ନୂଆଦିଲ୍ଲୀ: ଖାଉଟିଙ୍କ ପାଇଁ ଖୁସି ଖବର । ରୋଷେଇ ଘରେ କମିଲା ଇନ୍ଧନ ତାତି । ଦେଶରେ ଘରୋଇ ରନ୍ଧନ ଗ୍ୟାସ ତଥା ଏଲପିଜି ସିଲିଣ୍ଡରର ମୂଲ୍ୟ 10 ଟଙ୍କା ହ୍ରାସ ହୋଇଛି ।
ଏପ୍ରିଲ ପହିଲାରୁ ଏଲପିଜି ସିଲିଣ୍ଡରର ନୂଆ ଦାମ ଲାଗୁ କରାଯିବ ବୋଲି ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ ପକ୍ଷରୁ କୁହାଯାଇଛି । ନିକଟ ଦିନଗୁଡିକରେ ଏଲପିଜି ସିଲିଣ୍ଡର ପିଛା 125 ଟଙ୍କା ମହଙ୍ଗା ହୋଇଥିଲା ।
ରାଜଧାନୀ ଦିଲ୍ଲୀରେ ବର୍ତ୍ତମାନ ପ୍ରତି ସିଲିଣ୍ଡର ପିଛା ଦାମ ରହିଛି 819 ଟଙ୍କା । ତେବେ ନୂଆ ଦର ଲାଗୁହେବା ପରେ ଏହା ହ୍ରାସ ପାଇଁ 809 ଟଙ୍କା ହେବ ।
ଗତ କିଛି ଦିନ ମଧ୍ୟରେ ପେଟ୍ରୋଲ ଲିଟର ପିଛା 61 ପଇସା ଏବଂ ଡିଜେଲ ଲିଟର ପିଛା 60 ପଇସା ଶସ୍ତା ହୋଇଛି । ବର୍ତ୍ତମାନ ଦିଲ୍ଲୀରେ ଏକ ଲିଟର ଡିଜେଲ 80 ଟଙ୍କା 87 ପଇସା ଏବଂ ପେଟ୍ରୋଲ 90 ଟଙ୍କା 56 ପଇସା ମୂଲ୍ୟରେ ବିକ୍ରି ହେଉଛି ।