ETV Bharat / bharat

ପଞ୍ଜାବର ସମସ୍ତ ସ୍ଵାସ୍ଥ୍ୟକେନ୍ଦ୍ରରେ ଦିଆଯିବ କୋରୋନା ଟିକା - କୋରୋନା ସଂକ୍ରମଣ

ବର୍ଦ୍ଧିତ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ପଞ୍ଜାବର ସବୁ ସ୍ଵାସ୍ଥ୍ୟକେନ୍ଦ୍ରରେ କୋରୋନା ଟିକା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସ୍ଵାସ୍ଥ୍ୟମନ୍ତ୍ରୀ ବଲବୀର ସିଂହ ସିଦ୍ଧୁ ଏଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ପ୍ରସ୍ତୁତି କରିବା ପାଇଁ କହିଛନ୍ତି । ଅଧିକ ପଢନ୍ତୁ...

ପଞ୍ଜାବର ସମସ୍ତ ସ୍ଵାସ୍ଥ୍ୟକେନ୍ଦ୍ରରେ ଦିଆଯିବ କୋରୋନା ଟିକା

author img

By

Published : Mar 30, 2021, 10:41 AM IST

ଚଣ୍ଡିଗଡ: ବର୍ଦ୍ଧିତ କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏବେ ପଞ୍ଜାବର ସବୁ ସ୍ଵାସ୍ଥ୍ୟକେନ୍ଦ୍ରରେ କୋରୋନା ଟିକା ଦିଆଯିବ ବୋଲି ନିଷ୍ପତ୍ତି ନିଆଯାଇଛି । ସ୍ଵାସ୍ଥ୍ୟମନ୍ତ୍ରୀ ବଲବୀର ସିଂହ ସିଦ୍ଧୁ ଏଥିପାଇଁ ବିଭାଗୀୟ ଅଧିକାରୀଙ୍କୁ ପ୍ରସ୍ତୁତି କରିବା ପାଇଁ କହିଛନ୍ତି । ଏହା ସହ ସ୍ଵାସ୍ଥ୍ୟମନ୍ତ୍ରୀ ପଞ୍ଜାବର ଲୋକଙ୍କୁ କୋରୋନା ଟିକା ନେବା ପାଇଁ ମଧ୍ୟ ଅପିଲ କରିଛନ୍ତି । ପଞ୍ଜାବରେ ୪୫ ବର୍ଷରୁ ଅଧିକ ଲୋକଙ୍କୁ ବିନା କୌଣସି ସର୍ତ୍ତରେ ଏପ୍ରିଲ ୧ ଠାରୁ କୋରୋନା ଟିକା ପ୍ରଦାନ କରାଯିବ ।

ସ୍ଵାସ୍ଥ୍ୟ ମନ୍ତ୍ରୀ ସିଦ୍ଧୁ କହିଛନ୍ତି ଯେ, ଏପର୍ଯ୍ୟନ୍ତ ୭ ଲକ୍ଷ ଟିକାକରଣ କରାଯାଇଛି । ବିଶେଷଜ୍ଞଙ୍କ ଅନୁଯାୟୀ, କୋରୋନାର ନୂଆ ଷ୍ଟ୍ରେନ ତୀବ୍ର ଗତିରେ ବ୍ୟାପିବାରେ ଲାଗିଛି । ତେଣୁ ଏଭଳି ସ୍ଥିତିରେ ଅଧିକରୁ ଅଧିକଙ୍କ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଛି । ତେବେ ରାଜ୍ୟର ସମସ୍ତ ସରକାରୀ ସ୍ଵାସ୍ଥ୍ୟକେନ୍ଦ୍ରରେ ଟୀକାକରଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିବାରୁ ଏବେ ଯେକୌଣସି ବ୍ୟକ୍ତି ନିଜେ ରହୁଥିବା ସ୍ଥାନ ନିକଟରେ ଥିବା ସ୍ଵାସ୍ଥ୍ୟକେନ୍ଦ୍ର ନିକଟରେ ଟିକା ନେଇପାରିବ ।

ମାର୍ଚ୍ଚ 27 ସୁଦ୍ଧା ପଞ୍ଜାବର ମୋଟ 2,96,593 ସ୍ବାସ୍ଥ୍ୟକର୍ମୀ ଏବଂ ଫ୍ରଣ୍ଟଲାଇନ କର୍ମଚାରୀଙ୍କୁ ପ୍ରଥମ ଡୋଜ ଟିକା ଏବଂ 98,496 ଦ୍ବିତୀୟ ଡୋଜ ଭାବରେ ଦିଆଯାଇଛି । ସେହିପରି ୬୦ ବର୍ଷରୁ ଉର୍ଦ୍ଧ୍ଵ ବ୍ୟକ୍ତି ଓ ଅନ୍ୟ ରୋଗରେ ପୀଡିତା ହୋଇଥିବା ୪୫ ବର୍ଷରୁ ଉର୍ଦ୍ଧ୍ଵ ୩,୯୨,୪୧୫ ବ୍ୟକ୍ତିଙ୍କୁ ଟିକା ଦିଆଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.