ETV Bharat / bharat

ଖେରୀ ହିଂସା; ମୃତକଙ୍କ ପରିବାରକୁ ଭେଟିବାକୁ ଯିବା ବେଳେ ପ୍ରିୟଙ୍କା ଗାନ୍ଧୀ ଅଟକ - ହିଂସାକାଣ୍ତ

ଉଗ୍ର ରୂପ ଧାରଣ କରୁଛି ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ଘଟଣା । ଏହି ହିଂସା କାଣ୍ତ ଥମିବାର ନାଁ ନେଉନି । ଏବେ ସୁଦ୍ଧା ୮ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିବାରକୁ ଭେଟିବାକୁ ଯିବା ବେଳେ ପ୍ରିୟଙ୍କାଙ୍କୁ ଅଟକାଇଲା ପୋଲିସ । ଅଧିକ ପଢନ୍ତୁ...

UP VIOLENCE;ମୃତକଙ୍କ ପରିବାରକୁ ଭେଟିବାକୁ ଯିବା ବେଳେ ପ୍ରିୟଙ୍କାଙ୍କୁ ହେପାଜକକୁ ନେଲା ପୋଲିସ

author img

By

Published : Oct 4, 2021, 8:18 AM IST

Updated : Oct 4, 2021, 10:55 AM IST

ଲକ୍ଷ୍ନୌ: ଉଗ୍ର ରୂପ ଧାରଣ କରୁଛି ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀ ଘଟଣା । ଏହି ହିଂସା କାଣ୍ତ ଥମିବାର ନାଁ ନେଉନି । ଏବେ ସୁଦ୍ଧା ୮ ଜଣଙ୍କର ମୃତ୍ୟୁ ହୋଇଛି । ଦୁର୍ଘଟଣା ପରେ ଚାଷୀମାନେ ରାଗି ଯାଇ ଭଙ୍ଗାରୁଜା ଓ ପୋଡାଜଳା କରିଥିଲେ । ଘଟଣାସ୍ଥଳରେ ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବା ପାଇଁ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି । ତେବେ, ଏ ହିଂସାକାଣ୍ତର ପ୍ରାଣ ହରାଇଥିବା ପରିବାରକୁ ଭେଟିବାକୁ ଲକ୍ଷ୍ମୀପୁର ଯିବା ସମୟରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀଙ୍କୁ ହରଗାଁଓ ପୋଲିସ ହେପାଜତକୁ ନେଇଥିବା ଜଣାପଡିଛି । ଯାହାକୁ ନେଇ ରାଜନୀତି ମଧ୍ୟ ବେଶ ସରଗମର ରହିଛି ।

ଖେରୀ ହିଂସା; ମୃତକଙ୍କ ପରିବାରକୁ ଭେଟିବାକୁ ଯିବା ବେଳେ ପ୍ରିୟଙ୍କା ଗାନ୍ଧୀ ଅଟକ

ସୂଚନା ଅନୁସାରେ, ଉତ୍ତରପ୍ରଦେଶ ଲକ୍ଷ୍ମୀପୁର ଖେରୀରେ ଚାଷୀଙ୍କ ପ୍ରଦର୍ଶନ ଚାଲିଥିଲା । ଏହି ସମୟରେ ଚାଷୀଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ କାର ଚଢାଇ ଦେଇଥିବା ଅଭିଯୋଗ ହୋଇଛି । ପରେ ଏ ଘଟଣାରେ ଉଗ୍ର ରୂପ ନେଇଥିଲା । ହିଂସାରେ ବର୍ତ୍ତମାନ ସୁଦ୍ଧା ୮ ଜଣଙ୍କ ମୃତ୍ୟୁ ନେଇ ସ୍ପଷ୍ଟ କରିଛି ପୋଲିସ । ଏପଟେ ହିଂସା ଘଟଣା ପରେ ସକ୍ରିୟ ହୋଇଯାଇଛନ୍ତି ବିରୋଧୀ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Oct 4, 2021, 10:55 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.