ETV Bharat / bharat

ଦାଉଦ ଇବ୍ରାହିମ ଭାଇକୁ ଗିରଫ କଲା NCB

author img

By

Published : Jun 23, 2021, 4:56 PM IST

ଦାଉଦ ଇବ୍ରାହିମ ଭାଇ ଇକବାଲ କାସକରକୁ ଗିରଫ କରିଛି ମୁମ୍ବାଇ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) । ଡ୍ରଗ୍ସ ଯୋଗାଣ ମାମଲାରେ ଥିଲା ଲିଙ୍କ୍‌ । ଅଧିକ ପଢନ୍ତୁ...

ଦାଉଦ ଇବ୍ରାହିମ ଭାଇକୁ ଗିରଫ କଲା NCB
ଦାଉଦ ଇବ୍ରାହିମ ଭାଇକୁ ଗିରଫ କଲା NCB

ମୁ୍ମ୍ବାଇ: ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମ ଭାଇ ଇକବାଲ କାସକରକୁ ଗିରଫ କରିଛି ମୁମ୍ବାଇ ନାରକୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ(ଏନସିବି) । ଡ୍ରଗ୍ସ ମାମଲାରେ ପ୍ରଡକ୍ସନ ୱାରେଣ୍ଟରେ ଇକବାଲ କାସକରକୁ ରିମାଣ୍ଡରେ ନିଆଯାଇଥିଲା ।

ନିକଟରେ ଏନସିବି ନିଶାଦ୍ରବ୍ୟ ଜବତ କରିଥିଲା । ଏହି ନିଶାଦ୍ରବ୍ୟ ବାଇକ ଯୋଗେ ପଞ୍ଜାବରୁ ମୁମ୍ବାଇ ଅଣାଯାଇଥିଲା । ଏହି ମାମଲାରେ ପାଖାପାଖି 25 କିଲୋଗ୍ରାମ ଚରସ ଜବତ ହୋଇଥିଲା ।

ମାମଲାର ଯାଞ୍ଚ ସମୟରେ ଅଣ୍ଡରୱାର୍ଲଡ ଲିଙ୍କ ଥିବା ସୁରାକ ପାଇଥିଲା ଏନସିବି । ଏହି କାରଣରୁ ଅଣ୍ଡରୱାର୍ଲଡ ଡନ ଦାଉଦ ଇବ୍ରାହିମର ଭାଇ ଇକବାଲ କାସକରକୁ ରିମାଣ୍ଡରେ ନେଇଥିଲା ଏନସିବି । ଇକବାଲକୁ କିଛି ସମୟ ମଧ୍ୟରେ ଏନସିବି ଅଫିସ ଅଣାଯିବ ।

ମାମଲାର ଯାଞ୍ଚ ସମୟରେ ଏନସିବିକୁ ଆତଙ୍କୀ ଫଣ୍ଡିଂ ଓ ଡ୍ରଗ୍ସ ଯୋଗାଣରେ ଅଣ୍ଡରୱାର୍ଲଡର ହାତ ଥିବା ଜଣାପଡିଥିଲା । ଏହି ଆଧାରରେ ଏନସିବି ମୁମ୍ବାଇର ଅନେକ ସ୍ଥାନରେ କରିଥିଲା ଚଢାଉ । ଗିରଫ ଅଭିଯୁକ୍ତଙ୍କୁ ପଚାରାଉଚୁରା ଓ ଚରସ ଯୋଗାଣ ସହ ଦାଉଦ ଇବ୍ରାହିମ ଭାଇ ଇକବାଲ କାସକରର କନେକ୍ସନ ଥିବା ଜଣାପଡିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.