ETV Bharat / bharat

2 ପିଲାଙ୍କ ସହ ବାପାମା’ଙ୍କ ଆତ୍ମହତ୍ୟା - କୀଟନାଶକ ପିଇ ଆତ୍ମହତ୍ୟା

କର୍ଣ୍ଣାଟକର ରାମଦୁର୍ଗା ସହରରେ ଜଣେ ଦମ୍ପତି ନିଜର ଦୁଇ ଛୋଟ ପିଲାଙ୍କ ସହ ଆତ୍ମହତ୍ୟା କରିବା ଭଳି ଏକ ହୃଦୟ ବିଦାରକ ଘଟଣା ଏବେ ସାମ୍ନାକୁ ଆସିଛି ।

2 ପିଲାଙ୍କ ସହ ବାପାମାଙ୍କ ଆତ୍ମହତ୍ୟା
2 ପିଲାଙ୍କ ସହ ବାପାମାଙ୍କ ଆତ୍ମହତ୍ୟା
author img

By

Published : Jan 19, 2021, 7:06 PM IST

ବେଲଗାଭି: ଗୋଟିଏ ପରିବାରର ସମୂହ ଆତ୍ମହତ୍ୟା । ବାପାମା’ଙ୍କ ସେମତ ତାଙ୍କ 2 ଶିଶୁ ମଧ୍ୟ ଆତ୍ମହତ୍ୟା କରିଥିବା ଦେଖାଯାଇଛି । କର୍ଣ୍ଣାଟକର ରାମଦୁର୍ଗା ଟାଉନରୁ ଆସିଛି ଏଭଳି ଦୁଃଖଦ ଘଟଣା । ଜିଲ୍ଲାର ରାମଦୁରଗା ସହରରେ ଜଣେ ଦମ୍ପତି ନିଜର ଦୁଇ ଛୋଟ ପିଲାଙ୍କ ସହ ଆତ୍ମହତ୍ୟା କରିବା ଭଳି ଏକ ହୃଦୟ ବିଦାରକ ଘଟଣା ଏବେ ସାମ୍ନାକୁ ଆସିଛି ।

ଆତ୍ମହତ୍ୟା କରିଥିବା ଦମ୍ପତି ଜଣକ ହେଲେ 37 ବର୍ଷୀୟ ପ୍ରବୀଣ ଶେଟ୍ଟର ଏବଂ ତାଙ୍କ 27 ବର୍ଷୀୟ ପତ୍ନୀ ରାଜେଶ୍ବରୀ । ଏମାନଙ୍କ ଦୁଇ ସନ୍ତାନ 8 ବର୍ଷର ଝିଅ ଓ 6 ବର୍ଷର ପୁଅ ଆତ୍ମହତ୍ୟା କରିଛନ୍ତି।

ଏମାନେ ସମସ୍ତେ କୀଟନାଶକ ପିଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ମୃତ ପ୍ରବୀଣଙ୍କ ରାମଦୁର୍ଗା ସହରରେ ଏକ ଖତ ଦୋକାନ ଥିଲା । ତେବେ କେଉଁ ପରିସ୍ଥିତିରେ ପୂରା ପରିବାର ଏଭଳି ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ବାଛିନେଲେ, କାରଣ ଜଣାପଡି ନଥିବାବେଳେ ପୋଲିସ ଅଧିକ ତଦନ୍ତ ଚଲାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.