ETV Bharat / bharat

ଆଜି ଦେଶରେ ପଲସ ପୋଲିଓ କାର୍ଯ୍ୟକ୍ରମ; ଦୁଇ ବୁନ୍ଦା ପୋଲିଓ ନେବେ ଜନ୍ମରୁ 5 ବର୍ଷର ଶିଶୁ - Pulse Polio Programme

ଆଜି ଦେଶବ୍ୟାପୀ ପଲସ ପୋଲିଓ କାର୍ଯ୍ୟକ୍ରମ । ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଦିଆଯାଏ 2 ବୁନ୍ଦା ପୋଲିଓ । କୋରୋନା ଟୀକାକରଣ ପାଇଁ ଅସ୍ଥାୟୀ ଭାବେ ପୋଲିଓ ବନ୍ଦ ରଖାଯାଇଥିଲା । ଅଧିକ ପଢନ୍ତୁ...

ଆଜି ଦେଶରେ ପଲସ ପୋଲିଓ କାର୍ଯ୍ୟକ୍ରମ
ଆଜି ଦେଶରେ ପଲସ ପୋଲିଓ କାର୍ଯ୍ୟକ୍ରମ
author img

By

Published : Jan 31, 2021, 9:41 AM IST

ନୂଆଦିଲ୍ଲୀ: ଆଜି ଦେଶବ୍ୟାପୀ ପଲସ ପୋଲିଓ କାର୍ଯ୍ୟକ୍ରମ । ଜନ୍ମରୁ 5 ବର୍ଷ ପର୍ଯ୍ୟନ୍ତ ଶିଶୁଙ୍କୁ ଦିଆଯାଏ 2 ବୁନ୍ଦା ପୋଲିଓ । କୋରୋନା ଟୀକାକରଣ ପାଇଁ ଅସ୍ଥାୟୀ ଭାବେ ପୋଲିଓ ବନ୍ଦ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ହାତରୁ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଡ.ହର୍ଷ ବର୍ଦ୍ଧନ ଓ କେନ୍ଦ୍ର ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ଅଶ୍ବିନୀ କୁମାର ଚୌବେ ଉପସ୍ଥିତ ରହିଥିଲେ । ଜାତୀୟ ପୋଲିଓ ଦିବସକୁ ପୋଲିଓ ରବିଭର ଭାବରେ ମଧ୍ୟ ଜଣାଶୁଣା ।

ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଦେଶରେ ପୋଲିଓ ମୁକ୍ତ ସ୍ଥିତି ବଜାୟୀ ରଖିବାକୁ ପ୍ରତି ବର୍ଷ ପୋଲିଓ ଦିବସ ପାଳନ କରାଯାଏ । ଏଥର 17 କୋଟି ଶିଶୁ ଙ୍କୁ ପୋଲିଓ ଦିଆଯିବ । ଦେଶବ୍ୟାପୀ ଏହି ଡ୍ରାଇଭ ପ୍ରାୟ 24 ଲକ୍ଷ ସ୍ବଚ୍ଛେସେବୀ, 1.5 ଲକ୍ଷ ସୁପରଭାଇଜର ଏବଂ ଅନେକ ସିଭିଲ ସୋସାଇଟି ଅର୍ଗାନାଇଜେସନ୍ସ , ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ, ମିଳିତ ଜାତିସଂଘର ଆନ୍ତର୍ଜାତୀୟ ଶିଶୁ ଜରୁରୀକାଳୀନ ପାଣ୍ଠି ଏବଂ ରୋଟାରୀ କରିବେ।

ଦେଶବ୍ୟାପୀ ଏହି ଡ୍ରାଇଭ୍କୁ ପ୍ରାୟ 24 ଲକ୍ଷ ସ୍ୱେଚ୍ଛାସେବୀ, 1.5 ଲକ୍ଷ ସୁପରଭାଇଜର ଏବଂ ଅନେକ ସିଭିଲ୍ ସୋସାଇଟି ଅର୍ଗାନାଇଜେସନ୍ସ (ସିଏସଓ), ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO), ମିଳିତ ଜାତିସଂଘର ଆନ୍ତର୍ଜାତୀୟ ଶିଶୁ ଜରୁରୀକାଳୀନ ପାଣ୍ଠି (ୟୁନିସେଫ୍) ଏବଂ ରୋଟାରୀ ଦ୍ୱାରା ସମର୍ଥନ କରାଯିବ ବୋଲି ସେ କହିଛନ୍ତି। ପୋଲିଓ ଟୀକାକରଣର ଯେପରି କୌଣସି ଶିଶୁ ବଞ୍ଚିତ ନ ହୁଅନ୍ତି ସେନେଇ ସ୍ବାସ୍ଥ୍ୟସେବା କର୍ମଚାରୀ ପ୍ରାୟ 2 କୋଟି ଘର ପରିଦର୍ଶନ କରିବେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.