ETV Bharat / bharat

Delhi: ବିଧାନସଭାର ସ୍ବତନ୍ତ୍ର ଅଧିବେଶନକୁ ଉପରାଜ୍ୟପାଳଙ୍କ ବାରଣ - ଦିଲ୍ଲୀ ରାଜନୀତି

ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନକୁ ଉପରାଜ୍ୟପାଳଙ୍କ ବାରଣ । ଦିଲ୍ଲୀ ଉପବାଚସ୍ପତି କହିଲେ, ଉପରାଜ୍ୟପାଳ ଜଣିବା ଉଚିତ, ମନ୍ତ୍ରୀମଣ୍ଡଳ ସୁପାରିଶରେ ଆହୁତ ହୋଇଥାଏ ଅଧିବେଶନ । ଅଧିକ ପଢନ୍ତୁ

ଦିଲ୍ଲୀ ବିଧାନସଭାର ସ୍ବତନ୍ତ୍ର ଅଧିବେଶନକୁ ଉପରାଜ୍ୟପାଳଙ୍କ ବାରଣ

author img

By

Published : Aug 16, 2023, 5:50 PM IST

ନୂଆଦିଲ୍ଲୀ: ଦିଲ୍ଲୀ ବିଧାନସଭାର ଦୁଇ ଦିନିଆ ସ୍ୱତନ୍ତ୍ର ଅଧିବେଶନ ଆଜିଠାରୁ ଆରମ୍ଭ ହେଉଛି । ବିଧାନସଭା ଅଧିବେଶନକୁ ନେଇ ଉପରାଜ୍ୟପାଳ ବିନୟ ସକ୍ସେନା ଆପତ୍ତି କରିଛନ୍ତି । ଦିଲ୍ଲୀ ବିଧାନସଭାର ଉପବାଚସ୍ପତି ରାକ୍ଷୀ ବିଡଲାନ ଏହି ସୂଚନା ଦେଇଛନ୍ତି । ରାକ୍ଷୀ ବିଡଲାନଙ୍କ ସୂଚନା ଅନୁଯାୟୀ, ଏହି ଚିଠି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଲେଖାଯାଇଛି ଏବଂ ଏହାର ଏକ କପି ବିଧାନସଭାକୁ ମଧ୍ୟ ପ୍ରଦାନ କରାଯାଇଛି । ଚିଠିରେ ସ୍ବତନ୍ତ୍ର ଅଧିବେଶନକୁ ବେଆଇନ ଦର୍ଶାଇଛନ୍ତି ଉପରାଜ୍ୟପଳ । ନିୟମ ଅନୁସାରେ, ବିଧାନସଭା ଅଧିବେଶନ ଆହୁତ କରାଯାଉ ବୋଲି ଉପରାଜ୍ୟପାଳ ଚିଠିରେ ଦର୍ଶାଇଛନ୍ତି ।

ଦିଲ୍ଲୀ ଉପବାଚସ୍ପତି ରାକ୍ଷୀ ବିଡଲାନଙ୍କ ଅନୁଯାୟୀ, ବିଧାନସଭା ନିୟମ ଅନୁଯାୟୀ ସମ୍ପୂର୍ଣ୍ଣ ଚାଲିଛି । ଉପରାଜ୍ଯପାଳଙ୍କ ଦର୍ଶାଉଥିବା ନିୟମ ସମ୍ପର୍କରେ କୌଣସି ବ୍ୟବସ୍ଥା ନାହିଁ । କେବଳ ମନ୍ତ୍ରୀମଣ୍ଡଳର ସୁପାରିଶ କ୍ରମେ ଅଧିବେଶନ ଡକାଯାଇପାରେ । ବିଧାନସଭାର କାର୍ଯ୍ୟକାରିତା ସାମ୍ବିଧାନିକ ନିୟମ ଦ୍ୱାରା ପରିଚାଳିତ ହୋଇଥାଏ । କେବେ ଅଧିବେଶନ ଆହୁତ ହେବ ତାହା ବିଧାନସଭା ଅର୍ଥାତ ମନ୍ତ୍ରୀମଣ୍ଡଳର ଅଧିକାର । ମନ୍ତ୍ରୀ ମଣ୍ଡଳର ବିନା ସୁପାରିଶରେ ନୂତନ ଅଧିବେଶନ ଡକାଯାଇପାରିବ ନାହିଁ, ଏକଥା ଉପରାଜ୍ୟପାଳ ମଧ୍ୟ ଜାଣିବା ଆବଶ୍ୟକ ବୋଲି ରାକ୍ଷୀ କହିଛନ୍ତି ।

ତେବେ ବିଭିନ୍ନ ପ୍ରସଙ୍ଗକୁ ନେଇ ପୂର୍ବରୁ ମଧ୍ୟ ଦିଲ୍ଲୀ ସରକାର ଓ ଉପରାଜ୍ୟପାଳଙ୍କ ମଧ୍ୟରେ ସାମ୍ବିଧାନିକ ସଙ୍କଟ ସୃଷ୍ଟି ହେବାର ଏକାଧିକ ନଜିର ରହିଛି । ନିକଟରେ ଦିଲ୍ଲୀ ସେବା ନିୟନ୍ତ୍ରଣ ପ୍ରସଙ୍ଗରେ ମାମଲା ଅତି ଗମ୍ଭୀର ହୋଇଥିଲା । ହେଲେ ସର୍ବୋଚ୍ଚ କୋର୍ଟରୁ ଦିଲ୍ଲୀ ସରକାରଙ୍କ ସପକ୍ଷରେ ରାୟ ଆସିବା ସତ୍ତ୍ବେ ମଧ୍ୟ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଜାରି କରି ଏହି କ୍ଷମତା ଉପରାଜ୍ୟପାଳଙ୍କ ନିକଟରେ ନ୍ଯସ୍ତ କରିଥିଲା । ପରେ ଏହାକୁ ସଂସଦରେ ମଧ୍ୟ ପାରିତ କରିବାରେ ସଫଳ ହୋଇଥିଲା କେନ୍ଦ୍ର ।

ଏହା ମଧ୍ୟ ପଢନ୍ତୁ :- ନ୍ୟାୟିକ ପ୍ରକ୍ରିୟାରେ ମହିଳାଙ୍କ ପ୍ରତି ବ୍ୟବହାର ହୋଇପାରିବ ନାହିଁ ଋଢିବାଦୀ ଶବ୍ଦ, ‘ହ୍ୟାଣ୍ଡବୁକ’ ଉନ୍ମୋଚିତ

ଦିଲ୍ଲୀ ସରକାର ଡାକିଥିବା ଏହି ବିଶେଷ ଅଧିବେଶନରେ ଏହି ଦିଲ୍ଲୀ ସେବା ଅଧ୍ୟାଦେଶ ବିଲ୍‌ ପ୍ରସଙ୍ଗରେ ଆଲୋଚନା ହେବାର ସମ୍ଭାବନା ଥିବାରୁ ଉପରାଜ୍ୟପାଳ ଏହାକୁ ବିରୋଧ କରୁଥିବା ମଧ୍ୟ ଚର୍ଚ୍ଚା ହେଉଛି । ତେବେ ପୂର୍ବରୁ ମଧ୍ୟ ଶିକ୍ଷକଙ୍କୁ ବିଦେଶରେ ପ୍ରଶିକ୍ଷଣ ପାଇଁ ପଠାଇବା ମାମଲାରେ ସରକାର ଓ ରାଜଭବନ ମଧ୍ୟରେ ମୁହାଁମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା । କିଛି ମାସ ଧରି ଏହି ନିଷ୍ପତ୍ତି ଝୁଲି ରହିବା ସହ ରାଜ୍ୟପାଳ ଓ ସରକାରଙ୍କ ମଧ୍ୟରେ ବାକଯୁଦ୍ଧ ଲାଗି ରହିଥିଲା । ଉପରାଜ୍ୟପାଳଙ୍କ ବିରୋଧରେ ଏକ ମାର୍ଚ୍ଚ ମଧ୍ୟ ଆରମ୍ଭ କରିଥିଲେ କେଜ୍ରିଓ୍ବାଲ ଓ ତାଙ୍କ ମନ୍ତ୍ରୀମାନେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.