ETV Bharat / bharat

ଡେଲ୍ଟା ପ୍ଲସ ଭାରିଆଣ୍ଟ ବିରୋଧରେ କୋଭାକ୍ସିନ ଅଧିକ ପ୍ରଭାବଶାଳୀ: ICMR

author img

By

Published : Aug 3, 2021, 10:59 PM IST

ସମଗ୍ର ବିଶ୍ୱରେ ଡେଲ୍ଟା ପ୍ଲସ ଭାରିଆଣ୍ଟ ଯୋଗୁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାବେଳେ ଭାରତରେ ଏହାକୁ ନେଇ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ICMRର ଏକ ରିସୋର୍ଚ୍ଚରେ ଜଣାପଡ଼ିଛି କି, ଡେଲ୍ଟା ପ୍ଲସ ଭାରିଆଣ୍ଟ ବିରୋଧରେ ଲଢ଼ିବା ପାଇଁ କୋଭାକ୍ସିନ ବେଶ୍ ପ୍ରଭାବଶାଳୀ । ଅଧିକ ପଢନ୍ତୁ...

ଡେଲ୍ଟା ପ୍ଲସ ଭାରିଆଣ୍ଟ ବିରୋଧରେ କୋଭାକ୍ସିନ ଅଧିକ ପ୍ରଭାବଶାଳୀ : ICMR

ନୂଆଦିଲ୍ଲୀ: ଦୀର୍ଘ ଦୁଇ ବର୍ଷ ହେଲା ସମଗ୍ର ବିଶ୍ବରେ ମହାମାରୀ କୋରୋନା ତାଣ୍ଡବ ରଚୁଥିବା ବେଳେ ଏହା ଉପରେ କୋରୋନା ଡେଲ୍ଟା ପ୍ଲସ ଭାରିଆଣ୍ଟ ଲୋକମାନଙ୍କର ଚିନ୍ତାକୁ ଆହୁରି ବଢାଇ ଦେଇଛି । ତେବେ ସମଗ୍ର ବିଶ୍ୱରେ ଡେଲ୍ଟା ପ୍ଲସ ଭାରିଆଣ୍ଟ ଯୋଗୁ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପୁଥିବାବେଳେ ଭାରତରେ ଏହାକୁ ନେଇ ଏକ ଆଶ୍ୱସ୍ତିକର ଖବର ସାମ୍ନାକୁ ଆସିଛି। ICMRର ଏକ ରିସୋର୍ଚ୍ଚରେ ଜଣାପଡ଼ିଛି କି, ଡେଲ୍ଟା ପ୍ଲସ ଭାରିଆଣ୍ଟ ବିରୋଧରେ ଲଢ଼ିବା ପାଇଁ କୋଭାକ୍ସିନ ବେଶ୍ ପ୍ରଭାବଶାଳୀ ।

ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ଆଣ୍ଡ ରିସର୍ଚ୍ଚ (ଆଇସିଏମ୍ଆର) ଦ୍ୱାରା କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ, ଭରତ ବାୟୋଟେକର କୋଭିଡ ଟିକା କୋଭାକ୍ସିନ (BBV152) କୋରୋନାଭାଇରସର ଡେଲ୍ଟା ପ୍ଲସ (AY.1) ପ୍ରଜାତି ବିରୁଦ୍ଧରେ ଅଧିକ ପ୍ରଭାବଶାଳୀ ଅଟେ ।

ସୂଚନାଯୋଗ୍ୟ, ବିଦେଶରେ କୋଭାକ୍ସିନ ଭ୍ୟାକ୍ସିନକୁ ପରିଚିତ କରାଇବା ପାଇଁ ବାଲଂଦେଶରେ କ୍ଲିନିକାଲ ଟ୍ରାଏଲ କରିବା ଲାଗି ଭାରତ ଯୋଜନା ପ୍ରସ୍ତୁତ କରିଛି । ଏଥିପାଇଁ ବୈଦେଶିକ ମନ୍ତ୍ରଣାଳୟ ଡିପାର୍ଟମେଣ୍ଟ ଅଫ୍ ବାୟୋଟେକ୍ନୋଲୋଜୀ ଓ ଭାରତ ବାୟୋଟେକର ଏକ ଅଧିକାରୀକ ଏକ ଟିମକୁ ବାଂଲାଦେଶ ପଠାଇଛି । ଏହାଦ୍ୱାରା ବାଂଲାଦେଶ ଅଧିକାରୀଙ୍କ ସହ ଏହି ପ୍ରସ୍ତାବରେ ଆଲୋଚନା କରିହେବ ।

ତେବେ ଜୁଲାଇ 3 ରେ ଭାରତ ବାୟୋଟେକ କୋଭାକ୍ସିନର ତୃତୀୟ ପର୍ଯ୍ୟାୟ ପରୀକ୍ଷଣରୁ ଏହା ଜଣାପଡ଼ିଛି ଯେ, କୋଭାକ୍ସିନ, ଲକ୍ଷଣଭିତ୍ତିକ କୋଭିଡ -19 ବିରୋଧରେ 77.8 ପ୍ରତିଶତ ଏବଂ B.1.617.2 ଡେଲଟା ଭାରିଆଣ୍ଟ ବିରୋଧରେ 65.2 ପ୍ରତିଶତ ସୁରକ୍ଷା ପ୍ରଦାନ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.