ETV Bharat / bharat

Earthquake In Uttarkashi: ଯୋଶୀ ମଠରୁ ୨୫୦ କିମି ଦୂରରେ ଭୂକମ୍ପ ଝଟକା - ଉତ୍ତରକାଶୀରେ ଭୂକମ୍ପ

ଭୂକମ୍ପରେ ଥରିଲା ଉତ୍ତରକାଶୀ । ଯୋଶୀ ମଠରୁ ୨୫୦ କିମି ଦୂରରେ ଭୂକମ୍ପ ଝଟକା । ଗୁରୁବାର ବିଳମ୍ବିତ ରାତିରେ ଭୂକମ୍ପ ଅନୁଭୂତ ହୋଇଥିବା ସୂଚନା । ଅଧିକ ପଢନ୍ତୁ

Earthquake
Earthquake
author img

By

Published : Jan 13, 2023, 2:03 PM IST

ଡେରାଡୁନ: ଦିନକୁ ଦିନ ବିଗିଡିବାରେ ଲାଗିଛି ଯୋଶୀ ମଠର ସ୍ଥିତି । ଅନେକ ଘରେ ଫାଟ ସୃଷ୍ଟି ହୋଇଥିବା ବେଳେ ଆତଙ୍କିତ ଅବସ୍ଥାରେ ରହିଛନ୍ତି ଲୋକେ । ଏଭଳି ସ୍ଥିତିରେ ବୋଝ ଉପରେ ନଳିତା ବିଡା ଭଳି ଗତକାଲି(ଗୁରୁବାର) ବିଳମ୍ବିତ ରାତିରେ ଉତ୍ତରକାଶୀରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ପ୍ରକୃତିର କରାଳ ରୂପରେ ଘର ଦବିଯାଉଥିବା ବେଳେ ଭୂକମ୍ପରେ ମାଟି ଥରିଛି ।

ଗୁରୁବାର ବିଳମ୍ବିତ ରାତି ପ୍ରାୟ ୨.୧୨ ମିନିଟ ସମୟରେ ଏହି ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ଏହାର ତୀବ୍ରତା ୨.୯ ରେକର୍ଡ ହୋଇଥିବା ବେଳେ ଗଭୀରତା ୨୪୦ କିଲୋମିଟର ରହିଛି । ତେବେ ଏହି ଭୂକମ୍ପର ଦୂରତା ଯୋଶୀ ମଠ ଠାରୁ ୨୫୦ କିମି ଦୂରରେ ହୋଇଛି । ତେବେ ଏହି ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ବେଳେ ଭୂକମ୍ପ ଯୋଗୁଁ ଯୋଶୀମଠ ଆହୁରି କ୍ଷୟକ୍ଷତି ହେବ ବୋଲି ଆଶଙ୍କାରେ ରହିଛନ୍ତି ସ୍ଥାନୀୟ ଲୋକେ ।

ଏହା ମଧ୍ୟ ପଢନ୍ତୁ: Joshimath Disaster: ପୂର୍ବରୁ ଅନେକ ଥର ବିପର୍ଯ୍ୟୟର ସାମ୍ନା କରିଛି ଯୋଶୀମଠ, ରାଜା ବି ଛାଡିଥିଲେ ଘର

ଉତ୍ତରାଖଣ୍ଡ ଚମୋଲି ଯୋଶୀମଠ ସହର ଦବିବାରେ ଲାଗିଛି । ପାଖାପାଖି ୭୬୦ଟି ଘର କ୍ଷୟକ୍ଷତି ହୋଇଛି । ଘରର ଦବି ଯାଉଥିବା ବେଳେ କାନ୍ଥପାଠି ଆଁ କରୁଛି । ତେବେ ଏନେଇ ପ୍ରଶାସନ ପକ୍ଷରୁ ଆଲର୍ଟ ଜାରି କରାଯାଇଥିବା ବେଳେ ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଉଛି । ତେବେ ଏଭଳି ଅସମ୍ଭାଳ ସ୍ଥିତିରେ ଭୂକମ୍ପ ସ୍ଥାନୀୟ ଲୋକଙ୍କ ଦୁଃଖକୁ ଦ୍ବିଗୁଣିତ କରୁଛି ।

ଏହା ମଧ୍ୟ ପଢନ୍ତୁ: Joshimath Disaster: ପ୍ରତ୍ୟେକ ପ୍ରଭାବିତ ପରିବାରକୁ ମିଳିବ ଦେଢ ଲକ୍ଷ ଟଙ୍କା

ପ୍ରକାଶଥାଉକି, ଉତ୍ତରାଖଣ୍ଡ ଯୋଶୀମଠରେ ଭୌଗୋଳିକ ବିପର୍ଯ୍ୟୟରେ ସେନା କ୍ୟାମ୍ପରେ ମଧ୍ୟ ଫାଟ ଦେଖାଦେଇଛି । ଏହି ଅଞ୍ଚଳରେ ଥିବା ପ୍ରାୟ ୨୫ରୁ ୨୮ଟି ସେନା କ୍ୟାମ୍ପରେ ଫାଟ ସୃଷ୍ଟି ହୋଇଛି । ଯୋଶୀମଠରେ ବାଇପାସ ରୋଡ଼ ବନ୍ଦ ଥିବା ବେଳେ ସେନା କାର୍ଯ୍ୟ କିଛି ମାତ୍ରାରେ ପ୍ରଭାବିତ ହୋଇଥିବା ବେଳେ ଅପରେସନ ପ୍ରଭାବିତ ହୋଇନଥିବା ନେଇ ସେନା ମୁଖ୍ୟ ମନୋଜ ପାଣ୍ଡେ ଗତକାଲି ସୂଚନା ଦେଇଛନ୍ତି । ଉତ୍ତରାଖଣ୍ଡର ଯୋଶୀମଠରେ ଦେଖିବାକୁ ମିଳିଥିବା ଭୌଗଳିକ ବିପର୍ଯ୍ୟୟ ପ୍ରଭାବିତଙ୍କ ପାଇଁ ଅନ୍ତରୀଣ ରିଲିଫ ଘୋଷଣା କରିଛନ୍ତି ଉତ୍ତରାଖଣ୍ଡ ସରକାର । ପ୍ରଭାବିତ ହୋଇଥିବା ପ୍ରତ୍ୟେକ ପରିବାର ପାଇଁ ଦେଢ ଲକ୍ଷ ଟଙ୍କାର ରିଲିଫ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମୀ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.