ETV Bharat / bharat

ଜୀବନସାଥୀ ଚୟନ କରିବା ମୌଳିକ ଅଧିକାର: ଆହ୍ଲାବାଦ ହାଇକୋର୍ଟ

author img

By

Published : Nov 25, 2020, 10:38 AM IST

ଆହ୍ଲାବାଦ୍‌ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଏଣିକି ଜୀବନସାଥୀ ଚୟନ କରିବା ହେବ ସମସ୍ତଙ୍କ ମୌଳିକ ଅଧିକାର। ଉତ୍ତରପ୍ରଦେଶରେ ଧର୍ମ ପରିବର୍ତ୍ତନ କରି ଜଣେ ହିନ୍ଦୁ ମହିଳାଙ୍କୁ ବିବାହ କରିଥିବା ଜଣେ ମୁସଲିମ ଯୁବକଙ୍କ ଦ୍ବାରା ହୋଇଥିବା ଏକ ଆବେଦନର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଏହି ରାୟ ଦେଇଛନ୍ତି । ଅଧିକ ପଡନ୍ତୁ...

choosing the partner of choice is a fundamental right of the person irrespective of any religion, says high court
ଜୀବନସାଥୀ ଚୟନ କରିବା ମୌଳିକ ଅଧିକାର: ଆହ୍ଲାବାଦ ହାଇକୋର୍ଟ

ଲକ୍ଷ୍ନୌ: ଆହ୍ଲାବାଦ୍‌ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟ । ଏବେ ପ୍ରତ୍ୟେକ ନିଜ ନିଜର ମନପସନ୍ଦ ଜୀବନସାଥୀ ଚୟନ କରିପାରିବେ । କାରଣ ଜୀବନସାଥୀ ଚୟନ କରିବା ଏକ ମୌଳିକ ଅଧିକାର । ଜାତି, ଧର୍ମ ଏବଂ ବର୍ଣ୍ଣ ନିର୍ବିଶେଷରେ ଜଣେ ଜୀବନସାଥୀ ବାଛିବାର ଅଧିକାର ହେଉଛି ବ୍ୟକ୍ତି ସ୍ବାଧୀନତାର ମୂଳ ଆଧାର । ତେଣୁ ବିବାହ କ୍ଷେତ୍ରରେ ଏକ ବ୍ୟକ୍ତିଗତ ସମ୍ପର୍କରେ ହସ୍ତକ୍ଷେପ କରିବା‌ର ଅର୍ଥ ଦୁଇ ଜଣ ବ୍ୟକ୍ତିଙ୍କ ସ୍ବାଧୀନତାର ଅଧିକାରକୁ ଉଲ୍ଲଂଘନ କରିବା । ଉତ୍ତରପ୍ରଦେଶରେ ଧର୍ମ ପରିବର୍ତ୍ତନ କରି ଜଣେ ହିନ୍ଦୁ ମହିଳାଙ୍କୁ ବିବାହ କରିଥିବା ଜଣେ ମୁସଲିମ ଯୁବକଙ୍କ ଦ୍ବାରା ହୋଇଥିବା ଏକ ଆବେଦନର ଶୁଣାଣି କରି ଆହ୍ଲାବାଦ ହାଇକୋର୍ଟ ଏହି ରାୟ ଦେଇଛନ୍ତି ।

ଗତବର୍ଷ ଉତ୍ତରପ୍ରଦେଶ କୁଶିନଗରର ଜଣେ ମୁସଲିମ ଯୁବକ ସଲାମତ୍‌ ଅନ୍ସାରି ଜଣେ ହିନ୍ଦୁ ମହିଳା ପ୍ରିୟଙ୍କା ଖାରୱରଙ୍କୁ ବିବାହ କରିଥିଲେ । ପ୍ରିୟଙ୍କା ତାଙ୍କ ବାପା ମା’ଙ୍କ ଇଚ୍ଛା ବିରୋଧରେ ଧର୍ମ ପରିବର୍ତ୍ତନ କରି ସଲାମତ୍‌ଙ୍କୁ ବିବାହ କରିଥିଲେ। ପରିବାରର ଅଭିଯୋଗ ଆଧାରରେ ଝିଅକୁ ନାବାଳିକା ଦର୍ଶାଇ ସଲାମତ୍‌ଙ୍କ ବିରୋଧରେ ପୋକ୍ସୋ ଆଇନ ଅଧୀନରେ ମାମଲା ରୁଜୁ ହୋଇଥିଲା । ଏହି ମାମଲାର ଶୁଣାଣି କରି ଆଜି ହାଇକୋର୍ଟ ଏଭଳି ମତ ରଖିଛନ୍ତି ।

ଅଦାଲତ କହିଛନ୍ତି ଯେ, କାହାର ବ୍ୟକ୍ତିଗତ ସମ୍ପର୍କରେ ହସ୍ତକ୍ଷେପ କରିବା ହେଉଛି ସେମାନଙ୍କ ସ୍ବାଧିନତା ଅଧିକାରକୁ ଉଲ୍ଲଂଘନ କରିବା । ଏହା ସହ ଜଣେ ଯୁବତୀଙ୍କ ପିତାଙ୍କ ଦ୍ବାରା ଦିଆଯାଇଥିବା ଏଫଆଇଆରକୁ କୋର୍ଟ ଖାରଜ କରିଦେଇଛନ୍ତି । ତେବେ 25 ଅଗଷ୍ଟ 2019 ରେ କୁଶୀନଗରର ବିଷ୍ଣୁପୁର ପୋଲିସ ଷ୍ଟେସନରେ ଦାଖଲ ହୋଇଥିବା ଆଇପିସିର ଧାରା 363, 366, 352, 506 ଏବଂ ପୋକ୍ସୋ ଆକ୍ଟର ଧାରା 7/8 ର FIR ରଦ୍ଦ କରିବାକୁ ଆବେଦନ କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.