ETV Bharat / bharat

Opposition Alliance INDIA case: 'ଇଣ୍ଡିଆ' ନାମ ବିବାଦ, ସମସ୍ତ ୨୬ବିରୋଧୀ ଦଳକୁ ଦିଲ୍ଲୀ ହାଇକୋର୍ଟଙ୍କ ନୋଟିସ

author img

By

Published : Aug 4, 2023, 8:11 PM IST

ବିରୋଧୀ ମେଣ୍ଟ 'ଇଣ୍ଡିଆ' ନାମ ବିବାଦ । ନିର୍ବାଚନ କମିଶନ ସମେତ ୨୬ ବିରୋଧୀ ଦଳକୁ ଦିଲ୍ଲୀ ହାଇକୋର୍ଟ ଜାରି କଲେ ସମନ । ଅଧିକ ପଢନ୍ତୁ

Etv Bharat
Etv Bharat

ନୂଆଦିଲ୍ଲୀ: ବିରୋଧୀ ମେଣ୍ଟ 'ଇଣ୍ଡିଆ' ନାମ ବିବାଦ । ଆଜି ଏହି ଆବେଦନର ଶୁଣାଣି କରି ଦିଲ୍ଲୀ ହାଇକୋର୍ଟ ସମସ୍ତ ୨୬ ବିରୋଧୀ ଦଳକୁ ନୋଟିସ ଜାରି କରିଛନ୍ତି । ବିରୋଧୀ ମହାମେଣ୍ଟର ଏହି ନାମକୁ ବିରୋଧରେ ସାମାଜିକ କର୍ମୀ ଗିରିଶ ଭରଦ୍ବାଜ କୋର୍ଟରେ ଆବେଦନ କରିଥିଲେ । ଏହାପରେ ଜଷ୍ଟିସ ସତୀଶ ଚନ୍ଦ୍ର ଶର୍ମା ଓ ସଞ୍ଜୀବ ନରୁଲାଙ୍କ ଖଣ୍ଡପୀଠ ସମସ୍ତ ବିରୋଧୀ ଦଳକୁ ନୋଟିସ ଜାରି କରିଛନ୍ତି ।

ତେବେ ଏହି ମାମଲାରେ ଆସନ୍ତା ଅକ୍ଟୋବର ୩୧ ତାରିଖରେ ପରବର୍ତ୍ତୀ ଶୁଣାଣି ହେବ । ଆବେଦନକାରୀ ଗିରିଶ ଭରଦ୍ରାଜ ନିଜ ଆବେଦନ ପତ୍ରରେ କହିଥିଲେ ଯେ ଅଧିନିୟମ 1950ର ପ୍ରତୀକ ଏବଂ ନାମ (ଅନୁପଯୁକ୍ତ ବ୍ୟବହାର ରୋକିବା) ବିଭାଗ 2 ଏବଂ 3 ଅନୁଯାୟୀ 'ଇଣ୍ଡିଆ' ନାମକୁ ବ୍ୟବହାର କରାଯାଇପାରିବ ନାହିଁ । ଏନେଇ କୋର୍ଟରେ ଆବେଦନ ହୋଇଥିବା ବେଳେ ହାଇକୋର୍ଟଙ୍କ ପକ୍ଷରୁ ବିରୋଧୀ ଦଳଗୁଡ଼ିକୁ ସମନ ଜାରି କରାଯାଇଥିବା ଆବେଦନକାରୀଙ୍କ ଆଇନଜୀବୀ ବୈଭବ ସିଂ କହିଛନ୍ତି ।

ଏହା ବି ପଢନ୍ତୁ- NDA VS INDIA: 26 ବିରୋଧୀ ଦଳ ନାମରେ ଏତଲା, ଜାଣନ୍ତୁ କଣ ଅଭିଯୋଗ

ତେବେ ୨୬ ବିରୋଧୀ ଦଳ ସମେତ ନିର୍ବାଚନ କମିଶନଙ୍କୁ ମଧ୍ୟ ଏନେଇ ନୋଟିସ ହୋଇଛି । ଏହି ମାମଲାରେ ତ୍ବରିତ ଶୁଣାଣି କରିବାକୁ ଆବେଦନକାରୀ କୋର୍ଟଙ୍କ ନିକଟରେ ପ୍ରାର୍ଥନା କରିଛନ୍ତି । ହେଲେ ହାଇକୋର୍ଟ ଏହି ପ୍ରାର୍ଥନାକୁ ଗ୍ରହଣ କରିନଥିବା ବେଳେ ଅନ୍ୟ ଗୁରୁତ୍ବପୂର୍ଣ୍ଣ ମାମଲାରେ କୋର୍ଟରେ ପେଣ୍ଡିଂ ପଡିଥିବା କହିଥିଲେ । ସୂଚନା ଥାଉ କି ଗତ ଜୁଲାଇ ୧୭ ଓ ୧୮ ତାରିଖରେ କର୍ଣ୍ଣାଟକ ରାଜଧାନୀ ବେଙ୍ଗାଲୁରୁରେ ବିରୋଧୀ ମହାମେଣ୍ଟର ଦ୍ବିତୀୟ ବୈଠକ ବସିଥିଲା । ଏହି ବୈଠକରେ ବିରୋଧୀ ମହାମେଣ୍ଟର ନାମ 'ଇଣ୍ଡିଆ' ରଖାଯାଇଥିଲା । ସୂତ୍ର ଅନୁସାରେ ଇଣ୍ଡିଆ ନାମ ରଖିବା ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରସ୍ତାବ ଦେଇଥିଲେ ।

ଏହା ବି ପଢନ୍ତୁ- Opposition Parties Mumbai Meeting: ଅଗଷ୍ଟରେ ହୋଇପାରେ ତୃତୀୟ ବୈଠକ !

ଆସନ୍ତା ୨୦୨୪ ନିର୍ବାଚନରେ ନ୍ୟାସନାଲ ଡେମାକ୍ରାଟିକ ଆଲିଆନ୍ସ (NDA)କୁ ଗାଦିଚ୍ୟୁତ କରିବା ଲାଗି ଏହି ମେଣ୍ଟ ଗଠନ କରିଛନ୍ତି ବିରୋଧୀ ଦଳ । ଚଳିତ ମାସରେ ମହାରାଷ୍ଟ୍ର ରାଜଧାନୀ ମୁମ୍ବାଇରେ ବିରୋଧୀ ମେଣ୍ଟର ତୃତୀୟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ତେବେ ବିହାର ପାଟନାରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ନେତୃତ୍ବରେ ବସିଥିଲା 'ଇଣ୍ଡିଆ'ର ପ୍ରଥମ ବୈଠକ । ସୂଚନା ଥାଉ କି ବିରୋଧୀ ମେଣ୍ଟ ୟୁପିଏ ବଦଳରେ ଏହି ନାମକରଣ କରାଯାଇଛି । ୨୬ ବିରୋଧୀ ଦଳର ମେଣ୍ଟ ନାମକରଣ ଘୋଷଣା କରିବା ପରେ ରାଜନୀତି ସରଗମର ରହିଛି । ବିରୋଧୀ ଦଳ ବିରୋଧରେ 'ଭାରତ' ନାମକୁ ଅପବ୍ୟବହାର ଏବଂ ନିର୍ବାଚନ ପ୍ରତୀକ ଅଧିନିୟମ ଉଲ୍ଲଘଂନ ଅଭିଯୋଗ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.