ETV Bharat / bharat

ଡିମ୍ପଲ ଯାଦବଙ୍କ କଟାକ୍ଷ, 'ଶ୍ରୀରାମ ଜ୍ୟୋତି ପାଇଁ ଘିଅ ଯୋଗାଉ ବିଜେପି'

Pran Pratishtha ceremony: ରାମ ମନ୍ଦିର ପ୍ରତିଷ୍ଠା ଦିନ ଦୀପାବଳି ପାଳିବାକୁ ମୋଦିଙ୍କ ଆହ୍ବାନ । ଏପଟେ ଘରେ ଘରେ ଘିଅ ବାଣ୍ଟିବାକୁ ବିଜେପିକୁ ଅନୁରୋଧ କଲେ ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ । ଅଧିକ ପଢନ୍ତୁ

ବିଜେପିକୁ ଡିମ୍ପଲଙ୍କ ଅନୁରୋଧ
MP Dimple Yadav
author img

By ETV Bharat Odisha Team

Published : Jan 8, 2024, 10:36 AM IST

ଲକ୍ଷ୍ନୌ: ପାଖେଇ ଆସୁଛି ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହି ଦିନ ଅଯୋଧ୍ୟା ନଆସି ଘରେ ଶ୍ରୀରାମ ଜ୍ୟୋତି ଜାଳି ଦୀପାବଳି ପାଳିବାକୁ ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଘର ଘର ବୁଲି ବିଜେପି ଘିଅ ବଣ୍ଟନ କରୁ ବୋଲି ଅନୁରୋଧ କରିଛନ୍ତି ସମାଜବାଦୀ ପାର୍ଟି ସାଂସଦ ଡିମ୍ପଲ ଯାଦବ । ଯାହା ଦ୍ବାରା ଲୋକ ଶ୍ରୀରାମ ଜ୍ୟୋତି ଜାଳି ପାରିବେ ବୋଲି କହିଛନ୍ତି ଡିମ୍ପଲ ।

ଡିମ୍ପଲ ଯାଦବ ପ୍ରଧାନମନ୍ତ୍ରୀଙ୍କୁ କଟାକ୍ଷ କରି କହିଛନ୍ତି ଯେ, "ରାମ ମନ୍ଦିର ପ୍ରତିଷ୍ଠା ଦିନ ଘରେ ଘରେ ଦୀପ ପ୍ରଜ୍ବଳନ କରାଯିବାର ମୁଁ ସୂଚନା ପାଇଛି । ବିଜେପି କର୍ମୀ ମାନେ ପ୍ରତ୍ୟେକ ଗାଁକୁ ମଧ୍ୟ ଯିବେ । ମୁଁ ବିଜେପିକୁ ଅନୁରୋଧ କରୁଛି ଯେ, ଗାଁ ଗାଁକୁ ଯିବା ସମୟରେ ଘରେ ଘରେ ବିଜେପି କର୍ମୀମାନେ ଘିଅ ଦିଅନ୍ତୁ । ଯାହା ଦ୍ବାରା ଲୋକମାନେ ସେମାନଙ୍କ ଘରେ ଦୀପ ଜାଳି ପାରିବେ । ''

ଏହା ମଧ୍ୟ ପଢନ୍ତୁ-ଜାନୁଆରୀ ୨୨ରେ ଅଯୋଧ୍ୟା ଆସନ୍ତୁନି, ଘରେ ପାଳନ୍ତୁ ଦୀପାବଳି: ମୋଦି

ଡିସେମ୍ବର ମାସ 30 ତାରିଖରେ ପ୍ରଧାନମନ୍ତ୍ରୀ ଅଯୋଧ୍ୟା ଗସ୍ତ କରିଥିଲେ । ଅଯୋଧ୍ୟା ଧାମ ଷ୍ଟେସନ ଓ ନୂଆ ଏୟାରପୋର୍ଟର ଶୁଭାରମ୍ଭ କରିବା ପରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ । ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ଦେଶବାସୀଙ୍କ ମଧ୍ୟରେ ବେଶ ଉତ୍ସାହ ରହିଛି । ସମସ୍ତଙ୍କର ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ଆଗ୍ରହ ରହିଛି । କିନ୍ତୁ ଯେଉଁ ମାନଙ୍କୁ ନିମନ୍ତ୍ରଣ କରାଯାଇଛି ସେମାନେ ହିଁ ଅଯୋଧ୍ୟା ଆସନ୍ତୁ । ଅନ୍ୟମାନେ ଅଯୋଧ୍ୟା ଆସନ୍ତୁ ନାହିଁ । ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଭିଡ଼ ହେବା ଦ୍ବାରା ସମ୍ଭବତଃ ଅସୁବିଧା ଉପୁଜିପାରେ । ତେଣୁ ଅଯୋଧ୍ୟା ଆସିବା ଅପେକ୍ଷା ନିଜ ଘରେ ଶ୍ରୀରାମ ଜ୍ୟୋତି ଜାଳି ଦୀପାବଳି ପାଳିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ଆହ୍ବାନ ଦେଇଥିଲେ । ପ୍ରଧାନମନ୍ତ୍ରୀଙ୍କ ଏପରି ମତକୁ ନେଇ କଟାକ୍ଷ କରିଛନ୍ତି ଡିମ୍ପଲ। ସେ ବିଜେପିକୁ ଘରେ ଘରେ ଘିଅ ବାଣ୍ଟିବାକୁ ଆହ୍ବାନ ଦେଇଛନ୍ତି।

ଆସନ୍ତା ଜାନୁଆରୀ 22 ତାରିଖରେ ରାମ ମନ୍ଦିରର ଗର୍ଭଗୃହରେ ବିରାଜିବେ ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଭଗବାନ ରାମ ଲାଲା । ଭଗବାନ ରାମଚନ୍ଦ୍ରଙ୍କ ସମେତ ମାତା ସୀତା, ଅନୁଜ ଲକ୍ଷ୍ମଣ ଓ ପରମଭକ୍ତ ହନୁମାନଙ୍କର ହେବ ପ୍ରାଣ ପ୍ରତିଷ୍ଠା । ଉଦଘାଟନ ଉତ୍ସବ ଜାନୁୟାରୀ ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବ । ସାରା ଦେଶର ମଠ ମନ୍ଦିରରେ ହେବ ବିଶେଷ କାର୍ଯ୍ୟକ୍ରମ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.