ETV Bharat / bharat

ଛତିଶଗଡରେ ବିଜୟ ମୁହାଁ ବିଜେପି, ଭୁଲ ହେବ କିି ଏକଜିଟ ପୋଲ୍ ? - ଛତିଶଗଡରେ ବିଜେପି ସରକାର

ଭୁଲ ହେବ କିି ଛତିଶଗଡ ଏକଜିଟ ପୋଲ ? କଂଗ୍ରେସ ହାତରୁ ଖସି ଯିବକି ଛତିଶଗଡ଼ ? କାରଣ ଆରମ୍ଭରୁ କଂଗ୍ରେସକୁ ପଛରେ ପକାଇ ଆଗକୁ ବଢିଚାଲିଛି ବିଜେପି । ତେବେ କିଏ ଗଢିବ ସରକାର, ଆଉ କେଇ ଘଣ୍ଟା ଭିତରେ ସ୍ପଷ୍ଟ ହୋଇଯିବ । ଅଧିକ ପଢନ୍ତୁ

Chhattisgarh election 2023
Chhattisgarh election 2023
author img

By ETV Bharat Odisha Team

Published : Dec 3, 2023, 12:50 PM IST

Updated : Dec 3, 2023, 12:55 PM IST

ରାୟପୁର: ବଦଳିଲାଣି ଛତିଶଗଡ ରାଜନୀତି ସମୀକରଣ । ବିଜେପି ସପକ୍ଷରେ ବହିଲାଣି ନିର୍ବାଚନୀ ହାୱା । ଛତିଶଗଡରେ ଏଥର ମଧ୍ୟ କଂଗ୍ରେସ ସରକାର ଗଢିବ ବୋଲି ଯେଉଁ ଏକଜିଟ୍ ପୋଲ ଆକଳନ ଆସିଥିଲା, ତାହା ଧୀରେ ଧୀରେ ଭୁଲ୍ ସାବ୍ୟସ୍ତ ହେଲାଣି । ସଦ୍ୟତମ ଟ୍ରେଣ୍ଡ ଅନୁସାରେ ବିଜେପି ଆଗକୁ ମାଡି ଚାଲିଛି । ମୁଖ୍ୟମନ୍ତ୍ରୀ ଭୂପେଶ ବଘେଲ ସରକାରକୁ ପଛରେ ପକାଇ ଧୀରେ ଧୀରେ ଆଗକୁ ବଢୁଛି ଭାରତୀୟ ଜନତା ପାର୍ଟି । ଯଦିଓ ଦୁଇ ଦଳ ମଧ୍ୟରେ କଡା ଟକ୍କର ହେଉଛି, ହେଲେ ପ୍ରାରମ୍ଭରୁ ଏପର୍ଯ୍ୟନ୍ତ ବିଜେପି ହିଁ ଅଧିକ ଆସନରେ ଲିଡ୍ କରୁଛି । ଖବର ଲେଖା ହେବା ସୁଦ୍ଧା ବିଜେପି ୫୩ ଆସନରେ ଲିଡ୍ କରୁିଇବା ବେଳେ କଂଗ୍ରେସ ମାତ୍ର ୩୬ଟି ଆସନରେ ଆଗୁଆ ରହିଛି । ତେଣୁ ଏଥର କଂଗ୍ରେସ ହାତ ମୁଠାରୁ ଛତିଶଗଡ ଖସିଗଲା ଭଳି ମନେ ହେଉଛି ।

ରୋଚକ ହେଉଛି ଦାଦା-ପୁତୁରା ଲଢେଇ: କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ରାଜ୍ୟର ୯୦ଟି ଆସନରେ ଭୋଟ୍ ଗଣତି ଜାରି ରହିଛି । ରାଜ୍ୟ ଗୃହମନ୍ତ୍ରୀ ତାମ୍ରଧ୍ବଜ ସାହୁ ଓ ମନ୍ତ୍ରୀ ମହମ୍ମଦ ଆକବରଙ୍କ ଭଳି ବଡ ବଡ ନେତା ବିଜେପିଠୁ ପଛରେ ପଡିଛନ୍ତି । ଏପରି ସ୍ଥଳେ ପାଟନ ଆସନରେ ଦାଦା ପୁତୁରା ଲଢେଇ ରୋଚକ ମୋଡରେ ଅଛି । ଏହି ଆସନରୁ ମୁଖ୍ୟମନ୍ତ୍ରୀ ବଘେଲ ପ୍ରତିଦ୍ବନ୍ଦିତା କରୁଥିବା ବେଳେ ତାଙ୍କୁ ଚେକ୍ ଦେବାକୁ ପୁତୁରା ତଥା ଦୁର୍ଗ ସାଂସଦ ବିଜୟ ବଘେଲଙ୍କୁ ଟିକେଟ ଦେଇଛି ବିଜେପି । ଫଳରେ ଦାଦା ଓ ପୁତୁରାଙ୍କ ମଧ୍ୟରେ କଡା ଟକ୍କର ଦେଖିବାକୁ ମିଳୁଛି । କେତେବେଳେ ପୁତୁରା ଦାଦାଙ୍କ ଠାରୁ ଆଗୁଆ ରହୁଛନ୍ତି ତ ଆଉ କେତେବେଳେ ପୁତୁରାଙ୍କୁ ପଛରେ ପକାଉଛନ୍ତି ବଘେଲ । ତେବେ ସଦ୍ୟତମ ଟ୍ରେଣ୍ଡ ଅନୁସାରେ ଏବେ ମୁଖ୍ୟମନ୍ତ୍ରୀ ବଘେଲ ଲିଡ୍ କରୁଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଯାଦୁଗରଙ୍କ ଯାଦୁରୁ ମୁକ୍ତି ପାଇଲେ ରାଜସ୍ଥାନ ଜନତା: ଗଜେନ୍ଦ୍ର ସିଂ

ରାଜନନ୍ଦଗାଓଁରେ ଆଗୁଆ ରମଣ ସିଂହ: ଦୁର୍ଗ ଗ୍ରାମୀଣ ଆସନରେ ରାଜ୍ୟର ଗୃହମନ୍ତ୍ରୀ ତାମ୍ରଧ୍ବଜ ସାହୁଙ୍କୁ ବିଜେପି ପାର୍ଥୀ ଲଳିତ ଚନ୍ଦ୍ରାକାର ପଛରେ ପକାଇଛନ୍ତି । ଦୁର୍ଗ ସିଟି ସିଟରେ କଂଗ୍ରେସର ଅରୁଣ ବୋରା ପ୍ରତିଦ୍ବନ୍ଦିତା କରୁଥିବା ବେଳେ ତାଙ୍କୁ ଟକ୍କର ଦେବାକୁ ଗଜେନ୍ଦ୍ର ଯାଦବଙ୍କୁ ଟିକେଟ ଦେଇଛନ୍ତି ବିଜେପି । ଏଠାରେ ମଧ୍ୟ ବିଜେପି ପ୍ରାର୍ଥୀ ଆଗୁଆ ଅଛନ୍ତି । ହେଲେ ଭିଲାଇ ନଗର ଆସନରେ କଂଗ୍ରେସର ଦେବେନ୍ଦ୍ର ଯାଦବ ବିଜେପି ପ୍ରାର୍ଥୀ ପ୍ରେମ ପ୍ରକାଶ ପାଣ୍ଡେଙ୍କୁ ପଛରେ ପକାଇଛନ୍ତି । ବୈଶାଳୀ ନଗର ଆସନରେ ବିଜେପିର ରିକେଶ ସେନ କଂଗ୍ରେସ ପ୍ରାର୍ଥୀ ମୁକେଶ ଚନ୍ଦ୍ରକାରଙ୍କ ଠାରୁ ଆଗୁଆ ଅଛନ୍ତି ।

କବର୍ଦ୍ଧା ଆସନରେ ମଧ୍ୟ ମନ୍ତ୍ରୀ ମହମ୍ମଦ ଆକବରଙ୍କୁ ବିଜେପିର ବଜିୟ ଶର୍ମା ପଛରେ ପକାଇଛନ୍ତି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ରମଣ ସିଂହ ରାଜନନ୍ଦଗାଓ ଆସନରେ ଆଗୁଆ ଅଛନ୍ତି । ଏହି ଆସନରେ କଂଗ୍ରେସ ତାଙ୍କ ବିପକ୍ଷରେ ଗିରିଶ ଦେବାଙ୍ଗନଙ୍କୁ ଛିଡା କରିଛି । ତେବେ ବର୍ତ୍ତମାନର ଟ୍ରେଣ୍ଡକୁ ଦେଖିଲେ ଛତିଶଗଡରେ ବିଜେପି ବାଜି ମାରିନେବ ବୋଲି ଆଶା କରାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Dec 3, 2023, 12:55 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.