (ED) after questioning Former Delhi deputy CM Manish Sisodia in Tihar Jail arrested him in the liquor policy case.
— ANI (@ANI) March 9, 2023Enforcement Directorate (ED) after questioning Former Delhi deputy CM Manish Sisodia in Tihar Jail arrested him in the liquor policy case.
— ANI (@ANI) March 9, 2023
ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ସିସୋଦିଆ ଏବେ ତିହାର ଜେଲର ବିଚାର ବିଭାଗୀୟ ହାଜତରେ ରହିଛନ୍ତି । 20 ତାରିଖ ପର୍ଯ୍ୟନ୍ତ ସେ ବିଚାର ବିଭାଗୀୟ ହାଜତରେ ରହିବେ । ଆଜି ପୂର୍ବାହ୍ନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଅଧିକାରୀ ଜେଲରେ ପହଞ୍ଚି ସିସୋଦିଆଙ୍କୁ ଜେରା ଆରମ୍ଭ କରିଥିଲା । ତେବେ ଏକାଧିକ ଘଣ୍ଟା ଜେରା କରିବା ପରେ ସଂଧ୍ୟାରେ ଗିରଫ କରିଥିବା ସୂଚନା ମିଳିଛି । ପୂର୍ବରୁ ମଧ୍ୟ ସେ ଏହି ମାମଲାରେ ଇଡି ସମନର ସାମ୍ନା କରି ସାରିଥିଲେ ସୁଦ୍ଧା ଗିରଫ ହୋଇନଥିଲେ ।
ଗତମାସ (ଫେବୃଆରୀ) 26 ତାରିଖରେ ସିବିଆଇରେ ହାଜର ହୋଇଥିଲେ ସିସୋଦିଆ । ତାଙ୍କୁ ୮ ଘଣ୍ଟା ଜେରା କରିବା ପରେ ସିବିଆଇ ସଂଧ୍ୟାରେ ଗିରଫ କରିଥିଲା । ମାମଲାର ପ୍ରମାଣ ନଷ୍ଟ କରିବା ଓ ତଦନ୍ତରେ ସହଯୋଗ ନକରିବା ଅଭିଯୋଗରେ ତାଙ୍କୁ ସିବିଆଇ ଗିରଫ କରିଥିଲା । ଗିରଫଦାରୀର ଗୋଟିଏ ଦିନ ପରେ ତାଙ୍କୁ ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟରେ ହାଜର କରି 5 ଦିନିଆ ରିମାଣ୍ଡରେ ଆଣିଥିଲା ସିବିଆଇ ।
ଏହା ମଧ୍ୟ ପଢନ୍ତୁ :-Delhi excise policy: ତିହାର ଜେଲରେ ସିସୋଦିଆଙ୍କୁ ଜେରା କରୁଛି ଇଡି
ପ୍ରଥମ ପର୍ଯ୍ୟାୟ ରିମାଣ୍ଡରେ ସହଯୋଗ ନକରିବା କାରଣରୁ ଦ୍ବିତୀୟ ପର୍ଯ୍ୟାୟରେ ମଧ୍ୟ ଦୁଇ ଦିନ ରିମାଣ୍ଡକୁ ମିଶାଇ ସିବିଆଇ ସିସୋଦିଆଙ୍କୁ ମୋଟ ୭ ଦିନ ଜେରା କରିସାରିଛି । ଏବେ ସେ ୨୦ ତାରିଖ ଯାଏ ବିଚାର ବିଭାଗୀୟ ହାଜତରେ ରହିଛନ୍ତି । ସମାନ ମାମଲାରେ ଅନ୍ୟ ଏକ କେନ୍ଦ୍ରୀୟ ସଂସ୍ଥା ତାଙ୍କୁଜେରା କରିବା ପରେ ପୁଣି ଗିରଫ କରିଛି । ଏବେ ଇଡି ତାଙ୍କୁ ଗିରଫ କରିବା ପରେ ରିମାଣ୍ଡରେ ନେଇ ଜେରା କରିବାକୁ ଆବେଦନ କରିପାରେ ବୋଲି ସୂଚନା ମିଳିଛି । ସିବିଆଇର ଗିରଫଦାରୀ ବିରୋଧରେ ସର୍ବୋଚ୍ଚ କୋର୍ଟରେ ଆଶ୍ରୟ ନେଇଥିବା ସିସୋଦିଆ ସେଠାରୁ ମଧ୍ୟ ନିରାଶ ହୋଇସାରିଛନ୍ତି । ଏବେ ସିସୋଦିଆଙ୍କ ଅଡୁଆ ପୁଣି ବଢିବାକୁ ଯାଉଛି । ସମାନ ମାମଲାରେ କେସିଆରଙ୍କ ଝିଅ କବିତା ମଧ୍ୟ ୧୧ ତାରିଖରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ