ETV Bharat / bharat

ଆନ୍ଧ୍ର ଉପକୂଳ ମୁହାଁ ବାତ୍ୟା ଅସାନି, କାଲି ପୂର୍ବାହ୍ନରେ କାକିନାଡାରେ ଲ୍ୟାଣ୍ଡଫଲ !

author img

By

Published : May 10, 2022, 10:04 PM IST

ସାମୁଦ୍ରିକ ବାତ୍ୟା ଅସାନିର ଗତିପଥରେ ବଡ ପରିବର୍ତ୍ତନ । ଆସନ୍ତାକାଲି ଆନ୍ଧ୍ରପ୍ରଦେଶ ଉପକୂଳ କାକିନାଡାରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ । ମୁକାବିଲା ପାଇଁ ପ୍ରସ୍ତୁତ ଆନ୍ଧ୍ରପ୍ରଦେଶ ଓ ଓଡିଶା ସରକାର । ଆନ୍ଧ୍ର ଉପକୂଳରେ ଜାରି ହେଲା ରେଡ ଆଲର୍ଟ । ଅଧିକ ପଢନ୍ତୁ

ଆନ୍ଧ୍ର ଉପକୂଳ ମୁହାଁ ବାତ୍ୟା ଅସାନି, କାଲି ପୂର୍ବାହ୍ନରେ କାକିନାଡରେ ଲ୍ୟାଣ୍ଡଫଲ !

ଅମରାବତୀ: ସାମୁଦ୍ରିକ ବାତ୍ୟା ଅସାନି (ASANI)ର ଗତିପଥରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଏହି ବାତ୍ୟା ଆସନ୍ତାକାଲି (11 ତାରିଖ, ବୁଧବାର) ଆନ୍ଧ୍ର ପ୍ରଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବା କିମ୍ବା ସ୍ଥଳ ଭାଗର ଅତି ନିକଟବର୍ତ୍ତୀ ହେବା ନେଇ ଭାରତୀୟ ପାଣିପାଗ ବିଭାଗ ତାର ସଦ୍ୟତମ ପୂର୍ବାନୁମାନରେ ଦର୍ଶାଇଛି । ଆନ୍ଧ୍ର ପ୍ରଦେଶର କାକିନାଡା ଉପକୂଳରେ ଏହି ବାତ୍ୟା ଆସନ୍ତାକାଲି ଲ୍ୟାଣ୍ଡଫଲ କରିପାରେ । ଏହାକୁ ନେଇ ଯୁଦ୍ଧକାଳୀନ ଭିତ୍ତିରେ ମୁକାବିଲା ପ୍ରସ୍ତୁତି ମଧ୍ୟ ଆରମ୍ଭ କରିଛନ୍ତି ଆନ୍ଧ୍ର ପ୍ରଦେଶ ସରକାର । ଆସନ୍ତାକାଲି 11(ତାରିଖ) ପୂର୍ବାହ୍ନରେ କାକିନାଡା ଓ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଏହି ବାତ୍ୟାର ସର୍ବାଧିକ ପ୍ରଭାବ ଅନୁଭୂତ ହେବା ନେଇ ପୂର୍ବାନୁମାନ ପ୍ରକାଶ ପାଇଛି ।

  • SCS ASANI lay centered at 1130 IST today about 210km SSE of KAKINADA, 310km SSW of Visakhapatnam, to reach close to Kakinada and Visakhapatnam coasts by 11th morning and move along Andhra Pradesh coast and weaken into a Cyclonic Storm by 11th morning pic.twitter.com/9VpYM3NIrx

    — India Meteorological Department (@Indiametdept) May 10, 2022 " class="align-text-top noRightClick twitterSection" data=" ">

ସଦ୍ୟତମ ପାଣିପାଗ ବିଭାଗର ସୂଚନା ଅନୁସାରେ, ବାତ୍ୟା ଅସାନି ବର୍ତ୍ତମାନ କାକିନାଡା ଉପକୂଳରୁ ପ୍ରାୟ 210 କିଲୋମିଟର ଦକ୍ଷିଣ,ଦକ୍ଷିଣ-ପୂର୍ବରେ ଥିବାବେଳେ, ବିଶାଖାପାଟନମ ଉପକୂଳରୁ ପ୍ରାୟ 310 କିଲୋମିଟର ଦୂରରେ ରହିଛି । ଆସନ୍ତାକାଲି (11 ତାରିଖ) ସକାଳ ସୁଦ୍ଧା ଏହା କାକିନାଡା ଏବଂ ବିଶାଖାପାଟନମ୍ ଉପକୂଳ ନିକଟବର୍ତ୍ତୀ ହେବ । ତେବେ ସିଧାସଳଖ ସ୍ଥଳଭାଗରେ ଲ୍ୟାଣ୍ଡଫଲ କରିବା ନେଇ ପାଣିପାଗ ବିଭାଗ ପକ୍ଷରୁ କିଛି ସ୍ପଷ୍ଟ କରାଯାଇ ନଥିବା ବେଳେ ଏହା ସ୍ଥଳଭାଗର ନିକଟବର୍ତ୍ତୀ ହୋଇ ପୁଣି ରିକର୍ଭ ହୋଇପାରେ ବୋଲି ମଧ୍ୟ କିଛି ପାଣିପାଗ ମଡେଲରୁ ସଙ୍କେତ ମିଳୁଛି ।

ବାତ୍ୟାର ଗତିକୁ ଦେଖି ଆନ୍ଧ୍ର ପ୍ରଦେଶ ସରକାର ମୁକାବିଲା ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଉପକୂଳବର୍ତ୍ତୀ ତଳିଆ ତଥା ସମ୍ବେଦନଶୀଳ ସ୍ଥାନରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନାନ୍ତରଣ ପ୍ରକ୍ରିୟା ଆରମ୍ଭ ହୋଇଛି । ସେହିପରି ବିଶାଖାପାଟନମରେ ଥିବା ଭାରତୀୟ ନୌସେନାର ପୂର୍ବ କମାଣ୍ଡକୁ ହାଇଆଲର୍ଟରେ ରଖାଯାଇଛି । ବାତ୍ୟା ପରେ ଉଦ୍ଧାର ଓ ରିଲିଫ ପାଇଁ ମଧ୍ୟ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF) ଓ ରାଜ୍ୟ ଅଗ୍ନିଶମ ବାହିନୀ ସମେତ ଅନ୍ୟ ଜରୁରୀକାଳୀନ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ କ୍ରିୟାଶୀଳ କରାଯାଇଛି ।

ସମ୍ପୂର୍ଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ରେଡ ଆଲର୍ଟ ଜାରି ରହିଛି । ବନ୍ଦର ଓ ମାଛଧରା ହର୍ବରଗୁଡିକରେ ମଧ୍ୟ ହାଇଆଲର୍ଟ ଜାରି ହୋଇଛି । ବାତ୍ୟାର କ୍ଷୟକ୍ଷତିକୁ ଯଥାସମ୍ଭବ ହ୍ରାସ କରିବାକୁ ସମସ୍ତ ପ୍ରସ୍ତୁତିରେ ଲାଗିଛନ୍ତି ଆନ୍ଧ୍ର ପ୍ରଦେଶ ସରକାର । ସେହିପରି ଆନ୍ଧ୍ର ଉପକୂଳ ସମେତ ଦକ୍ଷିଣ ଓଡିଶାର କିଛି ଜିଲ୍ଲା ମଧ୍ୟ ବାତ୍ୟାରେ ବିଶେଷ ଭାବେ ପ୍ରଭାବିତ ହେବାକୁ ଯାଉଛି । ଓଡିଶା ସରକାର ମଧ୍ୟ ବାତ୍ୟା ପ୍ରସ୍ତୁତି ସ୍ବରୁପ ପ୍ରଭାବିତ ହେବାକୁ ଥିବା ଜିଲ୍ଲାମାନଙ୍କରେ ଉଦ୍ଧାରକାରୀ ଟିମ ମୁତୟନ କରି ସାରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.