ETV Bharat / bharat

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ଇ.ପଲାନୀସ୍ବାମୀ

author img

By

Published : May 3, 2021, 11:38 AM IST

ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ ପଲାନୀସ୍ବାମୀ । ଅଧିକ ପଢନ୍ତୁ...

ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଲେ ମୁଖ୍ୟମନ୍ତ୍ରୀ ଇ ପଲାନୀସ୍ବାମୀ

ଚେନ୍ନାଇ: ତାମିଲନାଡୁରେ ସରିଛି ବିଧାନସଭା ନିର୍ବାଚନ । ଡିଏମକେ ଶାସକ ଦଳ AIDMKକୁ ହରାଇ ପ୍ରଥମ ଥର ଲାଗି ଶାସନ କ୍ଷମତାକୁ ହାତେଇଛି । ତେବେ AIDMKର ଶୋଚନୀୟ ପରାଜୟ ପରେ ମୁଖ୍ୟମନ୍ତ୍ରୀ ପଦରୁ ଇ ପଲାନୀସ୍ବାମୀ ସୋମବାର ଇସ୍ତଫା ଦେଇଛନ୍ତି ।

2021 ତାମିଲନାଡ଼ୁ ନିର୍ବାଚନ ମୈଦାନରେ ଏଆଇଏଡିଏମକେ ସଭାପତି କେ. ପଲାନୀ ସ୍ବାମୀ, ଏଏମଏମକେର ଦିନାକରଣ ଓ ଏମଏନଏନର କମଲ ହାସନ ଭଳି ହେବିୱେଟ ପ୍ରତିଦ୍ବନ୍ଦିତା କରୁଥିଲେ । ପ୍ରଥମ ଥର ଶାସନଭାର ଗ୍ରହଣ କରିଥିବା ଡିଏମକେ ହାସଲ କରିଥିବା ଅଧା ବିଧାନସଭା ଆସନରେ ବି ବିଜୟୀ ହୋଇ ପାରିନାହିଁ ପ୍ରତିଦ୍ବନ୍ଦୀ ଏଆଇଏଡିଏମକେ । ଏହାକୁ ସହଜରେ ହଜମ କରିନପାରି ମୁଖ୍ୟମନ୍ତ୍ରୀ ପଲାନୀସ୍ବାମୀ ନିଜ ପଦବୀରୁ ଇସ୍ତଫା ଦେଇଛନ୍ତି । ସେ ସୋମବାର ରାଜ୍ୟପାଳ ବନୱାରିଲାଲ ପୁରୋହିତଙ୍କୁ ନିଜ ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି ।

ରାଜ୍ୟବାସୀ ଡିଏମକେ ଦଳକୁ ବିପୁଳ ଭୋଟରେ ବିଜୟୀ କରିଛନ୍ତି । ତାମିଲନାଡୁରେ ଏଡିଏମକେ ଶାସନ ଅଧୀନରେ ରାଜ୍ୟରେ କୌଣସି ପ୍ରଗତି ହେଉନାହିଁ । ରାଜ୍ୟବାସୀ ଏହାକୁ ଅନୁଭବ କରି ଡିଏମକେକୁ ଜିତାଇଛନ୍ତି ବୋଲି ଷ୍ଟାଲିନ କହିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.