ETV Bharat / bharat

ଦିଲ୍ଲୀ ବିଧାନସଭା ମୁଲତବୀ, କେଜ୍ରିଓ୍ବାଲଙ୍କ ଆସ୍ଥା ଭୋଟ ଉପରେ ଆସନ୍ତାକାଲି ଫୈସଲା - ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ

ଆଜି ମୁଲତବୀ ରହିଲା ଦିଲ୍ଲୀ ବିଧାନସଭା । ଆସନ୍ତା କାଲି ପୂର୍ବାହ୍ନରେ ଗୃହକାର୍ଯ୍ୟ ଆରମ୍ଭ ହେବା ପରେ କେଜ୍ରଓ୍ବାଲଙ୍କ ଆସ୍ଥା ଭୋଟ୍‌ ପ୍ରସ୍ତାବ ଉପରେ ହୋଇପାରେ ଆଲୋଚନା Kejriwals vote of confidence । ଅଧିକ ପଢନ୍ତୁ

ଦିଲ୍ଲୀ ବିଧାନସଭା ମୁଲତବୀ, ଆସନ୍ତାକାଲି କେଜ୍ରିଓ୍ବାଲଙ୍କ ଆସ୍ଥା ଭୋଟ ପ୍ରସ୍ତାବ ଉପରେ ଆଲୋଚନା

author img

By

Published : Aug 29, 2022, 6:27 PM IST

ନୂଆଦିଲ୍ଲୀ: ଆସନ୍ତାକାଲି ପୂର୍ବାହ୍ନ ପର୍ଯ୍ୟନ୍ତ ମୁଲତବୀ ରହିଲା ଦିଲ୍ଲୀ ବିଧାନସଭା । ଆସନ୍ତାକାଲି (ମଙ୍ଗଳବାର) ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ ଆଣିଥିବା ଆସ୍ଥା ଭୋଟ ପ୍ରସ୍ତାବ ଉପରେ ଆଲୋଚନା ହୋଇପାରେ (Kejriwals vote of confidence)। ଆଜି ଶାସକ ଦଳର ବିଧାୟକଙ୍କ ହଟ୍ଟଗୋଳ ମଧ୍ୟରେ ଆସନ୍ତାକାଲି ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି । ଆପ ବିଧାୟକଙ୍କୁ ଦଳ ଛାଡିବା ପାଇଁ ବିଜେପି ପ୍ରଲୋଭିତ କରୁଥିବା ଓ ତାଙ୍କ ନିକଟରେ ଦଳର ସମସ୍ତ ବିଧାୟକଙ୍କ ସମର୍ଥନ ଥିବା ଦର୍ଶାଇ ଗୃହରେ ଆସ୍ଥା ଭୋଟ ପ୍ରସ୍ତାବ ଦେଇଥିଲେ ମୁଖ୍ୟମନ୍ତ୍ରୀ ତଥା ଆପ ମୁଖ୍ୟ ଅରବିନ୍ଦ କେଜ୍ରିିଓ୍ବାଲ ।

ତେବେ କେଜ୍ରିଓ୍ବାଲ ଆଣିଥିବା ଆସ୍ଥା ଭୋଟ ପ୍ରସ୍ତାବ ନେଇ ଆସନ୍ତାକାଲି ଗୃହକାର୍ଯ୍ୟ ଆରମ୍ଭ ହେଲେ ଆଲୋଚନା ହୋଇପାରେ ବୋଲି ଆଶା କରାଯାଉଛି । ଆଜି ଗୃହରେ ମଧ୍ୟ ବିଜେପି ଉପରେ ବର୍ଷିଛନ୍ତି କେଜ୍ରିଓ୍ବାଲ । ଦରଦାମ ବୃଦ୍ଧି ପ୍ରସଙ୍ଗ ଉଠାଇ, କେଜ୍ରିଓ୍ବାଲ କହିଛନ୍ତି, କେନ୍ଦ୍ର ସରକାର ଅତ୍ୟାବଶ୍ଯକ ତଥା ଦୈନଦିନ ସାମଗ୍ରୀର ଦରଦାମ ବଢାଇବାରେ ଲାଗିଛନ୍ତି । ଆରବପତି ଶିଳ୍ପପତି ବନ୍ଧୁଙ୍କ ଋଣ ଛାଡ ଯୋଗୁ କେନ୍ଦ୍ର ସରକାରଙ୍କୁ ଦରଦାମ ବଢାଇବାକୁ ପଡୁଥିବା ମୁଖ୍ୟମନ୍ତ୍ରୀ କେଜ୍ରିଓ୍ବାଲ କହିଛନ୍ତି ।

ସେହିପରି ସେ ଆହୁରି ମଧ୍ୟ କହିଛନ୍ତି, ଋଣ ଛାଡ କରିବା ନିଷ୍ପତ୍ତି ସରକାର ବନ୍ଦ କରିବା ସହ ଛାଡ ହୋଇଥିବା ରାଶି ଆଦାୟ କରିପାରିଲେ, ଦେଶରେ ଦରଦାମ ବୃଦ୍ଧିକୁ ନିୟନ୍ତ୍ରଣକୁ ଆଣିବା ସମ୍ଭବ ହୋଇପାରିବ । କେନ୍ଦ୍ର ସରକାର ଗତ 5 ବର୍ଷ ମଧ୍ୟରେ ଦେଶର କିଛି ଆରବପତି ଶିଳ୍ପପତିଙ୍କର ପ୍ରାୟ 10 ଲକ୍ଷ କୋଟି ଟଙ୍କାର ଋଣ ଛାଡ କରିଛନ୍ତି । ଦେଶରେ କୃଷକ କିମ୍ବା ଛାତ୍ରଙ୍କ ଋଣ ଛାଡ କରାଯାଉନି । କିନ୍ତୁ ଆରବପତି ଶିଳ୍ପପତି ବନ୍ଧୁଙ୍କର ଋଣ ଛାଡ କରିବାରେ ସରକାର ଲାଗିଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-ଆପ୍‌ରେ ନାହିଁ ଫାଟ, ଆଜି ଶକ୍ତି ଦେଖାଇବେ କେଜ୍ରିୱାଲ

ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କ ବିରୋଧରେ କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ପରେ ବିଜେପି ଉପରେ ବର୍ଷିଥିଲେ କେଜ୍ରିଓ୍ବାଲ ଓ ନିଜେ ମନୀଷ ସିସୋଦିଆ । ଦଳର ଏକାଧିକ ବିଧାୟକଙ୍କୁ ଟଙ୍କା ଓ କେନ୍ଦ୍ରୀୟ ଏଜେନ୍ସିର କାର୍ଯ୍ୟାନୁଷ୍ଠାନ ଭୟ ଦେଖାଇ ଆପ ଛାଡି ବିଜେପିରେ ସାମିଲ ହେବା ପାଇଁ ପ୍ରଲୋଭନ ମିଳୁଥିବା ଉଭୟ କହିଥିଲେ । ଦଳ ବଦଳାଇବାକୁ ବିଜେପି ପକ୍ଷରୁ ବିଧାୟକମାନଙ୍କୁ 20 କୋଟି ଟଙ୍କା ପ୍ରଲୋଭନ ମିଳୁଥିବା କେଜ୍ରିୱାଲ ଅଭିଯୋଗ କରିଥିଲେ । ଗତ ସପ୍ତାହରେ ସେ ଦଳୀୟ ବିଧାୟକଙ୍କ ସହ ବୈଠକ କରିଥିଲେ । ବିଜେପି ଦିଲ୍ଲୀ ସରକାର ଭାଙ୍ଗିବା ପାଇଁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିବା କେଜ୍ରିଓ୍ବାଲ କହିଥିଲେ ।

ଏହା ବି ପଢନ୍ତୁ...ସ୍କୁଲ୍‌ ମଡେଲ୍‌କୁ ନେଇ କେଜ୍ରିୱାଲ ଓ ହିମନ୍ତ ବିଶ୍ବଶର୍ମାଙ୍କ ମଧ୍ୟରେ ଟ୍ବିଟର ୱାର

ବିଜେପି ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି କେଜ୍ରିୱାଲ କହିଥିଲେ, "ଦିଲ୍ଲୀରେ ‘ଅପରେସନ ଲୋଟସ’ ଫେଲ (Operation Lotus) ମାରିଛି । ଦଳର ସମସ୍ତ ବିଧାୟକଙ୍କ ସମର୍ଥନ ତାଙ୍କ ସହ ରହିଛି ।" ଏହି ଦମ୍ଭୋକ୍ତିକୁ ପ୍ରମାଣିତ କରିବାକୁ ଯାଇ, ସେ ଗୃହରେ ଆସ୍ଥା ଭୋଟ ମଧ୍ୟ ଆଣିବା ପାଇଁ ପ୍ରସ୍ତାବ ରଖିଥିଲେ । ଆଜି ଗୃହ ମୁଲତବୀ ହୋଇସାରିଥିବା ବେଳେ ଆସନ୍ତାକାଲି କେଜ୍ରିଓ୍ବାଲଙ୍କ ଏହି ପ୍ରସ୍ତାବ ଉପରେ ଆଲୋଚନା ହେବା ନେଇ ଆଶା କରାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.