ETV Bharat / bharat

ଭାରତୀୟ ଉଦ୍ୟୋଗ ଉପରେ ଆତ୍ମନିର୍ଭର ଭାରତର ବଡ ଦାୟିତ୍ବ: ପ୍ରଧାନମନ୍ତ୍ରୀ - ଆତ୍ମନିର୍ଭର ଭାରତ

ଭାରତୀୟ ଉଦ୍ୟୋଗ ପରିସଂଘ(ସିସିଆଇ)ର ବାର୍ଷିକ ବୈଠକକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକର ବିଷୟ ରହିଥିଲା ଇଣ୍ଡିଆ@75: ଗଭର୍ଣ୍ଣମେଣ୍ଟ ଆଣ୍ଡ୍‌ ବିଜନେସ ୱାର୍କିଂ ଫର୍‌ ଆତ୍ମନିର୍ଭର ଭାରତ । ଅଧିକ ପଢନ୍ତୁ...

ଭାରତୀୟ ଉଦ୍ୟୋଗ ଉପରେ ଆତ୍ମନିର୍ଭର ଭାରତର ବଡ ଦାୟିତ୍ବ: ପ୍ରଧାନମନ୍ତ୍ରୀ

author img

By

Published : Aug 11, 2021, 7:22 PM IST

ନୂଆଦିଲ୍ଲୀ: ଭାରତୀୟ ଉଦ୍ୟୋଗ ଉପରେ ରହିଛି ଆତ୍ମନିର୍ଭର ଭାରତର ବଡ ଦାୟିତ୍ବ । ଆଜି ଦେଶରେ ଏଭଳି ସରକାର ରହିଛି, ଯିଏ ଦେଶହୀତରେ ବଡରୁ ଅତି ବଡ ରିସ୍କ୍‌ ଉଠାଇବାକୁ ସର୍ବଦା ପ୍ରସ୍ତୁତ । ଭାରତୀୟ ଉଦ୍ୟୋଗ ପରିସଂଘ(ସିସିଆଇ)ର ବାର୍ଷିକ ବୈଠକକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବୈଠକର ବିଷୟ ରହିଥିଲା ଇଣ୍ଡିଆ@75: ଗଭର୍ଣ୍ଣମେଣ୍ଟ ଆଣ୍ଡ୍‌ ବିଜନେସ ୱାର୍କିଂ ଫର୍‌ ଆତ୍ମନିର୍ଭର ଭାରତ । ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି, CII ବୈଠକ ଏଥର ୭୫ ତମ ସ୍ବାଧୀନତା ଦିବସ ଅବସରରେ ଏବଂ ସ୍ବତନ୍ତ୍ରତାର ଅମୃତ ମହୋତ୍ସବ ମଧ୍ୟରେ ଅନୁଷ୍ଠିତ ହୋଇଛି । ଏହା ଅତ୍ୟନ୍ତ ବଡ ଅବସର । ଭାରତୀୟ ଉଦ୍ୟୋଗ ଜଗତରେ ନୂଆ ସଂକଳ୍ପ ଓ ନୂଆ ଲକ୍ଷ୍ୟ ପାଇଁ ଭାରତୀୟ ଉଦ୍ୟୋଗ ଉପରେ ରହିଛି ବଡ ଦାୟିତ୍ବ ।

ଆଜି ନୂଆ ଭାରତ ନୂଆ ଦୁନିଆ ସହ ଆଗେଇ ଚାଲିବାକୁ ପ୍ରସ୍ତୁତ ଓ ତତ୍ପର ରହିଛି । ଯେଉଁ ଭାରତ ବିଦେଶୀ ନିବେଶର ଆଶଙ୍କାରେ ରହିଥିଲା, ତାହା ଏବେ ସମସ୍ତ ପ୍ରକାର ନିବେଶର ସ୍ବାଗତ କରୁଛି । ଗତବର୍ଷ ଯେଉଁ ପରିବର୍ତ୍ତନ ହୋଇଛି, ତାହା ସମସ୍ତେ ଦେଖିଛନ୍ତି । ଆଜି ଭାରତ ଅନେକ କ୍ଷେତ୍ରରେ ନିବେଶକୁ ନିମନ୍ତ୍ରୀତ କରୁଥିବା କହିଛନ୍ତି ପ୍ରଧାନମନ୍ତ୍ରୀ । ଭାରତରେ ଉତ୍ପାଦର ମହତ୍ବ ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ସ୍ଥିତି ଦୃତ ଗତିରେ ବଦଳୁଛି । ଆଜି ଦେଶବାସୀଙ୍କ ଭାବନା, ଭାରତରେ ନିର୍ମିତ ଉତ୍ପାଦ ସହ ରହିଛି । କମ୍ପାନୀ ଭାରତୀୟ ହେଉ ଏହା ଜରୁରୀ ନୁହେଁ, କିନ୍ତୁ ଆଜି ପ୍ରତ୍ୟେକ ଭାରତୀୟ ଭାରତରେ ନିର୍ମିତ ଉତ୍ପାଦକୁ ଆପଣାଉଛନ୍ତି ।

ସମୟ ଥିଲା ଯେବେ ଆମକୁ ଲାଗୁଥିଲା ଯେ ଯାହା ବିଦେଶୀ ତାହା ଉତ୍ତମ । ଏହି ସାଇକୋଲୋଜୀର ପରିଣାମ କଣ ତାହା ଉଦ୍ୟୋଗ ଜଗତର ବରିଷ୍ଠ ଉଦ୍ୟୋଗୀ ଭଲ ଭାବରେ ଜାଣିଛନ୍ତି । ଆମ ନିଜ ବ୍ରାଣ୍ଡ୍‌, ଯାହାକୁ ଆମେ କଠିନ ପରିଶ୍ରମରେ ଛିଡା କରିଥିଲେ, ତାହାକୁ ବିଦେଶୀ ନାଁରେ ପ୍ରଚାରିତ କରାଯାଉଥିଲା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।

ପରିବର୍ତ୍ତିତ ସମୟରେ ଯୁବବର୍ଗଙ୍କ ମଧ୍ୟରେ ବଢୁଥିବା ସାହସର ପ୍ରଶଂସା କରି ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଭାରତର ଯୁବପୀଢି ଯେବେ ମୈଦାନକୁ ଓହ୍ଲାଉଛନ୍ତି, ସେବେ ସେମାନେ ପଛଘୁଞ୍ଚା ଦେଉନାହାଁନ୍ତି । ସେମାନେ ପରିଶ୍ରମ କରିବାକୁ ଚାହୁଁଛନ୍ତି । ସେମାନେ ରିସ୍କ ନେବାକୁ ଚାହୁଁଛନ୍ତି । ସେମାନେ ପରିଣାମ ଆମିବାକୁ ତାହୁଁଛନ୍ତି । ହଁ, ଆମେ ଏହି ଜଗତ ସହ ସମ୍ବନ୍ଧ ରଖୁ । ଏହି ଭାବନା ଆଜି ଆମ ଯୁବବର୍ଗଙ୍କ ମଧ୍ୟରେ ଦେଖିବାକୁ ମିଳୁଛି । ଏହି ପ୍ରକାରର ଆତ୍ମବିଶ୍ବାସ ଆଜି ଭାରତର ଷ୍ଟାର୍ଟଅପରେ ରହିଛି ବୋଲି ସମ୍ବୋଧନରେ କହିଛନ୍ତି ମୋଦି ।

ଆଜି ଇଜ୍‌ ଅଫ ଡୁଇଙ୍ଗ ବିଜନେସରେ ବୃଦ୍ଧି, ଉଦ୍ୟୋଗ ଉପରେ ଦେଶର ବିଶ୍ବାସର ପରିଣାମ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, ଇଜ୍‌ ଅଫ ଲିଭିଙ୍ଗରେ ବୃଦ୍ଧି ଘଟିଛି । କମ୍ପାନୀ ଆକ୍ଟରେ କରାଯାଇଥିବା ପରିବର୍ତ୍ତନ ଏହାର ସବୁଠୁ ବଡ ଉଦାହରଣ । ଜିଏସଟି ଲାଗୁ କରିବାର ନିଷ୍ପତ୍ତି ଉପରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ଦେଶରେ ଏଭଳି ସରକାର ରହିଛି, ଯାହା ବଡବଡ ରିସ୍କ ଉଠାଇବାକୁ ପ୍ରସ୍ତୁତ । ପୂର୍ବତନ ସରକାର ରାଜନୈତିକ ରିସ୍କ ଉଠାଇବାକୁ ସାହସ କରୁନଥିବାରୁ ଜିଏସଟି ଏତେ ବର୍ଷ ଧରି ଅଟକି ରହିଥିଲା ବୋଲି ଟାର୍ଗେଟ କରି କହିଛନ୍ତି ମୋଦି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.