ETV Bharat / bharat

ସୋନିଆଙ୍କ ସହ ଦିଦି କଲେ 'ଚାଏ ପେ ଚର୍ଚ୍ଚା', ବିରୋଧୀଙ୍କୁ ଏକଜୁଟ ପାଇଁ ଅପିଲ - ସୋନିଆ ଗାନ୍ଧୀ

ଦେଶରେ ବିରୋଧୀଙ୍କ ଏକଜୁଟ ହେବା ନେଇ ଚର୍ଚ୍ଚା ଜୋର ଧରିଥିବା ସମୟରେ କଂଗ୍ରେସ ଅଧ୍ୟକ୍ଷା ସୋନିଆଙ୍କୁ ସାକ୍ଷାତ କରିଛନ୍ତି ମମତା ବାନାର୍ଜୀ । ଅଧିକ ପଢନ୍ତୁ...

ସୋନିଆଙ୍କ ସହ ଦିଦି କଲେ 'ଚାଏ ପେ ଚର୍ଚ୍ଚା', ବିରୋଧୀଙ୍କୁ ଏକଜୁଟ ପାଇଁ ଅପିଲ

author img

By

Published : Jul 28, 2021, 10:15 PM IST

ନୂଆଦିଲ୍ଲୀ: ଦିଲ୍ଲୀ ଗସ୍ତର ତୃତୀୟ ଦିନରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ । ଦେଶରେ ବିରୋଧୀଙ୍କ ଏକଜୁଟ ହେବା ନେଇ ଚର୍ଚ୍ଚା ଜୋର ଧରିଥିବା ସମୟରେ ସୋନିଆଙ୍କୁ ସାକ୍ଷାତ କରିଛନ୍ତି ମମତା । କେବଳ ଏତିକି ନୁହେଁ ବୈଠକରେ ଉଭୟ ନେତ୍ରୀ ଚା' ପିଇ ଚର୍ଚ୍ଚା କରିଥିବା କୁହାଯାଉଛି ।

ସୋନିଆ ଗାନ୍ଧୀଙ୍କୁ ଭେଟିବା ପରେ ସାକ୍ଷାତ ସକାରାତ୍ମକ ରହିଥିବା ସୂଚନା ଦେଇଛନ୍ତି ଦିଦି । ବିରୋଧୀଙ୍କ ଏକତା ଓ ପେଗାସସ ଉପରେ ଚର୍ଚ୍ଚା ହୋଇଥିବା କହିଛନ୍ତି ସେ । ବର୍ତ୍ତମାନର ରାଜନୈତିକ ସ୍ଥିତିକୁ ନେଇ ମଧ୍ୟ ଆଲୋଚନା ହୋଇଛି ।

ପେଗାସସ ବିଷୟରେ ମମତା ପ୍ରଶ୍ନ କରିଛନ୍ତି ଯେ ସରକାର କାହିଁକି ପ୍ରତିକ୍ରିୟା ଦେଉନାହାଁନ୍ତି ? ସଂସଦରେ ସରକାର ଏହାର ଉତ୍ତର ଦେବା ଉଚିତ। ସୋନିଆ ଗାନ୍ଧୀଙ୍କୁ ଭେଟିବା ପୂର୍ବରୁ ମମତା ବିରୋଧୀ ଦଳମାନଙ୍କୁ ଏକଜୁଟ ହେବାକୁ ନିବେଦନ କରିଥିଲେ। ସେ କହିଥିଲେ ଯେ ବିରୋଧୀ ଦଳ ଏକଜୁଟ ହୁଅନ୍ତୁ ବୋଲି ସୋନିଆ ଗାନ୍ଧୀ ଚାହୁଁଛନ୍ତି। ଆଞ୍ଚଳିକ ଦଳ ଉପରେ କଂଗ୍ରେସର ବିଶ୍ବାସ ଥିବା କଥା ସେ କହିଛନ୍ତି ।

ପେଗାସସ ଜାସୁସି ବିବାଦ ସହିତ ଅନ୍ୟ ମାମଲାରେ ବିରୋଧୀ ଏକଜୁଟ ହୋଇ କେନ୍ଦ୍ର ସରକାରଙ୍କୁ ସଡକରୁ ସଂସଦ ଯାଏଁ ଘେରିବାକୁ ପ୍ରୟାସ କରୁଛନ୍ତି । ଗତ ଦୁଇ ଦିନରେ ଏକା ସାଙ୍ଗରେ ବିରୋଧୀ ଦଳର ଦୁଇଟି ବୈଠକ ହୋଇଛି । ଏଥିରେ ନେତୃତ୍ବ ନେଇଛନ୍ତି ଖୋଦ ରାହୁଲ ଗାନ୍ଧୀ । ମମତାଙ୍କ ଦିଲ୍ଲୀ ଆଗମନ ପରେ ସକ୍ରିୟ ହୋଇଛନ୍ତି ରାହୁଲ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.