ETV Bharat / bharat

IIT କାନପୁରରେ ଓଡିଆ ମହିଳା ରିସର୍ଚ୍ଚ ଷ୍ଟାଫଙ୍କ ସନ୍ଦେହଜନକ ଅବସ୍ଥାରେ ମୃତଦେହ ଉଦ୍ଧାର - ଉତ୍ତର ପ୍ରଦେଶ କ୍ରାଇମ ନ୍ୟୁଜ

Odia Research Staff Member Dr Pallavi dead-body found in IIT Kanpur: ମୃତଦେହ ଜବତ କରି ପୋଲିସର ତଦନ୍ତ ଆରମ୍ଭ । ହଷ୍ଟେଲ ପ୍ରକୋଷ୍ଠରୁ ସନ୍ଦେହଜନକ ଅବସ୍ଥାରେ ମିଳିଛି ମୃତଦେହ । ଅଧିକ ପଢନ୍ତୁ

IIT କାନପୁରରେ ସନ୍ଦେହଜନକ ଅବସ୍ଥାରେ ଓଡିଆ ମହିଳା ରିସର୍ଚ୍ଚ ଷ୍ଟାଫଙ୍କ ମୃତଦେହ ଠାବ

author img

By ETV Bharat Odisha Team

Published : Dec 19, 2023, 11:00 PM IST

ଲକ୍ଷ୍ନୌ: ଆଇଆଇଟି କାନପୁରରେ ସନ୍ଦେହଜନକ ଅବସ୍ଥାରେ ଓଡିଆ ମହିଳା ରିସର୍ଚ୍ଚ ଷ୍ଟାଫଙ୍କ ମୃତଦେହ ଠାବ କରାଯାଇଛି । ସେ ରହୁଥିବା ହଷ୍ଟେଲ ପ୍ରକୋଷ୍ଠରୁ ମୃତଦେହ ଉଦ୍ଧାର ହୋଇଥିବା ସୂଚନା ମିଳିଛି । ସଂସ୍ଥାନ କର୍ତ୍ତୃପକ୍ଷଙ୍କ ସୂଚନା ପରେ ସ୍ଥାନୀୟ ପୋଲିସ ଫୋରେନସିକ ଟିମ୍‌ ସହ ପହଞ୍ଚି ମୃତଦେହ ଜବତ କରିବା ସହ ଚିହ୍ନଟ କରିଛି । ପ୍ରାଥମିକ ତଦନ୍ତ ପରେ ଏହି ଓଡିଆ ରିସର୍ଚ୍ଚ ଷ୍ଟାଫ ଡଃ ପଲ୍ଲବୀ ଓ ସେ କଟକ ଅଞ୍ଚଳର ବୋଲି ଜଣାପଡିଛି ।

ସ୍ଥାନୀୟ ପୋଲିସର ସୂଚନାନୁସାରେ, କଟକ ନିବାସୀ 35 ବର୍ଷୀୟା ଡଃ.ପଲ୍ଲବୀ ଜଣେ ରିସର୍ଚ୍ଚ ଷ୍ଟାଫ ଭାବେ ସଂସ୍ଥାନରେ କାର୍ଯ୍ୟରତ ଥିଲେ । ସେ ଅନୁଷ୍ଠାନର ବାୟୋ ସାଇନ୍ସ ଓ ବାୟୋ ଇଞ୍ଜିନିୟରିଂ ବିଭାଗ ସହ ଗବେଷଣାରେ ଜଡିତ ଥିଲେ । ଚଳିତ ବର୍ଷ ଅଗଷ୍ଟରେ ସେ ଆଇଆଇଟି କ୍ୟାମ୍ପସରେ କାମ ଆରମ୍ଭ କରିଥିଲେ । ଆଜି (ମଙ୍ଗଳବାର) ସକାଳେ ପଲ୍ଲବୀଙ୍କ ହଷ୍ଟେଲ କୋଠରୀ ସଫା କରିବାକୁ ସଫେଇ କର୍ମଚାରୀ ପହଞ୍ଚିଥିଲେ । ଦୀର୍ଘ ସମୟ ଧରି ତାଙ୍କୁ ଡାକିବା ସତ୍ତ୍ବେ ମଧ୍ୟ ସେ ତାଙ୍କ ରୁମରୁ ବାହାରକୁ ଆସିନଥିଲେ । ଏହା ପରେ ସେ ସଫେଇ କର୍ମଚାରୀ ଜଣକ ରୁମରେ ପ୍ରବେଶ କରିବା ପରେ ସନ୍ଦେହଜନକ ଅବସ୍ଥାରେ ପଲ୍ଲବୀଙ୍କର ମୃତଦେହ ଦେଖିବାକୁ ପାଇଥିଲେ । ସେ ଏସମ୍ପର୍କରେ ହଷ୍ଟେଲ କର୍ତ୍ତୃପକ୍ଷଙ୍କୁ ଅବଗତ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :- ସଂସଦ ସୁରକ୍ଷା ବିଭ୍ରାଟ: ମାଷ୍ଟରମାଇଣ୍ଡ ଲଳିତ ଘରେ ATS ଓ ଦିଲ୍ଲୀ ପୋଲିସର ଛାନଭିନ

ହଷ୍ଟେଲ କର୍ତ୍ତୃପକ୍ଷ ଆଇଆଇଟି ପ୍ରଶାସନକୁ ଏ ବିଷୟରେ ସୂଚନା ଦେବା ପରେ ସ୍ଥାନୀୟ ପୋଲିସକୁ ଘଟଣା ସମ୍ପର୍କରେ ଅବଗତ କରାଯାଇଥିଲା । ପୋଲିସ ପହଞ୍ଚି ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ସଂସ୍ଥାନ କର୍ତ୍ତୃପକ୍ଷ ଓ ସହକର୍ମୀଙ୍କୁ ମଧ୍ୟ ପୋଲିସ ପଚରା ଉଚରା କରିଛି । ଘଟଣାସ୍ଥଳରୁ କିଛି ନମୂନା ମଧ୍ୟ ସଂଗ୍ରହ କରାଯାଇଛି । ଫେରେନସିକ ଟିମ ଏହି ନମୂନାକୁ ଯାଞ୍ଚ କରୁଛି । ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ପାରିପାର୍ଶ୍ବିକ ସ୍ଥିତିରୁ ସେ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ପୋଲିସ ପଲ୍ଲବୀଙ୍କ ପରିବାର ସଦସ୍ୟଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଛି । ତଦନ୍ତ ଓ ବ୍ୟବଚ୍ଛେଦ ପରେ ମୃତ୍ୟୁର କାରଣ ସମ୍ପର୍କରେ ଜଣାପଡିବା ନେଇ ଆଶା କରାଯାଉଛି । ସମସ୍ତ ଦିଗରୁ ତଦନ୍ତ ଜାରି ରହିଥିବା ଓ ପ୍ରାଥମିକ ତଦନ୍ତ ପରେ କାରଣ ସମ୍ପର୍କରେ ସ୍ପଷ୍ଟ ହେବା ନେଇ ପୋଲିସ କହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.