ETV Bharat / bharat

ଦଳୀୟ କର୍ମୀ ଉତ୍ସବ ପାଳିଲେ, ପୋଲିସ ଅଧିକାରୀ ନିଲମ୍ବିତ ହେଲେ

author img

By

Published : May 2, 2021, 10:40 PM IST

ତାମିଲନାଡ଼ୁରେ ଡିଏମକେ କର୍ମୀଙ୍କୁ ବିଜୟ ଉତ୍ସବ ପାଳିବାକୁ ରୋକି ପାରିଲେ ନାହିଁ ପୋଲିସ । ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କଲେ ନିର୍ବାଚନ କମିଶନ । ଅଧିକ ପଢ଼ନ୍ତୁ...

ଦଳୀୟ କର୍ମୀ ଉତ୍ସବ ପାଳିଲେ, ପୋଲିସ ଅଧିକାରୀ ନିଲମ୍ବିତ ହେଲେ
ଦଳୀୟ କର୍ମୀ ଉତ୍ସବ ପାଳିଲେ, ପୋଲିସ ଅଧିକାରୀ ନିଲମ୍ବିତ ହେଲେ

ଚେନ୍ନାଇ: ତାମିଲନାଡ଼ୁରେ ଡିଏମକେ କର୍ମୀଙ୍କୁ ବିଜୟ ଉତ୍ସବ ପାଳିବାକୁ ରୋକି ପାରିଲେ ନାହିଁ ପୋଲିସ । ପୋଲିସ ଅଧିକାରୀଙ୍କୁ ନିଲମ୍ବିତ କଲେ ନିର୍ବାଚନ କମିଶନ । ବିଜୟ ପରେ ପ୍ରସେସନ, ରାଲି ବା କୌଣସି ପ୍ରକାର ବିଜୟ ଉତ୍ସବ ପାଳନ କରିବା ଉପରେ କଟକଣା ଜାରି କରିଥିଲେ ନିର୍ବାଚନ କମିଶନ। ଏଥିରେ ଖିଲାପ କଲେ ଦଳୀୟ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ନେଇ ନିର୍ଦ୍ଦେଶ ରହିଥିଲା ।

ତେବେ ନିର୍ବାଚନ କମିଶନରଙ୍କ ଏହି ନିର୍ଦ୍ଦେଶକୁ ଖାତିର କରି ନଥିଲେ ଡିଏମକେ ଦଳୀୟ କର୍ମୀ । ଗୁରୁତ୍ବପୂର୍ଣ୍ଣ ବା ସମ୍ବେଦନଶୀଳ ବିଧାନସଭା ଆସନରେ ବିଜୟୀ ହୋଇଥିଲା ଡିଏମକେ। ଏହାପରେ ନିର୍ବାଚନ କମିଶନ ନିର୍ଦ୍ଦେଶକୁ ଖିଲାପ କରି ଚେନ୍ନାଇରେ ଥିବା ଡିଏମକେ ମୁଖ୍ୟ କାର୍ଯ୍ୟାଳୟ ସମ୍ମୁଖରେ ଶତାଧିକ କର୍ମୀ ଏକତ୍ରୀତ ହେବା ସହ ବାଣ ଫୁଟାଇ ଖୁସି ମନାଇଥିଲେ । ଏହାକୁ ତାଗିଦ କରିଛନ୍ତି ନିର୍ବାଚନ କମିଶନ ।

ଏହାକୁ ନେଇ ତେନାମାପେଟ ପୋଲିସ ଅଧିକାରୀ ମୁରଲୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି । ଏହାକୁ ନେଇ ତାମିଲନାଡ଼ୁ ମୁଖ୍ୟ ଶାସନ ସଚିବଙ୍କୁ ଏକ ନିର୍ଦ୍ଦେଶନାମା ପ୍ରେରଣ କରିଛନ୍ତି ନିର୍ବାଚନ କମିଶନ । କୋରୋନା ଭାଇରସ ଅନିୟନ୍ତ୍ରିତ ଭାବରେ ବଢ଼ି ଛାଲିଥିବାରୁ କୌଣସି ସ୍ଥାନରେ ବିଜୟ ସଭା, ସମିତି, ରାଲି ଉପରେ କଟକଣା ଜାରି ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.