ନୂଆଦିଲ୍ଲୀ: ୟୁକ୍ରେନରେ ଋଷୀୟ ସେନାର ଆକ୍ରମଣ ତୀବ୍ରତର ହୋଇଛି । ସେହିପରି ଋଷ ପକ୍ଷରୁ ୟୁକ୍ରେନ ଦ୍ବିତୀୟ ବୃହତ ସହର ଖାର୍କିଭ୍ରେ ଘନ ଘନ ଆକ୍ରମଣ ଜାରି ରହିଛି । ଅନ୍ୟପଟେ ୟୁକ୍ରେନରୁ ଉଦ୍ଧାର ହୋଇଥିବା ଭାରତୀୟଙ୍କ ତଥ୍ୟ ପ୍ରଦାନ କରିବାକୁ କଂଗ୍ରେସ ଦାବି କରିଛି ।
-
To avert further tragedy, GOI must share:
— Rahul Gandhi (@RahulGandhi) March 2, 2022 " class="align-text-top noRightClick twitterSection" data="
1. How many students have been evacuated.
2. How many are still stranded in Ukraine.
3. Region-wise detailed evacuation plan.
We owe a clear strategy & communication to the families involved.
">To avert further tragedy, GOI must share:
— Rahul Gandhi (@RahulGandhi) March 2, 2022
1. How many students have been evacuated.
2. How many are still stranded in Ukraine.
3. Region-wise detailed evacuation plan.
We owe a clear strategy & communication to the families involved.To avert further tragedy, GOI must share:
— Rahul Gandhi (@RahulGandhi) March 2, 2022
1. How many students have been evacuated.
2. How many are still stranded in Ukraine.
3. Region-wise detailed evacuation plan.
We owe a clear strategy & communication to the families involved.
ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଏନେଇ ଟୁଇଟ୍ କରି ଏହି ତଥ୍ୟ ମାଗିଛନ୍ତି । ସେହିପରି କେତେ ଭାରତୀୟ ଛାତ୍ରଛାତ୍ରୀ ଉଦ୍ଧାର ହୋଇଛନ୍ତି । ଆଉ କେତେ ଭାରତୀୟ ୟୁକ୍ରେନରେ ଫସି ରହିଛନ୍ତି, ଏହାର ତଥ୍ୟ ପ୍ରଦାନ କରିବା ରାହୁଲ ଗାନ୍ଧୀ କହିଛନ୍ତି ।
ଅନ୍ୟପଟେ ଅଞ୍ଚଳ ଅନୁଯାୟୀ କରାଯାଇଥିବା ଉଦ୍ଧାର ଯୋଜନାର ସମ୍ପୂର୍ଣ୍ଣ ତଥ୍ୟ ଦେବାକୁ ସେ କହିଛନ୍ତି । ସେହିଭଳି ଫସି ରହିଥିବା ଭାରତୀୟ ଓ ତାଙ୍କ ପରିବାର ସହ ଯୋଗଯୋଗ କରିବା ପାଇଁ ଏକ ଯୋଜନା କରିବା ଆବଶ୍ୟକ ରହିଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି ।
ସୂଚନା ଅନୁସାରେ, ଅପରେସନ ଗଙ୍ଗା ମଧ୍ୟମରେ ୧୨ ହଜାରୁ ଭାରତୀୟଙ୍କୁ ଉଦ୍ଧାର ହୋଇଛନ୍ତି । ଏଥି ମଧ୍ୟରୁ କିଛି ସ୍ବଦେଶ ଫେରିଥିବା ବେଳେ ଆଉ କିଛି କେନ୍ଦ୍ର ସରକାରଙ୍କ ପକ୍ଷରୁ ୟୁକ୍ରେନ ସୀମାରେ ଉଦ୍ଧାର ଲାଗି ଜାରି ରହିଥିବା ସ୍ଥାନରେ ରହିଛନ୍ତି । ସେହିପରି ପ୍ରାୟ ୮ ହଜାର ଭାରତୀୟ ଏବେ ୟୁ୍କ୍ରେନର ବିଭିନ୍ନ ସହରରେ ଫସି ରହିଥିବାବେଳେ ସରକାର ଏମାନଙ୍କୁ ଉଦ୍ଧାର ପାଇଁ ସବୁ ମେକାନିଜିମ୍କୁ ନିୟୋଜିତ କରିଛନ୍ତି ବୋଲି ପୂର୍ବରୁ କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ କୁହାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ