ETV Bharat / bharat

ଶ୍ରୀନଗରରେ ଡ୍ରୋନ ଉପରେ ଲାଗିଲା ପ୍ରତିବନ୍ଧକ - ଶ୍ରୀନଗର ଡ୍ରୋନ ପ୍ରତିବନ୍ଧକ

ନିକଟରେ ଜମ୍ମୁ ବାୟୁସେନା ଷ୍ଟେସନରେ ଡ୍ରୋନ ଆକ୍ରମଣ ପରେ ସୁରକ୍ଷା ଦୃଷ୍ଟିରୁ ଶ୍ରୀନଗରରେ ଉଡୁଥିବା ବସ୍ତୁର ଉପଯୋଗ ଉପରେ ପ୍ରତିବନ୍ଧକ ଲଗାଯାଇଛି । ଅଧିକ ପଢନ୍ତୁ...

ଶ୍ରୀନଗରରେ ଡ୍ରୋନ ଉପରେ ଲାଗିଲା ପ୍ରତିବନ୍ଧକ
ଶ୍ରୀନଗରରେ ଡ୍ରୋନ ଉପରେ ଲାଗିଲା ପ୍ରତିବନ୍ଧକ
author img

By

Published : Jul 4, 2021, 9:37 PM IST

ଶ୍ରୀନଗର: ଜମ୍ମୁ କାଶ୍ମୀରର କଠୁଆ, ରାଜୋରୀ ପରେ ଏବେ ଶ୍ରୀନଗର ପ୍ରଶାସନ ମଧ୍ୟ ଡ୍ରୋନ ଉପରେ ଲଗାଇଛନ୍ତି ପ୍ରତିବନ୍ଧକ । ନିକଟରେ ଜମ୍ମୁ ବାୟୁସେନା ଷ୍ଟେସନରେ ଡ୍ରୋନ ଆକ୍ରମଣ ପରେ ସୁରକ୍ଷା ଦୃଷ୍ଟିରୁ ଶ୍ରୀନଗରରେ ଉଡୁଥିବା ବସ୍ତୁର ଉପଯୋଗ ଉପରେ ପ୍ରତିବନ୍ଧକ ଲଗାଯାଇଛି ।

ଏହି ନିର୍ଦ୍ଦେଶ ଅନୁଯାୟୀ କୌଣସି ପ୍ରକାରର ଡ୍ରୋନ କିମ୍ବା ଅନ୍ୟ ମାନବ ବିହୀନ ବିମାନ ଯାନ (UAV) ରଖିବା ନିଷେଧ ହେବ। ଯେଉଁମାନଙ୍କ ପାଖରେ ପୂର୍ବରୁ ଏପରି ଉପକରଣ ଅଛି, ସେମାନଙ୍କୁ ନିକଟସ୍ଥ ପୋଲିସ ଷ୍ଟେସନରେ ଦାଖଲ କରିବାକୁ ପ୍ରଶାସନ କହିଛି।

ଶ୍ରୀନଗର ଜିଲ୍ଲାପାଳ ମହମ୍ମଦ ଆଇଜାଜ ତାଙ୍କ ନିର୍ଦ୍ଦେଶରେ କହିଛନ୍ତି ଯେ ଏସଏସପିଙ୍କ ସୁପାରିଶ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଜିଲ୍ଲାରେ ଡ୍ରୋନ୍ କିମ୍ବା ସମାନ UAVର ମାଲିକାନା / ବିକ୍ରୟ / ସଂଗ୍ରହ, ବ୍ୟବହାର କିମ୍ବା ପରିବହନ ନିଷେଧ । ଡ୍ରୋନ ବ୍ୟବହାର କରୁଥିବା ସରକାରୀ ବିଭାଗଗୁଡିକ ଏହିପରି କିଛି କରିବା ପୂର୍ବରୁ ସ୍ଥାନୀୟ ପୋଲିସ ଷ୍ଟେସନକୁ ଜଣାଇବାକୁ ପଡିବ ।

ଏହାପୂର୍ବରୁ କଠୁଆ ଜିଲ୍ଲାପାଳ ରାହୁଲ ଯାଦବଙ୍କ ପକ୍ଷରୁ ଜାରି କରାଯାଇଥିବା ଆଦେଶରେ କୁହାଯାଇଥିଲା ଯେ ସାମାଜିକ ତଥା ସାଂସ୍କୃତିକ କାର୍ଯ୍ୟରେ ଫଟୋ ଉଠାଇବା ଏବଂ ଭିଡିଓ କରିବା ପାଇଁ ଛୋଟ ଡ୍ରୋନ କ୍ୟାମେରାର ବ୍ୟବହାର ବୃଦ୍ଧି ପାଇଛି। ଜମ୍ମୁ କାଶ୍ମୀରର କିଛି ଅଂଶରେ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଡ୍ରୋନ ବ୍ୟବହାର କରାଯାଇପାରେ। ସେଥିପାଇଁ ଏଠାରେ ଏଭଳି ଡ୍ରୋନ ନିଷେଧ କରାଯାଇଛି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.