ETV Bharat / bharat

Meghalaya Elections Results: ସରକାର ଗଠନ ପାଇଁ ବିଜେପି ସମର୍ଥନ ମାଗିଲେ ସାଙ୍ଗମା - TripuraElection2023

ମେଣ୍ଟ ସରକାର ଗଠନ ପାଇଁ ଏନପିପି ମୁଖ୍ୟ କୋନରାଡ ସାଙ୍ଗମା ମଧ୍ୟ ବିଜେପିର ବରିଷ୍ଠ ନେତା ଅମିତ ଶାହଙ୍କ ସହ ଆଲୋଚନା କରି ସମର୍ଥନ ମାଗିଛନ୍ତି । ଏନପିପି ବିଜେପି ସମେତ ଅନ୍ୟ ଛୋଟ ଦଳର ମିଳିତ ଭାବେ ସରକାର ଗଠନ କରିବେ । ଗତ ସରକାରରେ ଏନପିପି ମୁଖ୍ୟ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ବିଜେପି ସହ ମେଣ୍ଟ କରି ସରକାର ଗଠନ କରିଥିଲେ । ହେଲେ ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ମେଣ୍ଟ ଭାଙ୍ଗିଯାଇଥିଲା । ଅଧିକ ପଢନ୍ତୁ

Meghalaya Elections Results: ସରକାର ଗଠନ ପାଇଁ ବିଜେପି ସମର୍ଥନ ମାଗିଲେ ସାଙ୍ଗମା

author img

By

Published : Mar 2, 2023, 8:59 PM IST

ଶିଂଲ: ସତ ହେଲା ଏକଜିଟ ପୋଲର ଆକଳନ । ନର୍ଥ ଇଷ୍ଟର ଏକ ପ୍ରମୁଖ ରାଜ୍ୟ ମେଘାଳୟରେ ଝୁଲା ସରକାର । ରାଜ୍ୟବାସୀ କୌଣସି ଦଳକୁ ସ୍ପଷ୍ଟ ବହୁମତ ଦେଇନାହାଁନ୍ତି । ୬୦ ଆସନ ବିଶିଷ୍ଟ ମେଘାଳାୟ ବିଧାନସଭା ନିର୍ବାଚନ ଜନାଦେଶ ଅନୁସାରେ ନ୍ୟାସନାଲ ପିପୁଲ୍ସ ପାର୍ଟି (ଏନପିପି)କୁ 25 ଟି ଆସନ ମିଳିଥିବା ବେଳେ, ଟିଏମସି 05 ଟି, ବିଜେପି 3 ଟି ଓ ଅନ୍ୟାନ୍ୟ ଦଳ 26 ଟି ଆସନ ଦଖଲ କରିଛନ୍ତି । ମେଘାଳୟ ଶାସନ କ୍ଷମତା ଦଖଲ ପାଇଁ ୩୧ ଟି ଆସନ ଆବଶ୍ୟକ ଥିବା ବେଳେ କୌଣସି ଦଳ ଏହି ସଂଖ୍ୟା ହାସଲ କରିପାରି ନାହାଁନ୍ତି । ଫଳରେ ଏବେ ପୁଣି ଥରେ ଏନପିପି ନେତୃତ୍ବରେ ମେଣ୍ଟ ସରକାର ଗଠନ ହେବାକୁ ଯାଉଛି ।

ମେଣ୍ଟ ସରକାର ଗଠନ ପାଇଁ ଏନପିପି ମୁଖ୍ୟ କୋନରାଡ ସାଙ୍ଗମା ମଧ୍ୟ ବିଜେପିର ବରିଷ୍ଠ ନେତା ଅମିତ ଶାହଙ୍କ ସହ ଆଲୋଚନା କରି ସମର୍ଥନ ମାଗିଛନ୍ତି । ଏନପିପି ବିଜେପି ସମେତ ଅନ୍ୟ ଛୋଟ ଦଳର ମିଳିତ ଭାବେ ସରକାର ଗଠନ କରିବେ । ଗତ ସରକାରରେ ଏନପିପି ମୁଖ୍ୟ ତଥା ବର୍ତ୍ତମାନର ମୁଖ୍ୟମନ୍ତ୍ରୀ କୋନରାଡ ସାଙ୍ଗମା ବିଜେପି ସହ ମେଣ୍ଟ କରି ସରକାର ଗଠନ କରିଥିଲେ । ହେଲେ ଚଳିତ ବିଧାନସଭା ନିର୍ବାଚନ ପୂର୍ବରୁ ମେଣ୍ଟ ଭାଙ୍ଗିଯାଇଥିଲା ।

ଏହାବି ପଢନ୍ତୁ- Tripura Election Results : କ୍ଷମତା ବଜାୟ ରଖିଲା ବିଜେପି, ହାରିଲେ ପ୍ରଦେଶ ଅଧ୍ୟକ୍ଷ

ଚଳିତ ୨୦୨୩ ମେଘାଳାୟ ବିଧାନସଭା ନିର୍ବାଚନ ପାଇଁ ରାଜ୍ୟର ୧୨ ଟି ଜିଲ୍ଲାରେ ମୋଟ ୩ ହଦାର ୪୧୯ ବୁଥ ହୋଇଥିଲା । ଯେଉଁଥିରେ ୬୪୦ ବୁଥ ଅସୁରକ୍ଷିତ, ୩୨୩ ବୁଥ ସମ୍ବେଦନଶୀଳ ବୁଥ ଭାବେ ଚିହ୍ନଟ ହୋଇଥିଲା । ୬୦ ଆସନ ପାଇଁ ଚଳିତ ନିର୍ବାଚନରେ ମୋଟ ୩୭୫ ପ୍ରାର୍ଥୀ ମୈଦାନରେ ଥିଲେ । ମୋଟ ପ୍ରାର୍ଥୀଙ୍କ ମଧ୍ୟରୁ ୩୩୯ ପ୍ରାର୍ଥୀ ପୁରୁଷ ଥିବା ବେଳେ ୩୬ ଜଣ ମହିଳା ପ୍ରାର୍ଥୀ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିଛନ୍ତି । ବିଜେପି ଓ କଂଗ୍ରେସ ସମସ୍ତ ୬୦ ଟି ଆସନରେ ପ୍ରାର୍ଥୀ ଦେଇଥିବା ବେଳେ ଏନପିପି ୫୭ ଟି ଆସନରେ ପ୍ରାର୍ଥି ଦେଇଥିଲା ।

ଗତ ୨୦୧୮ ବିଧାନସଭା ନିର୍ବାଚନରେ ମଧ୍ୟ କୌଣସି ଦଳକୁ ବହୁମତ ମିଳିନଥିଲା । କଂଗ୍ରେସ ସର୍ବବୃହତ ଦଳ ଭାବେ ୨୧ ଟି ଆସନ ଜିତିଥିଲା । ଏନପିପି ୧୯ ଟି, ବିଜେପି ଓ ଏଚଏସପିଡିପି ଦୁଇଟି ଲେଖାଏଁ ଆସନ, ୟୁଡିପିକୁ ୬ ଟି ଓ ପିଡିଏଫକୁ ୪ ଟି ଆସନ ମିଳିଥିଲା । କଂଗ୍ରେସ ସର୍ବବୃହତ ଦଳ ହୋଇଥିଲେ ସୁଦ୍ଧା ସରକାର ଗଠନ କରିପାରିନଥିଲା । ଏନପିପି ବିଜେପି ସମେତ ସମସ୍ତ ଛୋଟ ଦଳକୁ ନେଇ ସରକାର ଗଠନ କରିଥିଲେ ।

ଅନ୍ୟପଟେ ନାଗଲାଣ୍ଡ ବିଧାନସଭା ନିର୍ବାଚନରେ ମଧ୍ୟ ଦମଦାର ପ୍ରଦର୍ଶନ କରିଛି ଜାତୀୟ ଗଣତାନ୍ତ୍ରିକ ପ୍ରୋଗ୍ରେସିଭ ପାର୍ଟି (NDPP) । ନେଫ୍ୟୁ ରିୟୋଙ୍କ ନେତୃତ୍ବାଧୀନ ଏନଡିପିପି ସହ ଭାରତୀୟ ଜନତା ପାର୍ଟି (ବିଜେପି) ମେଣ୍ଟ କରି ନିର୍ବାଚନ ଲଢିଥିଲା । ଆସିଥିବା ଜନାଦେଶରେ ମେଣ୍ଟ 37 ଟି ଆସନରେ ବିଜୟୀ ହୋଇଛି ।ଏନପିପି 5ଟି, ଏନପିଏଫ 2 ଟି ଓ ଅନ୍ୟଦଳ ସମେତ ସ୍ବାଧୀନ ପ୍ରାର୍ଥୀ 16 ଟି ଆସନରେ ବିଜୟୀ ହୋଇଛନ୍ତି ।

କ୍ଷମତାସୀନ ଜାତୀୟ ଗଣତାନ୍ତ୍ରିକ ପ୍ରୋଗ୍ରେସିଭ ପାର୍ଟି (NDPP) ଓ ବିଜେପି ମେଣ୍ଟ କରି ନିର୍ବାଚନ ଲଢିଥିଲେ । ଜାତୀୟ ଗଣତାନ୍ତ୍ରିକ ପ୍ରୋଗ୍ରେସିଭ ପାର୍ଟି ୪୦ ଟି ଆସନରେ ବିଜେପି ୨୦ ଆସନରେ ଲଢେଇ କରିଥିଲେ । କଂଗ୍ରେସ ଦଳ ମାତ୍ର 23 ଟି ଆସନରେ ପ୍ରାର୍ଥୀ ଦେବାରେ ସକ୍ଷମ ହୋଇଥିଲା । କୌଣସି ଆସନ ଜିତିବାରେ ସଫଳ ହୋଇନାହିଁ ।

ନାଗଲାଣ୍ଡ ବିଧାନାସଭାର ମୋଟ ଆସନ ହେଉଛି ୬୦ । ୨୭ ଫେବୃୟାରୀରେ ମୋଟ ୫୯ ଟି ଆସନରେ ଭୋଟିଂ ହୋଇଥିଲା। ଜୁନହେବୋଟ ଜିଲ୍ଲା ଅକୁଲୁତ ବିଧାନସଭା ଆସନରୁ ବିଜେପି ପ୍ରାର୍ଥୀ କଝୌତୋ କୀନମି ନିର୍ଦ୍ବନ୍ଦରେ ନିର୍ବାଚିତ ହୋଇଥିଲେ । ଫଳରେ ୫୯ ଟି ଆସନରେ ନିର୍ବାଚନ ହୋଇଥିଲା । ଚଳିତ ବିଧାନସଭା ନିର୍ବାଚନରେ ମୋଟ ୧୮୩ ପ୍ରାର୍ଥୀ ନିର୍ବାଚନ ପ୍ରତିଦ୍ବନ୍ଦିତା କରିଥିଲେ । ରାଜ୍ୟରେ ମୋଟ ଭୋଟର ସଂଖ୍ୟା ୧୩ ଲକ୍ଷ ରୁ ଅଧିକ ରହିଛି । ଯେଉଁଥିରେ ପୁରୁଷ ଭୋଟର ୬.୪୯ ଲକ୍ଷ ଥିବା ବେଳେ, ୬.୪୯ ଲକ୍ଷ ମହିଳା ଭୋଟର ରହିଛନ୍ତି । ଗତ ୨୭ ଫେବୃୟାରୀରେ ହୋଇଥିବା ମତଦନାରେ ୮୩.୬୩ ପ୍ରତିଶତ ମତଦାନ ହୋଇଥିଲା । ଗତ ୨୦୧୮ ନିର୍ବାଚନରେ ୮୫.୬୨ ପ୍ରତିଶତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.