ETV Bharat / bharat

Doordarshan tops viewership: ରାମାୟଣ ମହାଭାରତ ପ୍ରସାରଣ ପରେ ବଢିଲା ଦର୍ଶକଙ୍କ ସଂଖ୍ୟା - ବଢିଲା ଦୂରଦର୍ଶନର ଦର୍ଶକଙ୍କ ସଂଖ୍ୟା

ବଢିଲା ଦୂରଦର୍ଶନର ଦର୍ଶକଙ୍କ ସଂଖ୍ୟା । ଲକଡ଼ାଉନରେ ରାମାୟଣ ଓ ମହାଭାରତର ପ୍ରସାରଣ ପରେ ଏହି ଦର୍ଶକଙ୍କ ସଂଖ୍ୟା ବଢିଛି ବୋଲି ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି । ଅଧିକ ପଢନ୍ତୁ

Doordarshan tops viewership: ରାମାୟଣ ମହାଭାରତ ପ୍ରସାରଣ ପରେ ବଢିଲା ଦର୍ଶକଙ୍କ ସଂଖ୍ୟା

author img

By

Published : Feb 10, 2022, 8:22 PM IST

ନୂଆଦିଲ୍ଲୀ: ଲକଡ଼ାଉନ ସମୟରେ ବଢିଛି ଦୂରଦର୍ଶନ(Doordarshan tops viewership)ର ଦର୍ଶକଙ୍କ ସଂଖ୍ୟା । ଗତ 2020 ମସିହା ଲକଡ଼ାଉନ ସମୟରେ ପୌରାଣିକ ଧାରାବାହିକ ରାମାୟଣ ଓ ମହାଭାରତ ପ୍ରସାରଣ ପରେ ଏହାର ଭିୱରସିପ ବଢିଛି । ତେବେ ଏ ସମ୍ପର୍କରେ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟର ରାଜ୍ୟ ମନ୍ତ୍ରୀ ଅନୁରାଗ ସିଂ ଠାକୁର ଗୁରୁବାର ରାଜ୍ୟସଭାରେ ସୂଚନା ଦେଇଛନ୍ତି ।

ଏକ ଲିଖିତ ଉତ୍ତରରେ MoS ଦ୍ବାରା ପ୍ରଦାନ କରାଯାଇଥିବା ପରିସଂଖ୍ୟାନ ଅନୁଯାୟୀ, ଦୂରଦର୍ଶନ 2020 ରେ 747 ନିୟୁତ ମୋଟ ଅନନ୍ୟ ଦର୍ଶକ ରେକର୍ଡ କରାଯାଇଛି । ରାଜ୍ୟସଭାରେ ଠାକୁର କହିଛନ୍ତି ଯେ ଲକଡ଼ାଉନ ସମୟରେ ଆଇକନିକ ସିରିଏଲ ରାମାୟଣ ଓ ମହାଭାରତର ପ୍ରସାରଣ କରାଯାଇଥିଲା । ଏହାଦ୍ବାରା ଦୂରଦର୍ଶନର ଦର୍ଶକଙ୍କ ସଂଖ୍ୟା ବିପୁଳ ମାତ୍ରାରେ ବୃଦ୍ଧି ପାଇଛି । ଏହାସହିତ ସାଧାରଣତନ୍ତ୍ର ଦିବସ ସେଲିବ୍ରେସନ ସମୟରେ ଦୂରଦର୍ଶନର YouTube networkରେ ମଧ୍ୟ ଦର୍ଶକଙ୍କ ସଂଖ୍ୟା ବୃଦ୍ଧି ପାଇଥିଲା ।

ଏହି ସମୟ ମଧ୍ୟରେ ଦୂରଦର୍ଶରନର YouTube ନେଟୱାର୍କରେ 2.6 କୋଟି ଅଧିକ ଦର୍ଶକ ରେକର୍ଡ କରାଯାଇଥିବା ବେଳେ ଏହାର ଟେଲିଭିଜନ ନେଟୱାର୍କରେ 2.3 କୋଟି ରେକର୍ଡ କରାଯାଇଛି । BARCର ରିପୋର୍ଟ ଅନୁସାରେ ଦୂରଦର୍ଶନର ଟେଲିଭିଜନ ଦର୍ଶକଙ୍କ ସଂଖ୍ୟା ଅପେକ୍ଷା ୟୁଟ୍ୟୁବରେ ଦର୍ଶକଙ୍କ ସଂଖ୍ୟା ଅଧିକ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.