ETV Bharat / bharat

ସୋନିଆଙ୍କୁ ବିଜେପି ସାଂସଦଙ୍କ ଦୁର୍ବ୍ୟବହାର ଅଭିଯୋଗ, ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

author img

By

Published : Jul 28, 2022, 10:25 PM IST

କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଶାସକ ଦଳର ସଦସ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗରେ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ । ମାମଲାକୁ ସ୍ବାଧୀକାର କମିଟିକୁ ପଠାଇବା ପାଇଁ ଚିଠିରେ ଦାବି । ଅଧିକ ପଢନ୍ତୁ

ସୋନିଆଙ୍କୁ ବିଜେପି ସାଂସଦଙ୍କ ଦୁର୍ବ୍ୟବହାର ଅଭିଯୋଗରେ ବାଚସ୍ପତିଙ୍କୁ ଚିଠି ଲେଖିଲା କଂଗ୍ରେସ

ନୂଆଦିଲ୍ଲୀ: ରାଷ୍ଟ୍ରପତିଙ୍କୁ ନେଇ ବିବାଦୀୟ ବୟାନ ପ୍ରସଙ୍ଗ । ତେବେ ଚାରିଆଡୁ ଚାପରେ ଥିବା କଂଗ୍ରେସ ଦଳର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଗୃହରେ ଦୁର୍ବ୍ୟବହାର ନେଇ ଲୋକସଭା ବାଚସ୍ପତିଙ୍କୁ ଚିଠି ଲେଖିଛି କଂଗ୍ରେସ ଦଳ । ଲୋକସଭାରେ ଦଳର ଫ୍ଲୋର ଲଡର ଅଧୀର ରଞ୍ଜନ ଚୌଧୁରୀ ଓ ଅନ୍ୟ କିଛି ବରିଷ୍ଠ ସାଂସଦ ବାଚସ୍ପତି ଓମ ବିର୍ଲାଙ୍କୁ ଲେଖିଥିବା ଚିଠିରେ ଆଜି ଗୃହରେ ସୋନିଆଙ୍କୁ ଶାସକ ଦଳର ସାଂସଦମାନେ ଦୁର୍ବ୍ୟବହାର କରିଥିବା ଦର୍ଶାଇଛନ୍ତି । ଏହି ମାମଲାରେ ବାଚସ୍ପତି ହସ୍ତକ୍ଷେପ କରିବା ସହ ମାମଲାକୁ ଗୃହର ସ୍ବାଧୀକାର କମିଟିକୁ ପଠାଇବା ପାଇଁ ଚିଠିରେ ଦାବି କରିଛି ଦଳ ।

  • Congress MPs, including Adhir Ranjan Chowdhury, write to Lok Sabha Speaker Om Birla seeking his intervention in sending the matter of the party's interim president Sonia Gandhi "subjected to the outrageous misdemeanour by the Ruling Party's MPs" to the Privilege Committee. pic.twitter.com/KAT2aftZLc

    — ANI (@ANI) July 28, 2022 " class="align-text-top noRightClick twitterSection" data=" ">

ଅଧୀର ରଞ୍ଜନ ଚୌଧୁରୀ ରାଷ୍ଟ୍ରପତିଙ୍କୁ ନେଇ ବିବାଦୀୟ ବୟାନ ଦେବା ପରେ କଂଗ୍ରେସ ଓ ପାର୍ଟି ହାଇକମାଣ୍ଡ ସୋନିଆଙ୍କ ଠାରୁ କ୍ଷମା ପ୍ରର୍ଥନା ଦାବି କରିଥିଲେ ବିଜେପି ସାସଂଦ । ଗୃହରେ ପ୍ରବଳ ହଟ୍ଟଗୋଳ ମଧ୍ୟ ଦେଖିବାକୁ ମିଳିଥିଲା । ଏହି ସମୟରେ ସୋନିଆଙ୍କୁ କେନ୍ଦ୍ର ମନ୍ତ୍ରୀ ସ୍ମୃତି ଇରାନୀ କିଛି କହିବାରୁ ସୋନିଆ ମଧ୍ୟ ଉତ୍ତେଜିତ ହୋଇଥିବା ଦେଖିବାକୁ ମିଳିଥିଲା । ତେବେ ଏହି ଘଟଣାରେ ସୋନିଆଙ୍କୁ ଶାସକ ଦଳର ସାଂସଦମାନେ ଦୁର୍ବ୍ୟବହାର କରିଥିବା ଦଳ ଅଭିଯୋଗ କରଛି । ଅନ୍ୟପଟେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଧ୍ୟ ଗୃହ ମଧ୍ୟରେ ସୋନିଆଙ୍କ ଏପରି କ୍ରୋଧିତ ବ୍ୟବହାରକୁ ସମାଲୋଚନା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.