ETV Bharat / bharat

Eastern Ladakh Row: ଖୁବଶୀଘ୍ର ନୂଆଦିଲ୍ଲୀରେ ବସିବ ଭାରତ-ଚୀନ ସାମରିକ ବୈଠକ

ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଜାରି ହୋଇଥିବା ବିବୃତ୍ତି ଅନୁସାରେ ଭାରତ ଏବଂ ଚୀନ ମଧ୍ୟରେ ଶୁବଶୀଘ୍ର 19ତମ ବରିଷ୍ଠ କମାଣ୍ଡର ସ୍ତରୀୟ ବୈଠକ ଅନୁଷ୍ଠିତ ହେବ । ଅଧିକ ପଢନ୍ତୁ

Eastern Ladakh Row
ଖୁବଶୀଘ୍ର ନୂଆଦିଲ୍ଲୀରେ ବସିବ ସାମରିକ ବୈଠକ
author img

By

Published : Jun 1, 2023, 12:29 PM IST

ନୂଆଦିଲ୍ଲୀ: ଭାରତ ଓ ଚୀନ ମଧ୍ୟରେ ବୁଧବାର ପୂର୍ବାଞ୍ଚଳ ଲଦାଖ ସ୍ଥିତିକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଛି । ଏଥିରେ ପୂର୍ବ ଲଦାଖ ପ୍ରକୃତ ନିୟନ୍ତ୍ରଣ ରେଖା (LAC) ବର୍ତ୍ତମାନ ସ୍ଥିତିର ସମୀକ୍ଷା ହୋଇଛି । ଖୁବଶୀଘ୍ର ନୂଆଦିଲ୍ଲୀରେ ସାମରିକ ବୈଠକ ହେବା ନେଇ ସୂଚନା ମିଳିଛି । ବୈଠକରେ ଉତ୍ତେଜନାପୂର୍ଣ୍ଣ ସ୍ଥାନରେ ସୈନ୍ୟ ପ୍ରତ୍ୟାହାର ହୋଇଥିବା ଜଣାପଡିଛି । ଆଗାମୀ ଦିନରେ ସାମରିକ ବୈଠକ ହେବା ନେଇ ଦୁଇ ଦେଶ ରାଜି ହୋଇଛନ୍ତି ।

ଉତ୍ତେଜନା ସୀମା ବିବାଦ ଭିତରେ ଭାରତ ଓ ଚୀନ ମଧ୍ୟରେ ୱାର୍କିଂ ମେକାନିଜିମ କମିଟି (WMCC) 27ତମ ବୈଠକ ଶେଷ ହୋଇଛି । ଭାରତୀୟ ପ୍ରତିନିଧୀ ଦଳ ବୈଦେଶିକ ମନ୍ତ୍ରଣାଳୟର ପୂର୍ବ-ଏସିଆ ବ୍ୟାପାର ଯୁଗ୍ମ ସଚିବଙ୍କ ନେତୃତ୍ୱରେ ଚୀନ୍ ପ୍ରତିନିଧୀ ଦଳ ସହ ଆଲୋଚନା କରିଛି । ସେହିପରି ଚୀନ୍ ପ୍ରତିନିଧି ମଣ୍ଡଳୀର ନେତୃତ୍ବ ଚୀନ ବୈଦେଶିକ ମନ୍ତ୍ରଣାଳୟର ସୀମା ତଥା ସାମୁଦ୍ରିକ ବ୍ୟାପାର ବିଭାଗର ମହାନିର୍ଦ୍ଦେଶକ ନେଇଥିବା ସୂଚନା ମିଳିଛି । ବୈଠକରେ ଦୁଇ ଦେଶ ମଧ୍ୟରେ ପୂର୍ବାଞ୍ଚଳ ପ୍ରକୃତ ନିୟନ୍ତ୍ରଣ ରେଖା ନିକଟ ସ୍ଥିତିର ସମୀକ୍ଷା ହୋଇଛି । ଦୁଇ ଦେଶ ମଧ୍ୟ ଉତ୍ତେଜନାପୂର୍ଣ୍ଣ ସ୍ଥାନରେ ସୈନ୍ୟ ପ୍ରତ୍ୟାହାର ନେଇ ମଧ୍ୟ ଚର୍ଚ୍ଚା ହୋଇଛି ।

ବୈଦେଶିକ ମନ୍ତ୍ରଣାଳୟ ସୂଚନା ଅନୁସାରେ ଭାରତ-ଚୀନ ସୀମା ବିବାଦକୁ ନେଇ ୱାର୍କିଂ ମେକାନିଜିମ କମିଟି (WMCC) 27ତମ ବୈଠକ ହୋଇଛି । ଦ୍ବିପାକ୍ଷିକ ବୁଝାମଣା ଏବଂ ପ୍ରୋଟକଲ ଦ୍ବାରା ଖୁବଶୀଘ୍ର 19ତମ ବରିଷ୍ଠ କମାଣ୍ଡ ସ୍ତରୀୟ ବୈଠକ ଆୟୋଜିତ ନେଇ ଦୁଇ ଦେଶ ସହମତି ପ୍ରକାଶ କରିଛନ୍ତି । 2020ରେ ଗଲୱାନ ଘାଟିରେ ଭାରତ ଓ ଚୀନ ମଧ୍ୟରେ ହୋଇଥିବା ସଂଘର୍ଷରେ ଭାରତ-ଚୀନ ମଧ୍ୟରେ ସ୍ଥିତି ସଙ୍ଗୀନ ରହିଛି ।

ପ୍ରକାଶଥାଉ କି ଗତ ଏପ୍ରିଲରେ ଦାଦାଗିରି ଦେଖାଇଥିଲା ଚୀନ । ଭାରତର ଅରୁଣାଚଳ ପ୍ରଦେଶକୁ ନିଜର କହି ଆସୁଥିବା ଚୀନ ନୂଆ ପ୍ଲାନ କରିଥିଲା । ମନଇଚ୍ଛା ଜୋର ଜବରଦସ୍ତ ଅରୁଣାଚଳ ପ୍ରଦେଶର 11ଟି ସ୍ଥାନର ନାମ ବଦଳାଇ ଦେଇଥିଲା । ଅରୁଣାଚଳର 11ଟି ଅଞ୍ଚଳକୁ ନୂଆ ନାମକରଣ କରିଥିଲା ଚୀନ । ଗତ ଫେବୃଆରୀ ମାସରେ ଶେଷ ଥର ଭାରତ-ଚୀନ୍ ସୀମା ବ୍ୟାପାର ସମ୍ପର୍କିତ ପରାମର୍ଶ ଏବଂ ସମନ୍ୱୟ ପାଇଁ ୱାର୍କିଂ ମେକାନିଜିମ କମିଟି (WMCC)ର 26ତମ ବୈଠକ ବସିଥିଲା । ବୈଠକରେ ଉଭୟ ପକ୍ଷ ଭାରତ-ଚୀନ୍ ସୀମାବର୍ତ୍ତୀ ଅଞ୍ଚଳର ପଶ୍ଚିମ ସେକ୍ଟରରେ ପ୍ରକୃତ ନିୟନ୍ତ୍ରଣ ରେଖା (LAC)ରେ ସ୍ଥିତି ସମୀକ୍ଷା କରିବା ସହ ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.