ବେଙ୍ଗାଲୁରୁ: କର୍ଣ୍ଣାଟକର ଶ୍ରୀରଙ୍ଗାପଟନାରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି । ଜଣେ ଅବସାଦଗ୍ରସ୍ତ ବ୍ୟକ୍ତ ଏଠାରେ ନିଜର BMW ଗାଡ଼ିକୁ କାବେରୀ ନଦୀରେ ଭସାଇ ଦେଇଥିବା ଦେଖିବାକୁ ମିଳିଛି । ଗୁରୁବାର ଏହି କାର୍ କୂଳରେ ଲାଗିବା ପରେ ଘଟଣା ପଦାକୁ ଆସିଛି ।
ଏହି ବ୍ୟକ୍ତି ଜଣକ ବେଙ୍ଗାଲୁରୁ ଲେଆଉଟର ରୂପେଶ ବୋଲି ଜଣାପଡ଼ିଛି । ମାଆଙ୍କ ମୃତ୍ୟୁ ପରେ ରୂପେସ ଅବସାଦଗ୍ରସ୍ତ ରହିଛନ୍ତି । ଗତ ବୁଧବାର(ମେ 25) ସେ ଏକ ମନ୍ଦିରକୁ ଆସିଥିଲେ । ସେଠାରେ ଦର୍ଶନ ସାରିବା ପରେ ପାଖରେ ଥିବା କାବେରୀ ନଦୀକୁ ନିଜ ଦାମୀକାର୍କୁ ଠେଲି ଦେଇଥିଲେ ।
ଏହି ସମସ୍ତ ଘଟଣାକୁ ସ୍ଥାନୀୟ ଲୋକେ ଦେଖିବା ପରେ ସଙ୍ଗେସଙ୍ଗେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାର ତଦନ୍ତ କରି ଗାଡ଼ି ମାଲିକ ରୂପେଶଙ୍କ ଠିକଣା ବାହାର କରିଥିଲେ । ଏହାପରେ ତାଙ୍କ ନଦୀରୁ ତାଙ୍କ କାର୍ ଉଦ୍ଧାର କରିବା ସହ ତାଙ୍କ ମାନସିକ ସ୍ଥିତି ସମ୍ପର୍କରେ ତାଙ୍କ ସମ୍ପର୍କୀୟ ମାନଙ୍କୁ ଜଣାଇଛି ପୋଲିସ ।