ETV Bharat / bharat

ଗ୍ରାହକଙ୍କ ମୁଣ୍ଡରେ ମହଙ୍ଗା ମାଡ: 50 ଟଙ୍କା ବଢିଲା ଘରୋଇ LPG ଦର - ବଢିଲା ଘରୋଇ LPG ଦର

50 ଟଙ୍କା ବଢିଲା ଘରୋଇ LPG ଦର । ଘରୋଇ ସିଲିଣ୍ଡରର ମୂଲ୍ୟ ଦିଲ୍ଲୀରେ 1,053 । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jul 6, 2022, 9:50 AM IST

Updated : Jul 6, 2022, 10:05 AM IST

ନୂଆଦିଲ୍ଲୀ: ପୁଣି କିଛି ଦିନର ବ୍ୟବଧାନ ପରେ ବଢିଲା ଘରୋଇ ଇନ୍ଧନ ଦର । ଆଜି ଘରୋଇ LPG ସିଲିଣ୍ଡର ପିଚ୍ଛା ଦାମ 50 ଟଙ୍କା ବୃଦ୍ଧି ପାଇଛି । ଆଜିର ଦର ବୃଦ୍ଧି ପରେ ଜାତୀୟ ରାଜଧାନୀ ଦିଲ୍ଲୀରେ ସିଲିଣ୍ଡର ପିଚ୍ଛା ଦର 1,053 ରହିଛି । ସେହିପରି ମୁମ୍ବାଇରେ ମଧ୍ୟ ଦର ଦିଲ୍ଲୀ ସହ ପ୍ରାୟ ସମାନ ରହିଛି

  • Domestic 14.2 kg LPG cylinder's prices increased by Rs 50/cylinder with effect from today. Domestic LPG cylinder will now cost Rs 1053 in Delhi. 5kg domestic cylinder price increase by Rs 18/cylinder. 19kg commercial cylinder prices decreased by Rs 8.50.

    — ANI (@ANI) July 6, 2022 " class="align-text-top noRightClick twitterSection" data=" ">

ସେହିପରି କୋଲକାତାରେ ଏହି ଦର 1079 ଓ ଚେନ୍ନାଇରେ 1068 ରହିଛି । ଶେଷ ଥର ପାଇଁ ଘରୋଇ ଇନ୍ଧନର ଦର ଚଳିତ ବର୍ଷ ମେ’ 19 ତାରିଖରେ ବଢିଥିଲା । ତେବେ ଅନ୍ୟପଟେ 19 କିଗ୍ରା ବିଶିଷ୍ଟ କମର୍ସିଆଲ ଇନ୍ଧନ ଦର ସାମାନ୍ୟ ହ୍ରାସ କରାଯାଇଛି । ଏହାର ମୂଲ୍ୟ ୟୁନିଟ ପିଛା 8.50 ଟଙ୍କା ହ୍ରାସ ପାଇଛି । କିଛି ଦିନ ପୂର୍ବରୁ ବାଣିଜ୍ୟିକ ସିଲିଣ୍ଡରର ମୂଲ୍ୟ 198 ଟଙ୍କା ହ୍ରାସ କରାଯାଇଥିଲା, ଯାହା ଏକ ବଡ଼ ଆଶ୍ବସ୍ତି ଥିଲା । ଚଳିତ ଥର କିନ୍ତୁ ସାମାନ୍ୟ ଆଶ୍ବସ୍ତି ପାଇବେ କମର୍ସିଆଲ ସିଲିଣ୍ଡର ବ୍ୟବହାରକାରୀ । ଏହି ହ୍ରାସ ମୂଲ୍ୟ ସହିତ ରାଜଧାନୀ ଦିଲ୍ଲୀରେ 19 କେଜି ବିଶିଷ୍ଟ ସିଲିଣ୍ଡରର ଦାମ 2012 ଟଙ୍କା ପାଖାପାଖି ହେବାକୁ ଯାଉଛି ।

ନଜର ପକାନ୍ତୁ କ’ଣ ରହିଛି ପ୍ରମୁଖ ସହରରେ ଘରୋଇ ସିଲିଣ୍ଡରର ଦର

  • ଦିଲ୍ଲୀ- 1053
  • ମୁମ୍ବାଇ- 1053
  • କୋଲକାତା- 1079
  • ଚେନ୍ନାଇ- 1069
  • ଲକ୍ଷ୍ନୌ- 1091
  • ଜୟପୁର- 1057
  • ପାଟନା- 1143
  • ଇନ୍ଦୋର- 1081
  • ଅହମ୍ମଦାବାଦ- 1060
  • ପୁଣେ- 1056
  • ଗୋରଖପୁର- 1062
  • ଭୋପାଳ- 1059
  • ଆଗ୍ରା- 1066

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 6, 2022, 10:05 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.