ETV Bharat / bharat

ସୈନ୍ୟ ପ୍ରତ୍ୟାହାରରେ ପ୍ରଶ୍ନ ଉଠାଇଲେ ରାହୁଲ, ପ୍ରତିରକ୍ଷା ମନ୍ତ୍ରଣାଳୟର କଡା ଜବାବ - ଭାରତ-ଚୀନ ସୀମା ବିବାଦ

ଭାରତ-ଚୀନ ସୀମାରେ ସେନା ପ୍ରତ୍ୟାହାରରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନାହିଁ ଭରସା । ରାହୁଲଙ୍କ ମନ୍ତବ୍ୟ ଭାରତୀୟ ଯବାନଙ୍କ ପରାକ୍ରମ ଓ ସୌର୍ଯ୍ୟ ଉପରେ ଉଠାଇଛି ପ୍ରଶ୍ନ ଚିହ୍ନ । ଅଧିକ ପଢନ୍ତୁ...

ସୈନ୍ୟ ପ୍ରତ୍ୟାହାର ଉପରେ ପ୍ରଶ୍ନ ଉଠାଇଲେ ରାହୁଲ, ପ୍ରତିରକ୍ଷା ମନ୍ତ୍ରଣାଳୟର କଡା ଜବାବ

author img

By

Published : Feb 12, 2021, 7:39 PM IST

ନୂଆଦିଲ୍ଲୀ: ବିଶ୍ବକୁ ନାଲି ଆଖି ଦେଖାଉଥିବା ଚୀନର ସେନାକୁ ପାଙ୍ଗୋଙ୍ଗ ହ୍ରଦର ଉତ୍ତରରେ 8 କିଲୋମିଟର ପଛକୁ ହଟିବାକୁ ବାଧ୍ୟ କରିଛି ଭାରତ । ସୀମାର ବାକି ସ୍ଥାନରେ ମଧ୍ୟ ଚୀନକୁ ପଛକୁ ହଟିବାକୁ ପଡିବ । ଏପେଟେ ଭାରତୀୟ ସେନା ମଧ୍ୟ ନିଜର ପୁରୁଣା ସ୍ଥାନକୁ ଫେରିଆସିବ । ତେବେ ସୀମାରେ ସେନା ପ୍ରତ୍ୟାହାର ପ୍ରକ୍ରିୟା ଆରମ୍ଭ ହୋଇସାରିଛି ।

ସୀମାରେ ସେନା ପ୍ରତ୍ୟାହାର ନେଇ ସାମ୍ନାକୁ ଆସି ସାରିଛି ଭିଡିଓ । ହେଲେ ଭାରତ-ଚୀନ ସୀମାରେ ସେନା ପ୍ରତ୍ୟାହାର ଉପରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ନାହିଁ ଭରସା । ରାହୁଲଙ୍କ ମନ୍ତବ୍ୟ ଭାରତୀୟ ଯବାନଙ୍କ ପରାକ୍ରମ ଓ ସୌର୍ଯ୍ୟ ଉପରେ ଉଠାଇଛି ପ୍ରଶ୍ନ ଚିହ୍ନ ।

ରାହୁଲ ଟ୍ବିଟ କରି ଭାରତ ସରକାରଙ୍କୁ 3ଟି ପ୍ରଶ୍ନ କରିଛନ୍ତି

1. ଆମ ସୈନ୍ୟଙ୍କୁ କଣ ପାଇଁ କୈଳାଶ ରେଞ୍ଜରୁ ପ୍ରତ୍ୟାହାର କରାଯାଉଛି?

2. ଆମେ କାହିଁକି ଆମର ଅଞ୍ଚଳରୁ ପଛକୁ ହଟି ଫିଙ୍ଗର 4 ଓ ଫିଙ୍ଗର 3ରେ ଫରୱାର୍ଡ ବେସରୁ ସେନା ପ୍ରତ୍ୟାହାର କରୁଛୁ?

3. କଣ ପାଇଁ ଚୀନ ଆମ ଅଞ୍ଚଳରୁ ସେନା ପ୍ରତ୍ୟାହାର କରିନାହିଁ ?

ରାହୁଲଙ୍କ ଏହି ପ୍ରଶ୍ନକୁ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ରାହୁଲ ଗାନ୍ଧୀଙ୍କୁ ଦିଆଯାଇଛି କଡା ଜବାବ ।

ପ୍ରତିରକ୍ଷା ମନ୍ତ୍ରଣାଳୟ ବୟାନ ଜାରି କରି କହିଛି ଯେ ଭାରତ ସୀମା ଫିଙ୍ଗର 4 ପର୍ଯ୍ୟନ୍ତ ନୁହେଁ, ବରଂ ଦେଶର ମାନଚିତ୍ରରେ ଦେଖାଯାଇଥିବା ସୀମା ପର୍ଯ୍ୟନ୍ତ ପରିବ୍ୟାପ୍ତ । ଦେଶର ମାଟିରେ 43 ହଜାର ବର୍ଗ କିଲୋମିଟର ଅଂଶ ଉପରେ 1962 ମସିହାରୁ ଚୀନ ଦଖଲ କରି ରଖିଥିଲା । ମନ୍ତ୍ରଣାଳୟ କହିଛି ଯେ ବାସ୍ତବିକ ସ୍ଥିତି ସମ୍ପର୍କରେ ପ୍ରତିରକ୍ଷାମନ୍ତ୍ରୀଙ୍କ ପକ୍ଷରୁ ସଂସଦରୁ ଉଭୟ ଗୃହରେ ବିସ୍ତୃତ ସୂଚନା ଦିଆଯାଇସାରିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.