ETV Bharat / bharat

ବିଗିଡିବାରେ ଲାଗିଛି ଦିଲ୍ଲୀ ବାୟୁ, ନଭେମ୍ବରରେ ବଢିପାରେ ପ୍ରଦୂଷଣ

author img

By

Published : Nov 1, 2021, 8:40 AM IST

ରାଜଧାନୀ ଦିଲ୍ଲୀରେ ପୁଣି ବିଗିଡିଲା ବାୟୁର ଗୁଣବତ୍ତା । ଫଳରେ ଅସ୍ତବ୍ୟସ୍ତ ହୋଇଯାଇଛି ଦିଲ୍ଲୀବାସୀଙ୍କ ଜନଜୀବନ । ସୋମବାର ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ଜଣାପଡିଛି । ଅଧିକ ପଢନ୍ତୁ...

ବିଗିଡିବାରେ ଲାଗିଛି ଦିଲ୍ଲୀ ବାୟୁ, ନେଭେମ୍ବରରେ ବଢିପାରେ ପ୍ରଦୂଷଣ

ନୂଆଦିଲ୍ଲୀ: ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବଢୁଛି ବାୟୁ ପ୍ରଦୂଷଣ । ପୁଣି ବିଗିଡିବାରେ ଲାଗିଛି ସ୍ଥିତି । ସୋମବାର ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ଥିବା ଜଣାପଡିଛି । ବାୟୁ ଗୁଣବତ୍ତା ସୂଚକାଙ୍କ 302 ରେକର୍ଡ କରାଯାଇଛି । ଯାହାକି ଦିଲ୍ଲୀ ପାଇଁ ଅତ୍ୟନ୍ତ ଜଟିଳ ସ୍ଥିତି ସୃଷ୍ଟି କରିଛି । ଏନେଇ ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ପକ୍ଷରୁ ସୂଚନା ମିଳିଛି ।

ଦକ୍ଷିଣ-ପଶ୍ଚିମ ଦିଗରେ ନଡା ଜଳିବା ଦ୍ବାରା ନିର୍ଗତ ହେଉଥିବା ଧୂଆଁ ଯୋଗୁଁ ବାୟୁର ଗୁଣବତ୍ତା ଖରାପ ରହିଛି । ଏହାସହ SAFAR ପୂର୍ବାନୁମାନ କରିଛି ଯେ, ଆଗକୁ ହେବାକୁ ଥିବା ବୃଷ୍ଟିପାତ ଯୋଗୁଁ ପ୍ରଦୂଷଣ କିଛି ମାତ୍ରାରେ କମିବା ସହ ନଡା ଜଳା ଯାଉଥିବା କ୍ଷେତ୍ର ଗୁଡିକରେ ବାୟୁର ଗୁଣବତ୍ତାରେ ପରିବର୍ତ୍ତନ ଆସିବ । ସେପଟେ, ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ପୂର୍ବାନୁମାନ କରିଛି ଯେ ଜାତୀୟ ରାଜଧାନୀରେ ବାୟୁ ଗୁଣବତ୍ତା ନଭେମ୍ବର 1-2ରେ ଅତ୍ୟଧିକ ଖରାପ ଶ୍ରେଣୀରେ ରହିପାରେ । ନେଭେମ୍ବର ୪ ତାରିଖରେ ବାୟୁ ଗୁଣବତ୍ତା ଅଧିକ ବିଗିଡିପାରେ । ସେହିପରି ଆସନ୍ତା ୫ ଓ ୬ ତାରିଖରେ ସ୍ଥିତି ସଙ୍ଗୀନ ରହିବ ବୋଲି ପୂର୍ବାନୁମାନ କରିଛି ଆଇଏମଡି ।

ସରକାରୀ ଏଜେନ୍ସି ଅନୁଯାୟୀ, ବାୟୁ ଗୁଣବତ୍ତା ସୂଚକାଙ୍କ 0-5 ପରିସର ମଧ୍ୟରେ ରହିଲେ ଉତ୍ତମ ବୋଲି କୁହାଯାଇପାରିବ । 51-100 ମଧ୍ୟରେ ରହିଲେ ସନ୍ତୋଷଜନକ ଓ 101-200 ମଧ୍ୟରେ ରହିଲେ ମଧ୍ୟମ ଧରଣର ବୋଲି କୁହାଯାଇପାରିବ । 201-300 ଖରାପ ଏବଂ 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଓ 401-500 ମଧ୍ୟରେ ରହିଲେ ସ୍ଥିତି ଗମ୍ଭୀର ବୋଲି ବିବେଚନା କରାଯାଏ ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.