ନୂଆଦିଲ୍ଲୀ: ଘାଟିରେ ଧାରା 370 ଉଚ୍ଛେଦ ପରେ ପ୍ରଥମ ଗଣତାନ୍ତ୍ରିକ ପ୍ରକ୍ରିୟା ଶେଷ ହୋଇସାରିଛି । ନିକଟରେ ସଫଳତା ପୂର୍ବକ ଜମ୍ମୁ କାଶ୍ମୀର ବିକାଶ ପରିଷଦ(DDC) ନିର୍ବାଚନ ସରିଛି । ତେବେ ଏହାରି ମଧ୍ୟରେ ପୂନର୍ବାର ଜମ୍ମୁ କାଶ୍ମୀର ଗସ୍ତ କରୁଛନ୍ତି ବିଦେଶୀ ରାଷ୍ଟ୍ରଦୂତଙ୍କ ଏକ ପ୍ରତିନିଧିମଣ୍ଡଳ ।
ରାଜଧାନୀରେ ରହୁଥିବା 20 ସଦସ୍ୟ ବିଶିଷ୍ଟ ବିଦେଶୀ ରାଷ୍ଟ୍ରଦୂତ ପ୍ରତିନିଧିମଣ୍ଡଳ ଫେବୃଆରୀ 17ରେ 2 ଦିବସୀୟ ଜମ୍ମୁ କାଶ୍ମୀର ଗସ୍ତ କରିବେ । ଏହି ପ୍ରତିନିଧିମଣ୍ଡଳରେ ମୁଖ୍ୟତଃ ଆଫ୍ରିକୀୟ, ମଧ୍ୟପୂର୍ବ, ୟୁରୋପୀୟ ଦଶର ରାଷ୍ଟ୍ରଦୂତ ସାମିଲ ରହିବେ । ଜମ୍ମୁ କାଶ୍ମୀରର ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ରଦ୍ଧ ତଥା ଧାରା 370 ଉଚ୍ଛେଦ ପରେ ବିଦେଶୀ ରାଷ୍ଟ୍ରଦୂତଙ୍କର ଏହା ଚତୁର୍ଥ ଗସ୍ତ ହେବ ।
ୟୁରୋପୀୟ ଦେଶର ପ୍ରତିନିଧିମଣ୍ଡଳ ଅକ୍ଟୋବର 2019ରେ ଦୁଇ ଦିବସୀୟ କାଶ୍ମୀର ଗସ୍ତ କରିଥିଲେ । ଏହା ପରେ ଗତ ବର୍ଷ 9 ଜାନୁଆରୀରେ ନୂଆ ଦିଲ୍ଲୀ ସ୍ଥିତ ଆମେରିକା ରାଷ୍ଟ୍ରଦୂତ ସମେତ 16 ବିଦେଶୀ ରାଷ୍ଟ୍ରଦୂତ ଏଠାକୁ ଆସିଥିଲେ ।
12 ଫେବୃଆରୀ 2020ରେ ବିଦେଶୀ ରାଷ୍ଟ୍ରଦୂତଙ୍କ 25 ଜଣିଆ ପ୍ରତିନିଧିମଣ୍ଡଳ ମଧ୍ୟ କାଶ୍ମୀର ଗସ୍ତ କରିଥିଲେ। ଏହି ପ୍ରତିନିଧିଣ୍ଡଳରେ ଜର୍ମାନୀ, କାନାଡା, ଫ୍ରାନ୍ସ ଏବଂ ଆଫଗାନିସ୍ତାନର ରାଷ୍ଟ୍ରଦୂତମାନେ ସାମିଲ ଥିଲେ।