ଇସଲାମାବାଦ: ପାକିସ୍ତାନ ସ୍ଥିତ ଭାରତୀୟ ଦୂତାବାସ କାର୍ଯ୍ୟାଳୟ ପରିସରରେ ଉଡିଲା ଡ୍ରୋନ । ଏହା ଭାରତୀୟ ଦୂତାବାସର ଗୁରୁତ୍ବପୂର୍ଣ୍ଣ ବୈଦେଶିକ କୂଟନୀତି ସୂଚନା ସଂଗ୍ରହ କରିବା ପାଇଁ ବ୍ୟବହାର କରାଯାଇଥିବା ଆଶଙ୍କା କରାଯାଉଛି । ଏନେଇ ଭାରତୀୟ ଦୂତାବାସ କାର୍ଯ୍ୟାଳୟ ସ୍ପଷ୍ଟ କରିଛି । ସେହିପରି ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ପ୍ରକଟ କରିଛି ଭାରତ ।
ଇସଲାମାବାଦରେ ଭାରତୀୟ ଦୂତାବାସ କାର୍ଯ୍ୟାଳୟର ସୁରକ୍ଷାକୁ ନେଇ ପାକିସ୍ତାନ ହାଇକମିସନରଙ୍କୁ ଜବାବ ମାଗିଛି ବୈଦେଶିକ ବିଭାଗ । ସୂଚନାଥାଉକି ନିକଟରେ ଜମ୍ମୁ ଏୟାର ବେସରେ ଡ୍ରୋନ ଆଟାକ କରାଯାଇଥିଲା । ବିଶେଷ କିଛି କ୍ଷତି ହୋଇନଥିଲେ ମଧ୍ୟ ଏହା ଦେଶର ସୁରକ୍ଷା ପ୍ରତି ଏକ ଷଡଯନ୍ତ୍ର କରାଯାଇଥିବା ଜଣାପଡିଛି । ପାକିସ୍ତାନ ଆତଙ୍କବାଦୀଙ୍କୁ ଅସ୍ତ୍ର କରି ପରାଜିତ ହେବା ପରେ ଡ୍ରୋନ ମାଧ୍ୟମରେ ଯୁଦ୍ଧ ଆରମ୍ଭ କରିଛି । ତେବେ ଡ୍ରୋନ ଗୁଡିକୁ ଦେଖିବା ମାତ୍ରେ ଗୁଳି କରି ଖସାଇଛନ୍ତି ଭାରତୀୟ ସେନା ।
@ANI