ETV Bharat / bharat

ଟ୍ରେନରେ ବୃଦ୍ଧ ଦମ୍ପତ୍ତିଙ୍କ ଉପରେ ପରିସ୍ରା କଲା ମଦ୍ୟପ ଯୁବକ

ଚଳନ୍ତା ଟ୍ରେନରେ ବୃଦ୍ଧ ଦମ୍ପତିଙ୍କ ଉପରେ ପରିସ୍ରା କଲେ ଯୁବକ । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ । ନିଶାସକ୍ତ ଅବସ୍ଥାରେ ଜଣେ ଯୁବକ ନିକଟରେ ବସିଥିବା ବୃଦ୍ଧ ଦମ୍ପତ୍ତିଙ୍କ ଉପରେ ପରିସ୍ରା କରିବା ସହ ଏନେଇ ଆପତ୍ତି ଉଠାଇବାରୁ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଗିରଫ । ଆଗକୁ ପଢନ୍ତୁ

author img

By ETV Bharat Odisha Team

Published : Oct 7, 2023, 12:58 PM IST

ଟ୍ରେନରେ ଯାତ୍ରୀଙ୍କ ଉପରେ ପରିସ୍ରା
ଟ୍ରେନରେ ଯାତ୍ରୀଙ୍କ ଉପରେ ପରିସ୍ରା

ଲକ୍ଷ୍ମୌ: ଟ୍ରେନରେ ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡ । ମଦ ନିଶାରେ ଚଳନ୍ତା ଟ୍ରେନରେ ବୃଦ୍ଧ ଦମ୍ପତିଙ୍କ ଉପରେ ପରିସ୍ରା କଲେ ଯୁବକ । ଏଭଳି ଏକ ଲଜ୍ଜାଜନକ ଘଟଣା ଘଟିଛି ଉତ୍ତରପ୍ରଦେଶର ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ । ନିଶାସକ୍ତ ଅବସ୍ଥାରେ ଜଣେ 20 ବର୍ଷୀୟ ଯୁବକ ନିକଟରେ ବସିଥିବା ବୃଦ୍ଧ ଦମ୍ପତ୍ତିଙ୍କ ଉପରେ ପରିସ୍ରା କରିବା ସହ ଏନେଇ ଆପତ୍ତି ଉଠାଇବାରୁ ସେମାନଙ୍କୁ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ଗିରଫ ହୋଇଛି ।

ଗତ ବୁଧବାର ଦିନ ଉତ୍ତରପ୍ରଦେଶ ସ୍ଥିତ ଝାନ୍ସି ରେଲଓ୍ବେ ଷ୍ଟେସନ ନିକଟରେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସରେ ଏହି ଲଜ୍ଜାଜନକ ଘଟଣା ଦେଖିବାକୁ ମିଳିଥିଲା । ଜଣେ 20 ବର୍ଷୀୟ ଯୁବକ ମଦ ନିଶାରେ ଚଳନ୍ତା ଟ୍ରେନରେ ବୃଦ୍ଧ ଦମ୍ପତିଙ୍କ ଉପରେ ପରିସ୍ରା କରିଥିଲା । ସୂଚନା ଅନୁୟାୟୀ, ଗତ ବୁଧବାର ରାତିରେ ବନାରସ ହିନ୍ଦୁ ବିଶ୍ବବିଦ୍ୟାଳୟର ଜଣେ ଅବସରପ୍ରାପ୍ତ ବରିଷ୍ଠ ବୈଜ୍ଞାନିକ ଓ ତାଙ୍କ ପତ୍ନୀ ମଧ୍ୟପ୍ରଦେଶର ହରପାଲପୁରରୁ ହଜରାତ ନିଜାମୁଦ୍ଦିନ ଅଞ୍ଚଳକୁ ଯାଉଥିଲେ ।

ସେମାନେ ସମ୍ପର୍କ କ୍ରାନ୍ତି ଏକ୍ସପ୍ରେସର ଏସି କୋଚରେ ଯାଉଥିବା ବେଳେ ତାଙ୍କ ଉପର ସିଟରେ ଦକ୍ଷିଣ ପଶ୍ଚିମ ନୂଆଦିଲ୍ଲୀ ସ୍ଥିତ କୁତୁବ ବିହାରର ରିତେଶ ନାମକ ଯୁବକ ବସିଥିଲେ । ରିତେଶ ମହୋବାରୁ ଟ୍ରେନରେ ଚଢିଥିଲେ । ତେବେ ଯାତ୍ରା କରୁଥିବା ସମୟରେ ବୃଦ୍ଧ ଦମ୍ପତି ଓ ତାଙ୍କ ଲଗେଜ ଉପରେ ପରିସ୍ରା କରିଦେଇଥିଲେ ରିତେଶ । ଏନେଇ ଆପତ୍ତି ଉଠାଇବାରୁ ଯୁବକ ଜଣକ ସେମାନଙ୍କୁ ଦୁର୍ବ୍ୟବାହର କରିଥିଲେ ।

ଏହା ମଧ୍ୟ ପଢନ୍ତୁ.. ବିମାନ ପରେ ଟ୍ରେନ: ମହିଳା ଯାତ୍ରୀଙ୍କ ଉପରେ ପରିସ୍ରା କରି ନିଶାସକ୍ତ TTE ଗିରଫ

ଏନେଇ ବଗିରେ ଥିବା ଅନ୍ୟାନ୍ୟ ଯାତ୍ରୀ ଟିଟିଆଇ ଓ କାଉଚ ଆଟେଣ୍ଡାଣ୍ଟକୁ ଖବର ଦେଇଥିଲେ । ଖବର ପାଇ ଟିଟିଇ ବିଏସ ଖାନ ଅଭିଯୁକ୍ତକୁ ଧରିବା ସହ ଝାନ୍ସି ରେଲଓ୍ବେ କଣ୍ଟ୍ରୋଲ ରୁମକୁ ଖବର ଦେଇଥିଲେ । ଯେତେବେଳେ ଟ୍ରେନଟି ଝାନ୍ସି ରେଲଓ୍ବେ ଷ୍ଟେସନରେ ପହଞ୍ଚିଲା ସେତେବେଳେ ଆରପିଏଫ ପୋଲିସ ଯୁବକଙ୍କୁ ଗିରଫ କରିବା ସହ ତାଙ୍କ ବିରୋଧରେ ରେଲଓ୍ବେ ଧାରା ଅନୁୟାୟୀ ମାମଲା ରୁଜ୍ଜୁ କରି ତଦନ୍ତ କରିଥିଲା । ବର୍ତ୍ତମାନ ଅଭିଯୁକ୍ତକୁ ଜାମିନ ମିଳିଥିବା ବେଳେ ତଦନ୍ତ ଜାରି ରହିଛି ।

ତେବେ ବୃଦ୍ଧ ଦମ୍ପତ୍ତିଙ୍କ ଅଭିଯୋଗ ଅନୁଯାୟୀ, ରିତେଶ ଅତ୍ୟଧିକ ମଦ୍ୟପାନ କରିଥିବାରୁ ଏପରି କରିଥିଲେ । ଯେତେବେଳେ ତାଙ୍କୁ ଏହି କଥା କୁହାଗଲା ସେ ସେମାନଙ୍କୁ ଗାଳିଗୁଳଜ କରିବା ସହ ଦୁର୍ବ୍ୟବହାର କରିଥିଲେ । ଏନେଇ ପାଖରେ ଥିବା କିଛି ଯାତ୍ରୀ ଟିଟିଇ ଓ କାଉଚ ଆଟେଣ୍ଡାଣ୍ଟକୁ ଖବର ଦେଇଥିଲେ । ପରେ ଟିଟିଆଇ ଯୁବକଙ୍କୁ କାବୁ କରିଥିଲା ।

ଆରପିଏଫ କମାଣ୍ଡାଣ୍ଟ ଆଲୋକ କୁମାରଙ୍କ କହିବାନୁଯାୟୀ, ଅଭିଯୁକ୍ତ ଜଣକ ପ୍ରବଳ ମଦ୍ୟପାନ କରିଥିଲେ । ଉପରେ ସିଟରେ ବସିଥିବା ବେଳେ ତଳ ସିଟରେ ଥିବା ବୃଦ୍ଧ ଦମ୍ପତି ଓ ତାଙ୍କ ଲଗେଜ ଉପରେ ପରିସ୍ରା କରି ଦେଇଥିଲେ । ଟିଟିଇ ଅଭିଯୋଗ ଆଧାରରେ ମାମଲା ରୁଜୁ ହେବା ସହ ଯୁବକ ଜଣଙ୍କୁ ଗିରଫ କରାଯାଇଛି । ହେଲେ ପରବର୍ତ୍ତୀ ସମୟରେ ଯୁବକଙ୍କୁ ଜାମିନ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.