ETV Bharat / bharat

ବଘେଲଙ୍କ ଦମ୍ଭୋକ୍ତି: ଛତିଶଗଡରେ ତିନି-ଚତୁର୍ଥାଂଶ ଭୋଟରେ ଜିତିବ କଂଗ୍ରେସ

author img

By ETV Bharat Odisha Team

Published : Nov 26, 2023, 9:09 PM IST

Updated : Nov 26, 2023, 10:16 PM IST

ତେଲେଙ୍ଗାନାରେ ଦଳ ପାଇଁ ପ୍ରଚାର ବେଳେ କେସିଆରଙ୍କ ଉପରେ ବର୍ଷିଲେ ବଘେଲ । କହିଲେ ଛତିଶଗଡରେ କଂଗ୍ରେସ ତିନି-ଚତୁର୍ଥାଶଂ ଭୋଟରେ ଜିତିବାକୁ ଯାଉଛି । ଅଧିକ ପଢନ୍ତୁ

ବଘେଲଙ୍କ ଦମ୍ଭୋକ୍ତି: ତିନି-ଚତୁର୍ଥାଶଂ ଭୋଟରେ ଜିତିବ କଂଗ୍ରେସ

ହାଇଦ୍ରାବାଦ: ଗତକାଲି ରାଜସ୍ଥାନ ସହ 4 ରାଜ୍ୟରେ ମତଦାନ ଶେଷ ହୋଇଛି । ଏହା ପୂର୍ବରୁ ଅନ୍ୟତମ କଂଗ୍ରେସଶାସିତ ହିନ୍ଦୀ ହାର୍ଟଲ୍ୟାଣ୍ଡ ରାଜ୍ୟ ଛତିଶଗଡରେ ଦୁଇଟି ପର୍ଯ୍ୟାୟରେ ମତଦାନ ଶେଷ ହୋଇସାରିଛି । ଏହି ଦୁଇ ରାଜ୍ୟରେ କଂଗ୍ରେସ ଶାସନରେ ଥିବା ବେଳେ କ୍ଷମତା ବଜାୟ ରଖିବା ପାଇଁ ସମସ୍ତ ପ୍ରୟାସ କରିଛି ।

ସାଙ୍ଗଠନିକ ସ୍ଥିତି ଓ ବର୍ତ୍ତମାନର ରାଜନୈତିକ ଦୃଶ୍ୟପଟରେ ଉଭୟ ରାଜ୍ୟରେ ଶାସନରେ କଂଗ୍ରେସର ମୁଖ୍ୟ ପ୍ରତିଦ୍ବନ୍ଦ୍ବୀ ଭାବେ ରହିଛି ଭାରତୀୟ ଜନତା ପାର୍ଟି । ମାତ୍ର ବିଜେପିକୁ କଂଗ୍ରେସକୁ କ୍ଷମତାରୁ ବେଦଖଲ କରି ଶାସନକୁ ଆସିବା ଏତେ ସହଜ ହେବ ନାହିଁ । ଏହାରି ମଧ୍ୟରେ ତେଲେଙ୍ଗାନାରେ ଦଳ ପାଇଁ ପ୍ରଚାର ଜାରି ରଖିଥିବା ଛତିଶଗଡର ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ ରାଜ୍ୟରେ କଂଗ୍ରେସ କେବଳ ସ୍ପଷ୍ଟ ବହୁମତ ନୁହେଁ ବରଂ ପ୍ରଚଣ୍ଡ ବହୁମତ ପାଇ କ୍ଷମତା ବଜାୟ ରଖିବାକୁ ଯାଉଥିବା ଦମ୍ଭ ଦେଖାଇଛନ୍ତି । ଦଳ ରାଜ୍ୟରେ ଦୁଇ-ତୃତୀୟାଂଶ ନୁହେଁ ବରଂ ତିନି-ତୃତୀୟାଂଶ ଆସନରେ ବିଜୟୀ ହେବା ନେଇ ବଘେଲ କହିଛନ୍ତି ।

ଆଜି ଦଳ ପକ୍ଷରୁ ବଘେଲ ତେଲେଙ୍ଗାନାର କରିମନଗରରେ ନିର୍ବାଚନୀ ପ୍ରଚାର କରିଛନ୍ତି । ଶାସନରେ ଥିବା ବିଆରଏସ ଓ ମୁଖ୍ୟମନ୍ତ୍ରୀ କେସିଆରଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି, ଛତିଶଗଡରେ କଂଗ୍ରେସ ଶାସନକୁ ଆସିବାକୁ ଯାଉଛି । ତେଲେଙ୍ଗାନାରେ ମଧ୍ୟ କଂଗ୍ରେସକୁ ଭୋଟ ଦିଅନ୍ତୁ । ଯେଉଁମାନେ ସ୍ବତନ୍ତ୍ର ତେଲେଙ୍ଗାନା ପ୍ରଦେଶ ଗଠନ କରିଥିଲେ, ସେମାନଙ୍କୁ ମନେ ପକାନ୍ତୁ । କେସିଆରଙ୍କ ଶାସନ ତେଲେଙ୍ଗାନାବାସୀ ବହୁ ଦିନଧରି ଦେଖି ସାରିଲେଣି । ଏବେ ରାଜ୍ୟରେ ଋଣଭାର 5 ଲକ୍ଷ କୋଟି ରହିଛି । ଯଦି ରାଜ୍ୟବାସୀ ଚଳିତଥର ସରକାର ପରିବର୍ତ୍ତନ ନକରନ୍ତି ଏହି ଋଣ ପରିମାଣ 10 ଲକ୍ଷ କୋଟିରେ ପହଞ୍ଚିବ । ସେହିପରି ସେ ବଂଶବାଦ ରାଜନୀତି ପ୍ରସଙ୍ଗରେ ମଧ୍ୟ କେସିଆରଙ୍କୁ କଟାକ୍ଷ କରିଛନ୍ତି । ରାଜ୍ୟରେ ପ୍ରାୟ 17ଟି ବିଭାଗ ଏବେ କେସିଆରଙ୍କ ପରିବାର ଓ ତାଙ୍କ ସମ୍ପର୍କୀୟଙ୍କ ନିକଟରେ ରହିଛି ବୋଲି ବଘେଲ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:- କେସିଆର ସରକାର ଲୁଟିଥିବା ଟଙ୍କାକୁ ଜନତାଙ୍କୁ ଫେରାଇବ କଂଗ୍ରେସ: ରାହୁଲ ଗାନ୍ଧୀ

ଏବେ ସୁଦ୍ଧା ଛତିଶଗଡ, ମଧ୍ୟ ପ୍ରଦେଶ, ମିଜୋରାମ ଓ ରାଜସ୍ଥାନରେ ମତଦାନ ଶେଷ ହୋଇସାରିଥିବା ବେଳେ 30 ତାରିଖରେ ତେଲେଙ୍ଗାନାରେ ମତଦାନ ହେବାକୁ ଯାଉଛି । ଏବେ ତେଲେଙ୍ଗାନା ପାଇଁ ପ୍ରଚାର ଜାରି ରହିଛି । 28 ତାରିଖ ସଂଧ୍ୟାରେ ପ୍ରଚାର ଶେଷ ହେବା ସହ 30 ତାରିଖରେ ମାତ୍ର ଗୋଟିଏ ପର୍ଯ୍ୟାୟରେ ଏଠାରେ ଭୋଟଗ୍ରହଣ ହେବ । 2014ରେ ଆନ୍ଧ୍ରରୁ ବିଭାଜିତ ହୋଇ ସ୍ବତନ୍ତ୍ର ରାଜ୍ଯ ହେବାପରଠାରୁ ଏହାର ଶାସନ କେସିଆରଙ୍କ ଦଳ ନିକଟରେ ରହିଆସିଛି । ଏଥର ମଧ୍ୟ କେସିଆରଙ୍କ ପାର୍ଟି ଭାରତ ରାଷ୍ଟ୍ର ସମିତି କ୍ଷମତା ବଜାୟ ରଖିବାର ଯଥେଷ୍ଟ ସମ୍ଭାବନା ମଧ୍ୟ ରହିଛି । ଆସନ୍ତାବର୍ଷ ପ୍ରାରମ୍ଭରେ ସାଧାରଣ ନିର୍ବାଚନ ଥିବାରୁ ଏହି 5 ରାଜ୍ୟର ବିଧାନସଭା ଫଳାଫଳକୁ ସେମି-ଫାଇନାଲ ଭାବେ ବିବେଚନା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 26, 2023, 10:16 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.