ETV Bharat / bharat

ପେଟ୍ରୋଲ ଦର ବୃଦ୍ଧିକୁ କଂଗ୍ରେସର ବିରୋଧ, 11ରେ ଦେଶବ୍ୟାପୀ ବିକ୍ଷୋଭ - 11ରେ କଂଗ୍ରେସର ବିକ୍ଷୋଭ ପ୍ରର୍ଦଶନ

ଅହେତୁକ ପେଟ୍ରୋଲ ଦର ବୃଦ୍ଧି କରି ଆସନ୍ତା 11ତାରିଖରେ ବିକ୍ଷୋଭ ପ୍ରର୍ଦଶନ କରିବ କଂଗ୍ରେସ । ଅଧିକ ପଢନ୍ତୁ...

11ରେ ଦେଶବ୍ୟାପୀ ବିକ୍ଷୋଭ
11ରେ ଦେଶବ୍ୟାପୀ ବିକ୍ଷୋଭ
author img

By

Published : Jun 9, 2021, 12:28 PM IST

Updated : Jun 9, 2021, 12:49 PM IST

ନୂଆଦିଲ୍ଲୀ: ଦେଶରେ ଅହେତୁକ ପେଟ୍ରୋଲ ଦର ବୃଦ୍ଧିରେ ହନ୍ତସନ୍ତ ହେଉଛନ୍ତି ସାଧାରଣ ଲୋକ । ତେଲର ଏପରି ଦର ବୃଦ୍ଧିକୁ ବିରୋଧ କରି ଆସନ୍ତା 11ତାରଖରେ ସମସ୍ତ ପେଟ୍ରୋଲ ପମ୍ପ ଆଗରେ ବିକ୍ଷୋଭ କରିବ କଂଗ୍ରେସ ।

କୋରୋନାର ଦ୍ବିତୀୟ ଲହର ସାରା ଦେଶକୁ କବଳିତ କରିଥିବାବେଳେ କେନ୍ଦ୍ର ସରକାର ବାରମ୍ବାର ଦର ବଢାଇବାରେ ଲାଗିଛନ୍ତି । ବର୍ତ୍ତମାନ ଦେଶରେ ଅନେକ ସ୍ଥାନରେ ପେଟ୍ରୋଲ ଦର 100ପାର କରି ସାରିଲାଣି । ଯାହାକୁ ବିରୋଧ କରିଛି କଂଗ୍ରେସ ।

ଜୁନ୍ 11ରେ ସମଗ୍ର ଦେଶରେ ପେଟ୍ରୋଲ ପମ୍ପ ଆଗରେ ବ୍ୟାପକ ବିରୋଧ ପ୍ରଦର୍ଶନ କରିବାକୁ କଂଗ୍ରେସ ନିଷ୍ପତ୍ତି ନେଇଛି । ଏହାର ମୂଲ୍ୟ ହ୍ରାସ କରିବାକୁ ଦାବି କରିବ। ପଶ୍ଚିମବଙ୍ଗ ମତଦାନ ପର୍ଯ୍ୟନ୍ତ ମୂଲ୍ୟ ସ୍ଥିର ଥିଲା ମାତ୍ର ଏହା ପରେ ପୁଣି ଦର ବଢିଥିବା ଦାବି କରିଛି କଂଗ୍ରେସ । ମେ 29ରେ ମୁମ୍ବାଇରେ ପ୍ରଥମ ଥର ପାଇଁ 100ପାର ହୋଇଥିବା ପେଟ୍ରୋଲ ଦର । ସହରରେ ଡିଜେଲ ଲିଟର ପିଛା 93 ଟଙ୍କା 57 ପଇସାରେ ବିକ୍ରି ହୋଇଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Jun 9, 2021, 12:49 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.