ETV Bharat / bharat

India Corona: ଡରାଉଛି କୋରୋନା, ୯ ହଜାର ମୁହାଁ ଦୈନିକ ସଂକ୍ରମଣ - ଭାରତ କୋରୋନା ସଂକ୍ରମଣ

ଦେଶରେ ପୁଣି ବେଲଗାମ୍ ହେଉଛି ମହାମାରୀ । ଗତ 24 ଘଣ୍ଟାରେ 8,582 ନୂଆ ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

India Corona: ଡରାଉଛି କୋରୋନା, ୯ ହଜାର ମୁହାଁ ଦୈନିକ ସଂକ୍ରମଣ

author img

By

Published : Jun 12, 2022, 9:47 AM IST

ନୂଆଦିଲ୍ଲୀ: ଦେଶରେ ଦ୍ରୁତଗତିରେ ମାଡୁଛି ମହାମାରୀ । ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ହୁ ହୁ ହୋଇ ବଢୁଛି ସଂକ୍ରମଣ । ଏବେ ଦୈନିକ ସଂକ୍ରମଣ ୯ ହଜାର ମୁହାଁ ହୋଇଛି । ଗତ 24 ଘଣ୍ଟା ମଧ୍ୟରେ ଦେଶରୁ ମୋଟ 8,582 ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି (India Records 8,582 fresh Covid Cases) । ହେଲେ ସଂକ୍ରମଣ ଅନୁପାତରେ ମୃତ୍ୟୁସଂଖ୍ୟା କମ୍ ରହିଛି । ୨୪ ଘଣ୍ଟା ମଧ୍ୟରେ କେବଳ 4 ଜଣଙ୍କ କୋରୋନାରେ ମୃତ୍ୟୁ ଘଟିଥିବା ବେଳେ 4,435 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ମନ୍ତ୍ରଣାଳୟ ଅନୁଯାୟୀ, ସଂକ୍ରମଣ ବଢିବା ସହ ଭାରତରେ ସକ୍ରିୟ ମାମଲା ଏବେ 40 ହଜାର ପାର୍ କରିଛି । ଆଜିର ନୂଆ ସଂକ୍ରମଣକୁ ମିଶାଇ ମୋଟ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା 44,513ରେ ପହଞ୍ଚିଛି । ଦେଶରେ ଏଯାବତ 4,26,52,743 ସଂକ୍ରମଣରୁ ସୁସ୍ଥ ଲାଭ କରିଛନ୍ତି । ଏପର୍ଯ୍ୟନ୍ତ ମୋଟ 5,24,761 ଜଣଙ୍କ ମୃତ୍ୟୁ ଘଟିଛି । ଦେଶବ୍ୟାପୀ ସମୁଦାୟ 195 କୋଟିରୁ ଅଧିକ ଡୋଜ୍ ଟୀକାକରଣ କରାଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ କେବଳ 13,04,427 ଜଣଙ୍କୁ ଟିକା ଦିଆଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.