ETV Bharat / bharat

2021 ଡିସେମ୍ବର ସୁଦ୍ଧା ସରିବ ପୋଲାଭରମ୍‌ ପ୍ରକଳ୍ପ - ଜଗନ ମୋହନ ରେଡ୍ଡୀ

ଆସନ୍ତାବର୍ଷ ଡିସେମ୍ବର ସୁଦ୍ଧା ଶେଷ ହେବ ପୋଲାଭରମ୍‌ ପ୍ରକଳ୍ପ । ଏନେଇ ସୂଚନା ଦେଇଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ । ଅଧିକ ପଢନ୍ତୁ...

ପୋଲାଭରମ୍‌ ପ୍ରକଳ୍ପ
ପୋଲାଭରମ୍‌ ପ୍ରକଳ୍ପ
author img

By

Published : Dec 3, 2020, 7:19 AM IST

ଅମରାବତୀ: ଆନ୍ଧ୍ରର ବହୁ ପ୍ରତୀକ୍ଷିତ ପୋଲାଭରମ୍‌ ପ୍ରକଳ୍ପର କାମ 2021 ଡିସେମ୍ବର ସୁଦ୍ଧା ଶେଷ ହେବ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ୱାଇଏସ ଜଗନ ମୋହନ ରେଡ୍ଡୀ । ଏହାସହ ପ୍ରକଳ୍ପ ନିକଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ୱାଇଏସ ରାଜଶେଖର ରେଡ୍ଡୀଙ୍କ 100 ଫୁଟ୍‌ ଉଚ୍ଚର ଏକ ପ୍ରତିମୂର୍ତ୍ତୀ ହେବାକୁ ସରକାର ନିଷ୍ପତ୍ତି ନେଇଥିବା ସେ ଜଣାଇଛନ୍ତି ।

ରାଜ୍ୟ ବିଧାନସଭାରେ ପୋଲାଭରମ୍‌ ପ୍ରକଳ୍ପ ଉପରେ ଆଲୋଚନା ସମୟରେ ଜଗନ ଏପରି କହିଛନ୍ତି । ପୂର୍ବର ଟିଡିପି ସରକାର ପ୍ରକଳ୍ପକୁ ବିଳମ୍ବିତ କରିଥିବା ନେଇ କହିବା ସହ ଉଚ୍ଚତା କମାଯାଇ 45.72 ମିଟର ରହିଥିବା ଚର୍ଚ୍ଚାକୁ ସେ ଖଣ୍ଡନ କରିଛନ୍ତି । ସେହିପରି 2022 ମସିହା ଖରିଫ୍‌ ଋତୁରେ ହିଁ ଚାଷୀମାନେ ପ୍ରକଳ୍ପରୁ ଜଳସେଚନର ସୁବିଧା ପାଇବେ ବୋଲି ଜଗନ ଗୃହରେ ଜଣାଇଛନ୍ତି ।

ମୁଖ୍ୟମନ୍ତ୍ରୀ ଜଗନ କହିଛନ୍ତି,‘ପରିଚାଳନାଗତ ତ୍ରୁଟି ଓ ଦୁର୍ନୀତିରେ ଲିପ୍ତଥିବା ପୂର୍ବ ସରକାର ପ୍ରକଳ୍ପକୁ ଏକ ଏଟିଏମ୍‌ ଭଳି ବ୍ୟବହାର କରୁଥିବାର ପ୍ରଧାନମନ୍ତ୍ରୀ କହିଥିଲେ । ହେଲେ ଆମେ କାମକୁ ତ୍ବରାନ୍ବିତ କରିବା ସହ 2014 ମସିହାରେ ଧାର୍ଯ୍ୟ ହୋଇଥିବା ବ୍ୟୟ ଅଟକଳ ଅନୁସାରେ ସାରିବାକୁ ନିଷ୍ପତ୍ତି ନେଇଛୁ ଓ କାମକୁ ଆଗେଇ ନେଉଛୁ ।’

ସୂଚନାଥାଉକି, ଗୋଦାବରୀ ନଦୀ ଉପରେ ଆନ୍ଧ୍ର ପ୍ରଦେଶର ସବୁଠୁ ବଡ ପ୍ରକଳ୍ପ ପୋଲାଭରମ୍‌ ପ୍ରକଳ୍ପ ହେଉଛି । ଯାହାକୁ ନେଇ ଅନେକ ଗାଁ ଜଳବନ୍ଦୀ ହେବାର ଆଶଙ୍କା ରହିଛି । ସେହିପରି ଏହାର ପ୍ରଭାବରେ ଓଡିଶାର ଅନେକ ଗାଁ ମଧ୍ୟ ଜଳବନ୍ଦୀ ହେବାକୁ ଥିବାବେଳେ ରାଜ୍ୟ ସରକାର ଏନେଇ ସୁପ୍ରିମକୋର୍ଟ ଯାଇଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.