ETV Bharat / bharat

ଦ୍ବିତୀୟ ସ୍ତ୍ରୀକୁ ଗୁଳି କରି ହତ୍ୟା ପରେ ଦୁର୍ଘଟଣାର ରୂପ ଦେବାକୁ ଥିଲା ପ୍ଲାନ, ପୋଲିସ ଖୋଲିଲା ପୋଲ

author img

By ETV Bharat Odisha Team

Published : Oct 26, 2023, 9:34 PM IST

ଉତ୍ତର ପ୍ରଦେଶର ଫିରୋଜାବାଦରେ ଦ୍ବିତୀୟ ପତ୍ନୀଙ୍କୁ ଗୁଳି କରି ହତ୍ୟା କଲା ଚାର୍ଟାଡ ଆକାଉଣ୍ଟଟାଣ୍ଟ । ଦୁର୍ଘଟଣାର ରୂପ ଦେବାକୁ ଥିଲା ପ୍ଲାନ, ପୋଲିସ ଖୋଲିଲା ପୋଲ । ଅଧିକ ପଢନ୍ତୁ

ଦ୍ବିତୀୟ ସ୍ତ୍ରୀକୁ ଗୁଳି କରି ହତ୍ୟା ପରେ ଦୁର୍ଘଟଣାର ରୂପ ଦେବାକୁ ଥିଲା ପ୍ଲାନ, ପୋଲିସ ଖୋଲିଲା ପୋଲ
ଦ୍ବିତୀୟ ସ୍ତ୍ରୀକୁ ଗୁଳି କରି ହତ୍ୟା ପରେ ଦୁର୍ଘଟଣାର ରୂପ ଦେବାକୁ ଥିଲା ପ୍ଲାନ, ପୋଲିସ ଖୋଲିଲା ପୋଲ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଫିରୋଜାବାଦରୁ ଏକ ଆଶ୍ଚର୍ଯ୍ୟଜନକ ଅପରାଧ ସାମ୍ନାକୁ ଆସିଛି । ଜଣେ ଚାର୍ଟାଡ ଆକାଉଣ୍ଟ ନିଜର ଦ୍ୱିତୀୟ ପତ୍ନୀଙ୍କୁ ଗୁଳି କରି ହତ୍ୟା କରିଥିବା ଅଭିଯୋଗ ହୋଇଛି । ମାତ୍ର ହତ୍ୟାକାଣ୍ଡ ଭିଆଇବା ପରେ ହସ୍ପିଚାଲରେ ବିଦ୍ୟୁତ ଆଘାତରେ ପତ୍ନୀଙ୍କ ମୃତ୍ୟୁ ହୋଇଥିବା ଦର୍ଶାଇବାକୁ ସେ ପ୍ରୟାସ କରିଥିଲା । ମାତ୍ର ତାହା ସଫଳ ହୋଇନି । ମୃତଦେହ ବ୍ୟବଚ୍ଛେଦରେ ଗୁଳିମାଡରେ ମୃତ୍ୟୁ ହୋଇଥିବା ସାମ୍ନାକୁ ଆସିବା ପରେ ପୋଲିସ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି । ପ୍ରାଥମିକ ତଦନ୍ତ ପରେ ଏହା ଏକ ହତ୍ୟାକାଣ୍ଡ ହୋଇଥିବା ନେଇ ପୋଲିସ ସ୍ପଷ୍ଟ ମଧ୍ୟ କରିଛି ।

ଘଟଣାଟି ତୁଣ୍ଡଲା ସହରର ଗୋଲ୍ଡେନ ସିଟିରେ ଘଟିଛି । ଏଠାରେ ରହୁଥିବା ଚାର୍ଟାର୍ଡ ​​ଆକାଉଣ୍ଟାଣ୍ଟ ଉଦୟ ପ୍ରତାପ ସିଂ ପୂର୍ବରୁ ବିବାହ କରିଥିଲେ । ତାଙ୍କର ପ୍ରଥମ ପତ୍ନୀ ଉତ୍ତର ପ୍ରଦେଶ ଏଟାରେ ରୁହନ୍ତି । ମାତ୍ର ଦୁଇ ବର୍ଷ ପୂର୍ବେ ସେ ମମତା ନାମ୍ନୀ ଜଣେ ଯୁବତୀଙ୍କୁ ପ୍ରେମ ବିବାହ କରିଥିଲେ । ଗତ ମଙ୍ଗଳବାର ରାତିରେ ସନ୍ଦେହଜନକ ସ୍ଥିତିରେ ଦ୍ୱିତୀୟ ପତ୍ନୀ ମମତାଙ୍କର ମୃତ୍ୟୁ ହୋଇଥିଲା । ମମତାଙ୍କ ମୃତ୍ୟୁ ପରେ ଉଦୟ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲରେ ଭର୍ତ୍ତି ମଧ୍ୟ କରିଥିଲେ । ଏଠାରେ ଡାକ୍ତରମାନେ ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଏହା ପରେ ଉଦୟ ପୋଲିସକୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ତେବେ ମହିଳାଙ୍କର ମୃତ୍ୟୁ ବିଦ୍ୟୁତ ଆଘାତରେ ହୋଇଥିବା ନେଇ ଅଭିଯୁକ୍ତ ପୋଲିସକୁ କହିଥିଲା । ପୋଲିସ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ବ୍ୟବଚ୍ଛେଦେ ମହିଳାଙ୍କ ମୃତ୍ୟୁ ଗୁଳିମାଡ କାରଣରୁ ହୋଇଥିବା ଜଣାପଡିଥିଲା ।

ଏହା ମଧ୍ୟ ପଢନ୍ତୁ:- Chikkaballapur Road Accident: ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି, 2 ଲକ୍ଷ ଲେଖାଏଁ କ୍ଷତିପୂରଣ ଘୋଷଣା

ପୋଲିସ ଅଭିଯୁକ୍ତକୁ ଗିରଫ କରି ପ୍ରାଥମିକ ଜେରା ପରେ କୋର୍ଟ ଚାଲାଣ କରିଛି । ଅଭିଯୁକ୍ତ ପୂର୍ବରୁ ବିବାହିତ ଥିବା ବେଳେ ପ୍ରେମ କରି ଦ୍ବିତୀୟ ବିବାହ କରିଥିଲା । କିଛି ଦିନ ପରେ ଦ୍ବିତୀୟ ପତ୍ନୀଙ୍କ ସହ କଳହ ଦେଖାଯାଇଥିଲା । ଏହା ପରେ ସେ ଦ୍ବିତୀୟ ପତ୍ନୀ ମମତାଙ୍କୁ ଛାଡପତ୍ର ପାଇଁ ଚାପ ପକାଇଥିଲା । ହେଲେ ମମତା ଏପରି କରିବାକୁ ମନା କରିଦେଇଥିଲେ । ମଙ୍ଗଳବାର ରାତିରେ ଉଭୟଙ୍କ ମଧ୍ୟରେ ତିକ୍ତତା ବଢିବା ସହ ଅଭିଯୁକ୍ତ ଉଦୟ ପତ୍ନୀ ମମତାଙ୍କ ଉପରକୁ ଗୁଳିମାଡ କରିଥିଲା । ଏଥିରେ ତାଙ୍କର ମୃତ୍ୟୁ ହେବା ପରେ ସେ ତାଙ୍କୁ ହସ୍ପିଟାଲରେ ମଧ୍ୟ ଭର୍ତ୍ତି କରି ଏହାକୁ ଦୁର୍ଘଟଣାଜନିତ ମୃତ୍ୟୁ ବୋଲି ଦର୍ଶାଇବାକୁ ପ୍ରୟାସ କରିଥିଲା । ହେଲେ ସବୁ ପ୍ଲାନ ପୋଲିସ ତଦନ୍ତରେ ଧରା ପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.