ETV Bharat / bharat

୧୮ରୁ ବୈଦେଶିକ ମନ୍ତ୍ରୀଙ୍କ ୬ ଦିନିଆ ଜର୍ମାନୀ ଓ ଫ୍ରାନ୍ସ ଗସ୍ତ

author img

By

Published : Feb 17, 2022, 8:35 PM IST

ଆସନ୍ତା ୧୮ରୁ ବିଦେଶ ଗସ୍ତ କରିବେ ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର । ଜର୍ମାନୀ ଓ ଫ୍ରାନ୍ସରେ ଏକାଧିକ କାର୍ଯ୍ୟକ୍ରମରେ ସାମିଲ ହେବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ

୧୮ ରୁ ବୈଦେଶିକ ମନ୍ତ୍ରୀଙ୍କ ଜର୍ମାନୀ ଓ ଫ୍ରାନ୍ସ ଗସ୍ତ

ନୂଆଦିଲ୍ଲୀ: ୬ଦିନିଆ ବିଦେଶ ଗସ୍ତରେ ଯିବେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ. ଜୟଶଙ୍କର । ଚଳିତମାସ 18 ତାରିଖରୁ 23 ତାରିଖ ପର୍ଯ୍ୟନ୍ତ ସେ ଜର୍ମାନୀ ଏବଂ ଫ୍ରାନ୍ସ ଗସ୍ତ କରିବା ନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଆଜି (ଗୁରୁବାର) ସୂଚନା ମିଳିଛି ।

ଦୁଇ ୟୁରୋପୀୟ ଦେଶ ଗସ୍ତରେ ଯାଉଥିବା ବୈଦେଶିକ ମନ୍ତ୍ରୀ ଦୁଇ ଦେଶରେ ଏକାଧିକ ଦ୍ବିପାକ୍ଷିକ କାର୍ଯ୍ୟକ୍ରମରେ ସାମିଲ ହେବେ । ଜର୍ମାନୀରେ ସେ ମ୍ୟୁନିଚ ସୁରକ୍ଷା ସମ୍ମିଳନୀରେ ଅଂଶଗ୍ରହଣ କରିବେ । ସେ ସେଠାରେ ଜର୍ମାନୀ ବୈଦେଶିକ ମନ୍ତ୍ରୀ ଏବଂ ଅନ୍ୟ ବରିଷ୍ଠ ପ୍ରତିନିଧୀଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ମଧ୍ୟ ସାମିଲ ହେବେ । ସେହିପରି ସେ ଭାରତ-ପ୍ରଶାନ୍ତ ମହାସାଗରୀୟ ପ୍ୟାନେଲ ଆଲୋଚନାରେ ଅଂଶଗ୍ରହଣ କରିବା ସହ ଭାରତୀୟ ଦୂତାବାସ ପକ୍ଷରୁ ଆୟୋଜିତ ଆଜାଦି କି ଅମୃତ ମହୋତ୍ସବରେ ମଧ୍ୟ ଯୋଗଦେବାର କାର୍ଯ୍ୟସୂଚୀ ରହିଥିବା ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଅରିନ୍ଦମ ବାଗଚି ସୂଚନା ଦେଇଛନ୍ତି ।

ଜର୍ମାନୀରେ କାର୍ଯ୍ୟକ୍ରମ ଶେଷ ହେବା ପରେ ସେ ଫ୍ରାନ୍ସ ଗସ୍ତ କରିବେ । ସେଠାରେ ସେ ରାଜଧାନୀ ପ୍ୟାରିସରେ ଫ୍ରାନ୍ସ ବୈଦେଶିକ ମନ୍ତ୍ରୀ ଜାନ-ୟେଭସ୍ ଲେ ଡ୍ରିଆନଙ୍କ ସହ ଦ୍ୱିପାକ୍ଷିକ ବୈଠକରେ ସାମିଲ ହେବ । ତାଙ୍କ ନିମନ୍ତ୍ରଣ କ୍ରମେ ବୈଦେଶିକ ମନ୍ତ୍ରୀ ଫେବୃଆରୀରେ ଭାରତ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ରରେ ସହଯୋଗ ପାଇଁ ଆୟୋଜିତ ୟରୋପିଆନ ୟୁନିୟନ ମିନିଷ୍ଟରାଲ ଫୋରମରେ ମଧ୍ୟ ଅଂଶଗ୍ରହଣ କରିବେ । ପରେ ସେ ଫ୍ରାନ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଟରନ୍ୟାସନାଲ ରିଲେସନକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ମଧ୍ୟ ରଖାଯାଇଥିବା ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି ।

ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.