ETV Bharat / bharat

Odisha Investors Meet: ସମ୍ମିଳନୀ ପୂର୍ବରୁ 37 ପୁଞ୍ଜିପତିଙ୍କ ସହ ଆଲୋଚନା କରୁଛନ୍ତି ନବୀନ - ଓଡି଼ଶା ଇନଭେଷ୍ଟର୍ସ ମିଟ

ଆଜି ସନ୍ଧ୍ୟାରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବ ଓଡି଼ଶା ଇନଭେଷ୍ଟର୍ସ ମିଟ । ଏହାପୂର୍ବରୁ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ନେଇ ହାଇଦ୍ରାବାଦରେ ନିବେଶକଙ୍କ ସହ ସିଧାସଳଖ ଅର୍ଥାତ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ । ଅଧିକ ପଢନ୍ତୁ

cm naveen patnaik address investors and industrialist on odisha investor meet in hyderabad
Odisha Investors Meet: ଆଜି ପୁଞ୍ଜିପତିଙ୍କ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ
author img

By

Published : Oct 17, 2022, 1:53 PM IST

ହାଇଦ୍ରାବାଦ: ହାଇଦ୍ରାବାଦ ଗସ୍ତରେ ଅଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି (ସୋମବାର) ହାଇଦ୍ରାବାଦରେ ସନ୍ଧ୍ୟାରେ ଅନୁଷ୍ଠିତ ନିବେଶକ ସମ୍ମିଳନୀ । ଯାହାକୁ ରାଜ୍ୟ ସରକାର ଏବଂ ଶିଳ୍ପ ସଂଘ ଫିକିର ମିଳିତ ଆନୁକୂଲ୍ୟରେ ଓଡ଼ିଶା ନିବେଶକ ସମ୍ମିଳନୀ ଆୟୋଜନ କରାଯାଇଛି । ଏଥିରେ ଶିଳ୍ପ କ୍ଷେତ୍ରରୁ ପ୍ରାୟ 300 ନିବେଶକ ଯୋଗ ଦେଇଛନ୍ତି । ନିବେଶକ ସମ୍ମିଳନୀ ପୂର୍ବରୁ ଶିଳ୍ପପତିଙ୍କ ସହିତ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

cm naveen patnaik address investors and industrialist on odisha investor meet in hyderabad
Odisha Investors Meet: ଆଜି ପୁଞ୍ଜିପତିଙ୍କ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ

ନଭେମ୍ବର ୩୦ରୁ ଡିସେମ୍ବର ୪ତାରିଖ ଯାଏଁ ଭୁବନେଶ୍ବରରେ ହେବ ମେକ ଇନ ଓଡିଶା-୩ ସଂସ୍କରଣ । ଏଥିପାଇଁ ମୁଖ୍ୟମନ୍ତ୍ରୀ ନିଜେ ଗତ ଜୁଲାଇ ମାସରେ ଦୁବାଇ ଏବଂ ଏହାପରେ ଗତ ସେପ୍ଟେମ୍ବର ମାସରେ ପର୍ଯ୍ୟାୟକ୍ରମେ ଦିଲ୍ଲୀ, ମୁମ୍ବାଇ ଏବଂ ବେଙ୍ଗାଲୁରୁ ଯାଇ ଶିଳ୍ପପତିଙ୍କ ସହିତ ଭେଟି ୱାନ ଟୁ ୱାନ ଆଲୋଚନା କରିଛନ୍ତି । ଏଥି ସହିତ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ନେଇ ବିଜନେସ ଟାଇକୁଣ୍ଡମାନଙ୍କୁ ପ୍ରବର୍ତ୍ତାଇଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ଆଜି ହାଇଦ୍ରାବାଦର ହୋଟେଲ ତାଜ କ୍ରିଷ୍ଣାରେ 5ମ ତଥା ଶେଷ ଓଡ଼ିଶା ଇନଭେଷ୍ଟର୍ସ ମିଟ ସନ୍ଧ୍ୟାରେ ଅନୁଷ୍ଠିତ ହେବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଶିଳ୍ପମନ୍ତ୍ରୀଙ୍କ ସମେତ ରାଜ୍ୟ ସରକାରଙ୍କ ପ୍ରମୁଖ ସଚିବ ଯୋଗ ଦେବେ ।

ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାଇକ୍ରୋସଫ୍ଟ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ରାଜୀବ କୁମାର, ଭାରତ ବାୟୋଟେକ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ମୁଖ୍ୟ କ୍ରୀଷ୍ଣା ଏଲା, CTRLS ଡାଟା ସେଣ୍ଟର ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ମୁଖ୍ୟ ପିଏସ ରେଡ୍ଡି, ସନଭିରା ଇଣ୍ଡଷ୍ଟ୍ରିର ପରିଚାଳନା ନିର୍ଦ୍ଦେଶକ ୟାଏ ରାଜୀବ ରେଡ୍ଡି, ଆରୋନ କ୍ୟାପିଟାଲର ପରିଚାଳନା ନିର୍ଦ୍ଦେଶକ ଡାଭିଡ ୱାଲ୍ଫ ଯୋଗ ଦେଇଛନ୍ତି । ସେହିପରି ତୋଷାଳି ସିମେଣ୍ଟ ପରିଚାଳନା ନିର୍ଦ୍ଦେଶକ ମୁଖ୍ୟ ଏମଏସଆରଭି ପ୍ରସାଦ, ବିଜୟନଗର ବାୟୋଟେକର ପରିଚାଳନା ନିର୍ଦ୍ଦେଶକ ଡି ଭି ରାଜୁ, ରାମକି ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ୟାଏ ଆର୍ ନାଗରାଜା, ମାହା ସିମେଣ୍ଟର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ରାମେଶ୍ବର ଜେ ରାଓ, ସୃଷ୍ଟି କଣ୍ଟେକ ପ୍ରାଇଭେଟ ଲିମିଟେଡର ମୁଖ୍ୟ ନିର୍ବାହୀ ଅଧିକାରୀ ଜମପଲା, ମଞ୍ଜିରା ଗ୍ରୁପ ପରିଚାଳନା ନିର୍ଦ୍ଦେଶକ ଜି ଯୋଗାନନ୍ଦ ଏବଂ ଆପୋଲୋ ସ୍ପେଶିଆଲିଟି ହସ୍ପିଟାଲ ପ୍ରାଇଭେଟ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ଅନିନ୍ଦିଥ ରେଡ୍ଡିଙ୍କ ସମେତ 37 ଜଣ ପୁଞ୍ଜିପତି ସାମିଲ ହୋଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Odisha Investors Meet: ଓଡିଶାରେ ପୁଞ୍ଜି ନିବେଶ ପାଇଁ ହାଇଦ୍ରାବାଦରେ ନିବେଶକଙ୍କୁ ଭେଟିବେ ମୁଖ୍ୟମନ୍ତ୍ରୀ

ଓଡିଶାକୁ ନିବେଶକଙ୍କୁ ଆକୃଷ୍ଟ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଉଦ୍ୟମ କରାଯାଉଛି । ଓଡିଶାକୁ କିଭଳି ଅଧିକରୁ ଅଧିକ ପୁଞ୍ଜି ନିବେଶକ ଆସିବେ ଏବଂ ପୁଞ୍ଜି ନିବେଶ କରିବେ ସନେଇ ମୁଖ୍ୟମନ୍ତ୍ରୀ ନିଜେ ଉଦ୍ୟମ ଚଳାଇଛନ୍ତି । ଓଡିଶାରେ ଶିଳ୍ପ ପ୍ରତିଷ୍ଠା କରିଲେ କଣ କଣ ସୁବିଧା ଦିଆଯିବ ସେନେଇ ହାଇଦ୍ରାବାଦରେ ନିବେଶକଙ୍କ ସହ ସିଧାସଳଖ ଅର୍ଥାତ ୱାନ ଟୁ ୱାନ ଆଲୋଚନା କରୁଛନ୍ତି ନବୀନ ।

ସୂଚନା ଥାଉକି, ଭୁବନେଶ୍ବରରେ ନଭେମ୍ବର 30ରୁ ଡିସେମ୍ବର 4 ପର୍ଯ୍ୟନ୍ତ ଏହା ଚାଲିବ । ଏହି ସମ୍ମିଳନୀରେ ଯୋଗ ଦେବାକୁ ମୁଖ୍ୟମନ୍ତ୍ରୀ ମିନା ଦେଶସମୂହ (ମଧ୍ୟପୂର୍ବ ଓ ଉତ୍ତର ଆଫ୍ରିକାର ଦେଶ) ନିବେଶକମାନଙ୍କୁ ଆମନ୍ତ୍ରିତ କରିଛନ୍ତି । ଏହି ସମ୍ମିଳନୀରେ ଖଣି, ଧାତୁ, ବୟନ ଶିଳ୍ପ, ଖାଦ୍ୟ ପ୍ରକ୍ରିୟାକରଣ, ରସାୟନ ଆଦି ଶିଳ୍ପ ଉପରେ ଫୋକସ ରହିବ । ବିଭିନ୍ନ କମ୍ପାନୀ ଓଡ଼ିଶାରେ ପୁଞ୍ଜି ନିବେଶ କରିବା ଲାଗି ଆଗ୍ରହ ପ୍ରକାଶ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.