ETV Bharat / bharat

ଅଣନିଶ୍ବାସୀ ରାଜଧାନୀ; ଆଜି ବି ଗମ୍ଭୀର ବାୟୁ ପ୍ରଦୂଷଣ

author img

By

Published : Nov 13, 2021, 12:32 PM IST

ସାଙ୍ଘାତିକ ହେବାରେ ଲାଗିଛି ଦିଲ୍ଲୀ ବାୟୁ ପ୍ରଦୂଷଣ । ଆଜି ସକାଳୁ ୪୯୯ରେ ପହଞ୍ଚିଲା ବାୟୁ ଗୁଣବତ୍ତା ସୂଚକାଙ୍କ । ଅଧିକ ପଢନ୍ତୁ...

ଅଣନିଶ୍ବାସୀ ରାଜଧାନୀ; ଆଜି ବି ଗମ୍ଭୀର ବାୟୁ ପ୍ରଦୂଷଣ
ଅଣନିଶ୍ବାସୀ ରାଜଧାନୀ; ଆଜି ବି ଗମ୍ଭୀର ବାୟୁ ପ୍ରଦୂଷଣ

ନୂଆଦିଲ୍ଲୀ: ବିଷାକ୍ତ ହେବାରେ ଲାଗିଛି ଦିଲ୍ଲୀ ବାୟୁ । ଅଣନିଶ୍ବାସୀ ହେଲେଣି ରାଜଧାନୀବାସୀ । ରାଜଧାନୀ ଦିଲ୍ଲୀରେ ବାୟୁ ପ୍ରଦୂଷଣ ଦିନକୁ ଦିନ ସାଙ୍ଘାତିକ ହେଉଛି । ଆଜି(ଶନିବାର) ସକାଳେ ମଧ୍ୟ ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ଶ୍ରେଣୀରେ ରହିଛି । ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ପକ୍ଷରୁ ପ୍ରାପ୍ତ ସୂଚନା ଅନୁଯାୟୀ, ଆଜି ଦିଲ୍ଲୀରେ ବାୟୁମାନ ସୂଚକାଙ୍କ ୪୯୯ରେ ପହଞ୍ଚିଛି । ଯାହାକି ଅତ୍ୟନ୍ତ ଗୁରୁତର ଅଟେ ।

ଆଜି ଦିଲ୍ଲୀର ଲୋଧି ଅଞ୍ଚଳରେ ଏୟାର କ୍ବାଲିଟି ଇଣ୍ଡେକ୍ସ(AQI) ବାୟୁ ଗୁଣବତ୍ତା ୪୭୬ ରେକର୍ଡ ହୋଇଛି । ସେହିପରି IIT ଅଞ୍ଚଳରେ AQI ୪୭୯ ଥିବାବେଳେ ଦିଲ୍ଲୀ ବିଶ୍ବ ବିଦ୍ୟାଳୟର ଉତ୍ତର କ୍ୟାମ୍ପସ ଅଞ୍ଚଳରେ AQI ୫୭୮ ରେକର୍ଡ ହୋଇଛି । ଦୀପାବଳି ପରଠୁ ଦିଲ୍ଲୀରେ ବାୟୁ ଓ ଜଳ ପ୍ରଦୂଷଣ ଉଦବେଗଜନକ ଭାବେ ବଢିବାରେ ଲାଗିଛି । ପ୍ରଦୂଷଣ ବୃଦ୍ଧି ନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଏବଂ ଦିଲ୍ଲୀ ସରକାର ଚିନ୍ତିତ ଥିବାବେଳେ ସୁପ୍ରିମକୋର୍ଟ ମଧ୍ୟ ଏନେଇ ଚିନ୍ତାପ୍ରକଟ କରିଛନ୍ତି ।

ସ୍ଥିତି ଏପରି ଯେ ସକାଳୁ ସହରରେ ମର୍ଣ୍ଣିଂ ୱାକ୍ କରିବା ମଧ୍ୟ କଷ୍ଟକର ହୋଇପଡୁଛି। ଆଜି ବାୟୁ ଗୁଣବତ୍ତା ଅତି ଗମ୍ଭୀର ଥିବାବେଳେ ବିଭିନ୍ନ ଅଞ୍ଚଳରେ ନଡା ଜଳିବା ଯୋଗୁଁ ଆସନ୍ତାକାଲି ମଧ୍ୟ ସ୍ଥିତି ସମାନ ରହିବ ବୋଲି ଆଶା କରାଯାଉଛି । ଏଣୁ କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ଏ ଦିଗରେ ଦୃଷ୍ଟି ଦେବା ଆବଶ୍ୟକ କହିଛି SAFAR ।

ସରକାରୀ ଏଜେନ୍ସି ଅନୁଯାୟୀ, AQI 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ । ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ବୋଲି ବିଚାର କରାଯାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.