ETV Bharat / bharat

Chikkaballapur Road Accident: ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି, 2 ଲକ୍ଷ ଲେଖାଏଁ କ୍ଷତିପୂରଣ ଘୋଷଣା

author img

By ETV Bharat Odisha Team

Published : Oct 26, 2023, 8:12 PM IST

କର୍ଣ୍ଣାଟକର ଚିକ୍କାବାଲାପୁର ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା 13କୁ ବୃଦ୍ଧି । ରାସ୍ତାକଡରେ ଛିଡା ହୋଇଥିବା ଟ୍ରକକୁ ପିଟିଥିଲା ଟାଟା ସୁମୋ । ସମସ୍ତ ମୃତକ ଆନ୍ଧ୍ର ପ୍ରଦେଶର ବାସିନ୍ଦା । ଅଧିକ ପଢନ୍ତୁ

Chikkaballapur road accident: ମୃତ୍ୟୁ ସଂଖ୍ୟା 13କୁ ବୃଦ୍ଧି, 2 ଲକ୍ଷ ଲେଖାଏଁ କ୍ଷତିପୂରଣ ଘୋଷଣା

ବେଙ୍ଗାଲୁରୁ: କର୍ଣ୍ଣାଟକର ଚିକ୍କାବାଲାପୁରରେ ଆଜି ପୂର୍ବାହ୍ନରେ ଘଟିଥିବା ଦୁର୍ଘଟଣାରେ ମୃତ୍ୟୁସଂଖ୍ୟା 13କୁ ବୃଦ୍ଧି ପାଇଛି । ଆଜି ଅପରାହ୍ନରେ ଆଉ ଜଣେ ଚିକିତ୍ସାଧୀନ ଗୁରୁତରଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଦୁଇ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି । 44 ନମ୍ବର ଜାତୀୟ ରାଜପଥରେ ଛିଡା ହୋଇଥିବା ଏକ ସିମେଣ୍ଟ ଟ୍ରକକୁ ପଛରୁ ଟାଟା ସୁମୋ କାର ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଥିଲା । ପ୍ରାଥମିକ ଭାବେ 12 ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ଏକାଧିକ ଆହତ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ତେବେ ଏକାଧିକ ଗୁରୁତରଙ୍କ ମଧ୍ୟରୁ ଅନ୍ୟ ଜଣେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଛନ୍ତି ।

ସ୍ଥାନୀୟ ପୋଲିସର ସୂଚନା ଅନୁଯାୟୀ, ଦୁର୍ଘଟଣାଗ୍ରସ୍ତ ହୋଇଥିବା ଟାଟା ସୁମୋରେ 15 ଜଣ ଯାତ୍ରା କରୁଥିଲେ । 44 ନମ୍ବର ଜାତୀୟ ରାଜପଥ କଡରେ ଛିଡା ହୋଇଥିବା ଏକ ସିମେଣ୍ଟ ଟ୍ରକକୁ ପଛରୁ ଧକ୍କା ଦେଇଥିଲା ଏହି ଟାଟା ସୁମୋ । ଫଳରେ ଗାଡିଟି ସମ୍ପୂର୍ଣ୍ଣ ଚୂରମାର ହୋଇଯାଇଥିଲା । ଏଥିରେ ଘଟଣାସ୍ଥଳରେ 12 ଜଣଙ୍କ ମୃତ୍ୟୁ ହୋଇଯାଇଥିଲା । ମୃତଦେହଗୁଡିକ ଗାଡି ମଧ୍ୟରେ ଚାପି ହୋଇରହିଥିଲେ । ଅନ୍ୟ 3 ଜଣ ଗୁରୁତର ଆହତଙ୍କୁ ମଧ୍ୟ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେମାନଙ୍କ ମଧ୍ୟରୁ ଆଉ ଜଣେ ଗୁରୁତରଙ୍କ ମୃତ୍ୟୁ ହୋଇଛି । ସମସ୍ତ ମୃତକ ଆନ୍ଧ୍ର ପ୍ରଦେଶର ବାସିନ୍ଦା ହୋଇଥିବା ନେଇ ଅନୁମାନ କରାଯାଉଛି ।

ଏହା ମଧ୍ୟ ପଢନ୍ତୁ:- Tamilnadu accident: ଟାଟା ସୁମୋ- ବସ ଧକ୍କାରେ 7 ମୃତ, 4 ଆହତ

ଏହି ଦୁର୍ଘଟଣାରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଶୋକ ପ୍ରକାଶ କରିବା ସହ ପ୍ରତ୍ୟେକ ମୃତକଙ୍କ ପରିବାର ମୁଖ୍ୟମନ୍ତ୍ରୀ ପାଣ୍ଠିରୁ 2 ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି । ଏନେଇ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏକ୍ସରେ ଟ୍ବିଟ କରି ଦୁଖଃ ପ୍ରକାଶ କରିବା ସହ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ମୃତକଙ୍କ ପରିବାରକୁ ମଧ୍ୟ ଶାନ୍ତ୍ବନା ଦେଇଛନ୍ତି । ନିକଟରେ ତାମିଲନାଡୁରେ ମଧ୍ୟ ଏକ ଦୁର୍ଘଟଣା ଏକାଧିକ ଜୀବନ ନେଇଥିଲା । ଥିରୁବନ୍ନାମଲାଇ ଜିଲ୍ଲା ଅନ୍ତର୍ଗତ ସଙ୍ଗମ-କ୍ରିଷ୍ଣାଗିରି ହାଇଓ୍ବେରେ ବସ୍‌ ଓ ଟାଟା ସୁମୋ କାର ମଧ୍ୟରେ ଦୁର୍ଘଟଣାରେ 7 ଜଣଙ୍କ ମୃତ୍ୟୁ ହୋଇଥିଲା । ଏକାଧିକ ଆହତ ମଧ୍ୟ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.