ETV Bharat / bharat

ଡୋଭାଲଙ୍କୁ ଭେଟିବେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ, ଚୀନ ହୋଇପାରେ ଆଲୋଚନା ପ୍ରସଙ୍ଗ

ଭାରତ ଆସୁଛନ୍ତି ଶୀର୍ଷ ବାଇଡେନ ପ୍ରଶାସନିକ ଅଧିକାରୀ । ମାର୍ଚ୍ଚ 19ରେ ଭାରତ ଆସିବେ ଆମେରିକାର ପ୍ରତିରକ୍ଷାମନ୍ତ୍ରୀ ଲୋୟଡ ଅଷ୍ଟିନ । ଅଧିକ ପଢନ୍ତୁ...

ଡୋଭାଲଙ୍କୁ ଭେଟିବେ ଆମେରିକା ପ୍ରତିରକ୍ଷା ମନ୍ତ୍ରୀ, ଚୀନ ଉପରେ ହୋଇପାରେ ଆଲୋଚନା

author img

By

Published : Mar 17, 2021, 9:42 PM IST

ନୂଆଦିଲ୍ଲୀ: ବିଶ୍ବର ଶକ୍ତିଶାଳୀ ରାଷ୍ଟ୍ର ଆମେରିକାର କ୍ଷମତା ପରିବର୍ତ୍ତନ ପରେ ପ୍ରଥମ ଥର ଭାରତ ଆସୁଛନ୍ତି ଶୀର୍ଷ ବାଇଡେନ ପ୍ରଶାସନିକ ଅଧିକାରୀ । ମାର୍ଚ୍ଚ 19ରେ ଭାରତ ଆସିବେ ଆମେରିକାର ପ୍ରତିରକ୍ଷାମନ୍ତ୍ରୀ ଲୋୟଡ ଅଷ୍ଟିନ ।

ଆମେରିକା ପ୍ରତିରକ୍ଷାମନ୍ତ୍ରୀ ଅଷ୍ଟିନ ନିଜ ଭାରତ ଗସ୍ତ ସମୟରେ ଦେଶର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କୁ ଭେଟିବାର ରହିଛି କାର୍ଯ୍ୟକ୍ରମ । ଅଷ୍ଟିନ ଓ ଡୋଭାଲଙ୍କ ଏହି ସାକ୍ଷାତକାର ସମୟରେ ଚୀନ ଓ ଗୁରୁତ୍ବପୂର୍ଣ୍ଣ ଆଞ୍ଚଳିକ ସୁରକ୍ଷା ମାମଲା ଉପରେ ହୋଇପାରେ ବୃହତ ଆଲୋଚନା ।

ସରକାରୀ ସୂତ୍ରରୁ ସୂଚନା ଅନୁଯାୟୀ, ଆମେରିକାର ପ୍ରତିରକ୍ଷାମନ୍ତ୍ରୀ ଏନଏସଏ ଅଜିତ ଡୋଭାଲଙ୍କୁ ଶୁକ୍ରବାର ଭେଟିବେ ବୋଲି ଜଣାପଡିଛି । ଏହି ସମୟରେ ଚୀନ ଓ ଆଞ୍ଚଳିକ ସୁରକ୍ଷା ଉପରେ ଆଲୋଚନା ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.