ETV Bharat / bharat

Delhi MCD poll: AAP ଦଖଲରେ ଦିଲ୍ଲୀ ମହାନଗର, ସରିଲା ବିଜେପିର ଯୁଗ

author img

By

Published : Dec 7, 2022, 4:04 PM IST

ଦିଲ୍ଲୀ ମହାନଗର ନିଗମ ନିର୍ବାଚନରେ AAPକୁ ବହୁମତ । 15ବର୍ଷ ପରେ ହାରିଲା ଭାରତୀୟ ଜନତା ପାର୍ଟି । ଦିଲ୍ଲାବାସୀଙ୍କୁ ଧନ୍ୟବାଦ ଦେଲେ କେଜ୍ରିଓ୍ବାଲ । କହିଲେ ପୁରା ଦେଶକୁ ବାର୍ତ୍ତା । ଅଧିକ ପଢନ୍ତୁ

Delhi mcd polls: AAP ଦଖଲରେ ଦିଲ୍ଲୀ ମହାନଗର, ସରିଲା ବିଜେପିର ଯୁଗ

ହାଇଦ୍ରାବାଦ: ନୂଆଦିଲ୍ଲୀ ନଗର ନିଗମ ନିର୍ବାଚନ (Delhi mcd polls)ରେ କେଜ୍ରିଓ୍ବାଲଙ୍କ ନେତୃତ୍ବାଧୀନ ଆମ ଆଦମୀ ପାର୍ଟି (AAP)ବହୁମତ ହାସଲ କରିଛି । ତେବେ ଏହି ଫଳାଫଳ ସହ ଦିଲ୍ଲୀ ମହାନଗରରେ ଗତ 15ବର୍ଷ ଧରି କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟିର କ୍ଷମତା ଯୁଗ ମଧ୍ୟ ଶେଷ ହୋଇଛି । ଫଳାଫଳ ପରେ ଆପ (AAP)କର୍ମୀମାନେ ଉତ୍ସବ ପାଳନ କରିବା ଆରମ୍ଭ କରିସାରିଛନ୍ତି । ଜନମତ ପାଇଁ ଦିଲ୍ଲୀବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ଦଳର ପ୍ରତିଷ୍ଠାତା ଅରବିନ୍ଦ କେଜ୍ରିଓ୍ବାଲ । ସେହିପରି କେଜ୍ରିଓ୍ବାଲ କହିଛନ୍ତି, "ଏହି ଫଳାଫଲ ମାଧ୍ୟମରେ ଦିଲ୍ଲୀବାସୀ ସାରା ଦେଶକୁ ଏକ ବାର୍ତ୍ତା ଦେଇଛନ୍ତି । ଆମେ ବିଜେପି ଓ କଂଗ୍ରେସ ସହ ସହଭାଗିତାରେ ଦିଲ୍ଲୀର ଉନ୍ନତି ପାଇଁ କାର୍ଯ୍ୟ କରିବୁ । ଆମକୁ ଦିଲ୍ଲୀକୁ ଦୁର୍ନୀତି ମୁକ୍ତ କରିବାକୁ ହେବ ।"

  • I congratulate the people of Delhi for this win and thank them for bringing change: Delhi CM and AAP national convenor Arvind Kejriwal as the party wins the Delhi MCD elections pic.twitter.com/UOctd9VjVC

    — ANI (@ANI) December 7, 2022 " class="align-text-top noRightClick twitterSection" data=" ">

ନିର୍ବାଚନ କମିଶନଙ୍କ ସଦ୍ୟତମ ସୂଚନା ଅନୁସାରେ, ମୋଟ 250 ଆସନରୁ ଆମ ଆଦମୀ ପାର୍ଟି 126 ଆସନରେ ବିଜୟୀ ହୋଇସାରିଛି । 2007ରୁ ମହାନଗର ନିଗମରେ କ୍ଷମତାରେ ଥିବା ଭାରତୀୟ ଜନତା ପାର୍ଟି ମାତ୍ର 97 ଆସନରେ ବିଜୟୀ ହୋଇଛି । ସେହିିପରି ସ୍ୱାଧୀନ ପ୍ରାର୍ଥୀ ଅନ୍ୟ 6ଟି ଆସନରେ ଆଗୁଆ ରହିଛନ୍ତି । ଏହାରି ମଧ୍ୟରେ ଆମ ଆଦମୀ ପାର୍ଟି ଅଧାରୁ ଅଧିକ ଆସନ ଦଖଲ କରିସାରିଛି । ଭାରତୀୟ ଜନତା ପାର୍ଟି ଦୀର୍ଘ 15ବର୍ଷ ପରେ ପରାଜୟର ସ୍ବାଦ ଚାଖିଛି । ଆଜି ସକାଳ 8ଟାରୁ ଭୋଟ ଗଣତି ହୋଇଥିଲା । ଏବେ ମଧ୍ୟ ଗଣତି ଜାରି ରହିଥିବା ବେଳେ ବହୁମତ ନେଇ ସଂଖ୍ୟା ସ୍ପଷ୍ଟ ହୋଇସାରିଛି ।

  • I want the cooperation of the BJP & Congress to work for Delhi now. I appeal to the Centre &ask for PM's blessings to make Delhi better. We have to make MCD corruption-free. Today, the people of Delhi have given a message to the entire nation: Delhi CM Arvind Kejriwal pic.twitter.com/oRsLUQy8RJ

250 ଆସନ ବିଶିଷ୍ଟ ଦିଲ୍ଲୀ ନଗର ନିଗମ ନିର୍ବାଚନରେ ମୋଟ 1,349 ପ୍ରାର୍ଥୀ ପ୍ରତିନ୍ଦ୍ବନ୍ଦ୍ବିତା କରିଥିଲେ । ଏଥିରେ ମୋଟ 50 ପ୍ରତିଶତ ଭୋଟିଂ ହୋଇଥିଲା । ଏଥର ପ୍ରୋ-କମ୍ବେନ୍ସି ଦେଖିବାକୁ ନମିଳିବା ନେଇ ଏକଜିଟ ପୋଲରେ ପୂର୍ବାନୁମାନ କରାଯାଉଥିଲା । ବିଜେପିକୁ ଦୀର୍ଘ 15ବର୍ଷ ପରେ ହଟାଇ ଆମ ଆଦମୀ ପାର୍ଟି ମହାନଗର ନିଗମ ଦଖଲ କରିପାରେ ବୋଲି ପୂର୍ବାକଳନ ପ୍ରକାଶ ପାଇଥିବା ବେଳେ ତାହା ହିଁ ସତ୍ୟ ପ୍ରମାଣିତ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.