ETV Bharat / bharat

ସରକାରଙ୍କ ଚେତାବନୀ, ଅଧିକ ସଂକ୍ରାମକ ଡେଲଟା ଭ୍ୟାରିଆଣ୍ଟ

ଡେଲ୍‌ଟା ଭ୍ୟାରିଆଣ୍ଟକୁ ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାର । ନିୟମ ନ ମାନିଲେ ପରିସ୍ଥିତି ପୁଣି ଖରାପ ହୋଇପାରେ ବୋଲି ଚେତାବନୀ ଦେଇଛନ୍ତି ନୀତି ଆୟୋଗ ସଦସ୍ୟ ଡାକ୍ତର ଭିକେ ପାଲ । ଅଧିକ ପଢନ୍ତୁ...

author img

By

Published : Jun 15, 2021, 10:17 PM IST

ସରକାରଙ୍କ ଚେତାବନୀ, ଅଧିକ ସଂକ୍ରାମକ ଡେଲ୍‌ଟା ଭ୍ୟାରିଆଣ୍ଟ

ନୂଆଦିଲ୍ଲୀ: ପିକ୍‌ରେ ରହିଛି କୋରୋନା ଭାଇରସ ସଂକ୍ରମଣ ଦ୍ବିତୀୟ ଲହରୀ । ଏହାରି ମଧ୍ୟରେ ଡେଲ୍‌ଟା ଭ୍ୟାରିଆଣ୍ଟକୁ ଚେତାବନୀ ଦେଇଛନ୍ତି କେନ୍ଦ୍ର ସରକାର । ନୀତି ଆୟୋଗର ସଦସ୍ୟ ଡାକ୍ତର ଭିକେ ପାଲ କହିଛନ୍ତି, କୋରୋନା ଭାଇରସର ନୂଆ ଭ୍ୟାରିଆଣ୍ଟ 2020 ତୁଳନାରେ ଅଧିକ ଚାଲାକ ।

ପାଲ କହିଛନ୍ତି ଯେ ଦ୍ବିତୀୟ ଲହରୀରେ ଡେଲ୍‌ଟା ଭ୍ୟାରିଆଣ୍ଟ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି। ଏହି ଭ୍ୟାରିଆଣ୍ଟରେ ଅତିରିକ୍ତ ମ୍ୟୁଟେସନ ପରିଲକ୍ଷିତ ହୋଇଛି, ଯାହାକୁ ଡେଲଟା ପ୍ଲସ୍ କୁହାଯାଉଛି । ସେ କହିଛନ୍ତି ଯେ ଏହି ଷ୍ଟ୍ରେନକୁ ଚିହ୍ନଟ କରାଯାଇ ଗ୍ଲୋବାଲ ଡାଟା ସିଷ୍ଟମକୁ ହସ୍ତାନ୍ତର କରାଯାଇଛି।

ମାର୍ଚ୍ଚ ଠାରୁ ୟୁରୋପରେ ଏହି ଷ୍ଟ୍ରେନ୍ ଦେଖାଯାଇଥିଲା ଏବଂ 13 ଜୁନରେ ଏହା ସାର୍ବଜନୀନ କରାଯାଇଥିଲା । ବର୍ତ୍ତମାନ ଆମକୁ ଅଧିକ ସତର୍କ ହେବା ଆବଶ୍ୟକ । ଆମକୁ ଅଧିକ ସାମାଜିକ ଦୂରତା ଅନୁସରଣ କରିବାକୁ ପଡିବ । ମାସ୍କ ପିନ୍ଧିବାକୁ ପଡ଼ିବ । ଏହା ବିନା ପରିସ୍ଥିତି ପୁଣି ଖରାପ ହୋଇପାରେ ବୋଲି ଚେତାବନୀ ଦେଇଛନ୍ତି ପାଲ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.