ETV Bharat / bharat

ବସ୍‌ରେ ଲାଗିଲା ନିଆଁ, ଡ୍ରାଇଭର ଓ କଣ୍ଡକ୍ଟର ଜୀବନ୍ତ ଦଗ୍ଧ - ରାଞ୍ଚିର ଖାଦଗଢା ବସଷ୍ଟାଣ୍ଡ

ଦୀପାବଳି ଦିନ ରାତିରେ ରାଞ୍ଚିର ଖାଦଗଢା ବସଷ୍ଟାଣ୍ଡରେ ଥିବା ମୁନଲାଇଟ ବସ୍‌ରେ ବସ୍‌ରେ ନିଆଁ ଲାଗି ଡ୍ରାଇଭର ଓ କଣ୍ଡକ୍ଟର ଜୀବନ୍ତ ଦଗ୍ଧ(Driver and conductor burnt alive in Bus) । ଅଧିକ ପଢନ୍ତୁ

ବସରେ ନିଆଁ ଲାଗି ଡ୍ରାଇଭର ଓ କଣ୍ଡକ୍ଟର ଜୀବନ୍ତ ଦଗ୍ଧ

author img

By

Published : Oct 25, 2022, 2:13 PM IST

ରାଞ୍ଚି: ଦୀପାବଳିରେ ଘଟିଛି ଅଘଟଣ । ବସ୍‌ରେ ନିଆଁ ଲାଗି ଡ୍ରାଇଭର ଓ କଣ୍ଡକ୍ଟର ଜୀବନ୍ତ ଦଗ୍ଧ (Driver and conductor burnt alive in Bus)। ଏଭଳି ଘଟଣା ଘଟିଛି ରାଞ୍ଚିର ଖାଦଗଢା ବସଷ୍ଟାଣ୍ଡରେ ଥିବା ମୁନଲାଇଟ ବସରେ । ଡ୍ରାଇଭର ଓ କଣ୍ଡକ୍ଟର ବସ ଭିତରେ ଶୋଇଥିବା ଅବସ୍ଥାରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି ।

ତେବେ ସୂଚନା ମୁତାବକ ବସ ଭିତରେ ଠାକୁରଙ୍କ ପାଖରେ ଲାଗିଥିବା ଦୀପରୁ ବିଳମ୍ବିତ ରାତିରେ ନିଆଁ ଲାଗି ଏଭଳି ଅଘଟଣ ଘଟିଥିବା ଜଣାପଡିଛି । ଏନେଇ ଖବର ପାଇ ପୋଲିସ ଓ ଦମକଳବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁକୁ କାବୁ କରିଥିଲେ । ଅନ୍ୟପଟେ ବସରେ ମୃତ୍ୟୁବରଣ କରିଥିବା ବ୍ୟକ୍ତିଙ୍କର ମୃତଦେହ ଜବତ କରିଥିଲେ ।

ଆଲୋକର ପର୍ବ ଦୀପାବଳିକୁ ନେଇ ଚାରିଆଡେ ଉତ୍ସବର ମାହୋଲ ଚାଲିଥିବାବେଳେ, କିଛି ସ୍ଥାନରେ ବାଣ ପଡି ଅଘଟଣ ଘଟୁଥିବା ଘଟଣା ସାମ୍ନାକୁ ଆସୁଛି । ସେହିପରି ଅନ୍ୟପଟେ ରାଞ୍ଚିର ଲାଲପୁର ଥାନା ନିକଟସ୍ଥ ମୋରାବାଦ ନିକଟରେ ଥିବା ଏକ କାର୍‌ ବିଳମ୍ବିତ ରାତିରେ ନିଆଁ ଲାଗିଯାଇଥିଲା । ତେବେ ବାଣ ଯୋଗୁଁ ନିଆଁ ଲାଗିଥିବା ନେଇ ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.