ETV Bharat / bharat

ତାଉ'ତେର ପ୍ରଭାବରେ ପ୍ରଭାବିତ ମୁମ୍ବାଇ, ଗୁଜୁରାଟ: 6 ମୃତ, 410 ନିଖୋଜ

ତାଉ'ତେ ପ୍ରଭାବରେ ମୁମ୍ବାଇ ସହ ଗୁଜୁରାଟରେ ବ୍ୟାପକ କ୍ଷୟକ୍ଷତି । ମୁମ୍ବାଇରେ 6 ଜଣଙ୍କ ମୃତ୍ୟୁ ସହ ଗୁଜୁରାଟରୁ ନିଖୋଜ ଅଛନ୍ତି 410 । ଅଧିକ ପଢନ୍ତୁ...

ତାଉ'ତେର ପ୍ରଭାବରେ ପ୍ରଭାବିତ ମୁମ୍ବାଇ, ଗୁଜୁରାଟ: 6 ମୃତ 410 ନିଖୋଜ

author img

By

Published : May 18, 2021, 9:35 AM IST

ମୁମ୍ବାଇ/ଗାନ୍ଧୀନଗର: ତାଉ ଦେଖାଇ ଚାଲିଗଲା ତାଉ'ତେ । ମୁମ୍ବାଇରେ ଝଡ, ତୋଫାନ ପ୍ରବଳ ବର୍ଷା ସହ ତାଣ୍ଡବ ରଚିବା ପରେ ଗୁଜୁରାଟରେ ତାଉ'ତେର ଲ୍ୟାଣ୍ଡଫଲ । ଗୁଜୁରାଟରେ ପ୍ରାୟ 2 ଘଣ୍ଟା ଧରି ଗର୍ଜନ କରି ଗଛପତ୍ର, କୋଠାବାଡି ସହ ଇଲେକ୍ଟିର ପୋଲ ଭାଙ୍ଗି ଧରାଶାୟୀ କରିଯାଇଛି ତାଉ'ତେ । ଏହାର ପ୍ରଭାବରେ ମୁମ୍ବାଇର 6 ଜଣଙ୍କ ପ୍ରାଣହାନୀ ଘଟିବା ସହ 9 ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

ସେହିପରି ତାଉ'ତେର ପ୍ରଭାବରେ ମୁମ୍ବାଇ ବିମାନ ବନ୍ଦର ରାତି 10ଟା ପର୍ଯ୍ୟନ୍ତ ବନ୍ଦ ଥିବାବେଳେ ଅହମ୍ମଦାବାଦ ବିମାନ ବନ୍ଦର ମଙ୍ଗଳବାର ସକାଳ ପର୍ଯ୍ୟନ୍ତ ବନ୍ଦ ରହିଛି । ମୁମ୍ବାଇରେ ତାଣ୍ଡବ ରଚିବା ପରେ ସୋମବାର ସନ୍ଧ୍ୟା 8ଟା 30 ରୁ ଗୁଜୁରାଟରେ ପ୍ରାୟ 3 ଘଣ୍ଟା ଧରି ତାଉ ଦେଖାଇଥିଲା ତାଉ'ତେ । ରାଜ୍ୟର ଡିଉ ଓ ଉନା ମଧ୍ୟରେ ଲ୍ୟାଣ୍ଡଫଲ କରିଥିଲା ଏହି ପ୍ରଳୟଙ୍କାରୀ ବାତ୍ୟା ।

ଏହିସମୟରେ ପ୍ରବଳ ବର୍ଷା ସାଙ୍ଗକୁ ପବନର ବେଗ 190 କିଲୋମିଟର ରହିଥିଲା । ମଙ୍ଗଳବାର ସକାଳ ସୂଚନା ଅନୁଯାୟୀ ଗୁଜୁରାଟର 410 ଜଣ ନିଖୋଜ ଥିବା ସହ ଶହ ଶହ ଗଛପତ୍ର, ଇଲେକ୍ଟ୍ରି ପୋଲ, ଶତାଧିକ ମାଟି ଘର ଭାଙ୍ଗି ଯାଇଛି । ରାଜ୍ୟ ସରକାର ଉପକୂଳବର୍ତ୍ତି ଅଞ୍ଚଳରୁ ପ୍ରାୟ 2 ଲକ୍ଷରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତର କରିଛନ୍ତି । ପାଣିପାଗ ବିଭାଗର ସୂଚନା ଅନୁଯାୟୀ ଲ୍ୟାଣ୍ଡଫଲ ସମୟରେ ତାଉ'ତେ ଅତି ଭୟଙ୍କର ବାତ୍ୟାରେ ପରିଣତ ହୋଇ ରାତି ପ୍ରାୟ 12 ଟା ସମୟରେ ତାଣ୍ଡବ ରଚିତିଲା । ଏହାପରେ ଧିରେ ଧିରେ ଦୁର୍ବଳ ହୋଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.