ETV Bharat / bharat

UP: ମଦ୍ୟପାନ ପରେ ଝଗଡା, ଭିଣୋଇକୁ ଲୁହାଚେନରେ ବାନ୍ଧି ଘୋଷାଡିଲା ନିଶାସକ୍ତ ଶାଳକ

author img

By

Published : Aug 15, 2023, 8:14 PM IST

Updated : Aug 16, 2023, 6:54 AM IST

ମଦ୍ୟପାନ କରିବା ପରେ ଝଗଡା ଲାଗିଲେ ଶାଳକ-ଭିଣୋଇ । ଭିଣୋଇକୁ ଲୁହାଚେନରେ ବାନ୍ଧି ଘୋଷାଡିଲା ନିଶାଖୋର ଶାଳକ । ଭିଡିଓ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ଆରମ୍ଭ । ଅଧିକ ପଢନ୍ତୁ

ଉତ୍ତର ପ୍ରଦେଶରେ ବର୍ବରତା
ଉତ୍ତର ପ୍ରଦେଶରେ ବର୍ବରତା
UP: ଉତ୍ତର ପ୍ରଦେଶରେ ବର୍ବରତା, ଭିନ୍ନକ୍ଷମଙ୍କୁ ଚେନରେ ଭାଙ୍ଗି ଘୋଷାଡିଲେ

ଲକ୍ଷ୍ନୌ: ଏକ ସାଙ୍ଗରେ ମଦ୍ୟପାନ କରୁଥିଲେ ଶାଳକ ଓ ଭିଣୋଇ । ନିଶାସକ୍ତ ହେବା ପରେ ଆରମ୍ଭ ହେଲା ଝଗଡା । ଶାଳକ ଭିଣୋଇକୁ ଲୁହାଚେନରେ ବାନ୍ଧି ସମଗ୍ର ଅଞ୍ଚଳରେ ବୁଲାଇଲା । ବେଶ କିଛି ସମୟ ଧରି ସର୍ବସାଧାରଣରେ ରାସ୍ତା ଉପରେ ଚାଲିଲା ଏପରି ହାଇଡ୍ରାମା । ଲୋକେ ଏକାଠି ହେଲେ, ଭିଡିଓ ବି କଲେ । ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତର ପ୍ରଦେଶ ଅଲିଗଡରେ । ଏହି ଘଟଣା ଭିଡିଓ ଭାଇରାଲ ହେବା ପରେ ପୋଲିସ କାର୍ଯ୍ୟାନୁଷ୍ଠାନ ପ୍ରକ୍ରିୟା ଆରମ୍ଭ କରିଛି । ଏକକ ମାମଲା ରୁଜୁ ହୋଇ ତଦନ୍ତ ଆରମ୍ଭ କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ, ଘଟଣାଟି ଅଲିଗଡର ଧନୀପୁର ମାଣ୍ଡି ଅଞ୍ଚଳରେ ଘଟିଛି । ଏପରି ବର୍ବରତାର ଶିକାର ହୋଇଥିବା ବ୍ୟକ୍ତି ଜଣଙ୍କ ସୁରେଶ । ପଡୋଶୀମାନଙ୍କ କହିବା ଅନୁସାରେ, ସୁରେଶଙ୍କ ଭିଣୋଇ ରାମୁ ଆଗ୍ରାରେ ରହନ୍ତି । ସେ ସୁରେଶଙ୍କ ଘରକୁ ବୁଲିବାକୁ ଆସିଥିଲେ । ଗତ ସୋମବାର ସୁରେଶ ଏବଂ ରାମୁ ଉଭୟ ମିଶି ମଦ୍ୟପାନ କରୁଥିଲେ । ଏହି ସମୟରେ ସୁରେଶଙ୍କ ଝିଅ ସେଠାରେ ପହଞ୍ଚିଥିଲା । ରାମୁ ନାବାଳିକାର ଏକ ସୁନା ଗହଣା ନେଇ ବିକ୍ରି ଦେଇଥିଲା । ସେହି ଟଙ୍କାରେ ମଦ କିଣିଥିଲା । ଏହି କଥାରୁ ଉଭୟଙ୍କ ମଧ୍ୟରେ ବଚସା ହେବା ଆରମ୍ଭ କଲା । ରାମୁ ଉତ୍ୟକ୍ତ ହୋଇ ସୁରେଶଙ୍କୁ ଆକ୍ରମଣ କରିବା ସହ ଲୁହା ଚେନରେ ବାନ୍ଧି ଘୋଷାଡିଥିଲା । ନିକଟରେ ଥିବା ଲୋକେ ଜମା ହୋଇ ଭିଡିଓ କରିଥିଲେ । ଏବେ ଭିଡିଓ ଭାଇରାଲ ହେବା ପରେ ମାମଲା ପୋଲିସ ନିକଟରେ ପହଞ୍ଚିଛି । ଅଭିଯୋଗ ହୋଇନଥିଲେ ସୁଦ୍ଧା, ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଛି ।

ଏହା ମଧ୍ୟ ପଢନ୍ତୁ :-Rajasthan: ଟ୍ରକକୁ ପିଟିଲା ବୋଲେରୋ, ଗୋଟିଏ ପରିବାର 6 ମୃତ

ପଦ୍ୟପାନ କରି ସର୍ବସାଧାରଣରେ ଏପରି ସ୍ଥିତି ସୃଷ୍ଟି କରିବା, ବର୍ବରତା ସହ ନିର୍ଯାତନା ଦେବା, ଆକ୍ରମଣ କରିବା ପରି ଆକ୍ଟରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଏନେଇ କୌଣସି ବ୍ୟକ୍ତିଗତ ଅଭିଯୋଗ ହୋଇନଥିଲେ ସୁଦ୍ଧା ଭାଇରାଲ ଭିଡିଓ ଆଧାରରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଥିବା ସୂଚନା ଦେଇଛି । ତଦନ୍ତ ଜାରି ରହିଛି । ଅଭିଯୁକ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ସମସ୍ତ ବ୍ଯବସ୍ଥା ଗ୍ରହଣ କରାଯିବା ନେଇ ସ୍ଥାନୀୟ ଥାନାଧିକାରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 16, 2023, 6:54 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.