ETV Bharat / bharat

ହାଇକମାଣ୍ଡ ଯାହାକୁ କହିବେ ସେ ମୁଖ୍ୟମନ୍ତ୍ରୀ ହେବେ: ବାଘେଲ

"ଯଦି କଂଗ୍ରେସ ହାଇ କମାଣ୍ଡ ଆଉ କାହାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦେବାକୁ ଚାହିଁବେ, ତେବେ ତାହାହିଁ ହେବ।" ଏହା କହିଛନ୍ତି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ଅଧିକ ପଢ଼ନ୍ତୁ...

author img

By

Published : Jul 11, 2021, 10:16 PM IST

ହାଇକମାଣ୍ଡ ଯାହାକୁ କହିବେ ସେ ମୁଖ୍ୟମନ୍ତ୍ରୀ ହେବେ: ବାଘେଲ
ହାଇକମାଣ୍ଡ ଯାହାକୁ କହିବେ ସେ ମୁଖ୍ୟମନ୍ତ୍ରୀ ହେବେ: ବାଘେଲ

ନୂଆଦିଲ୍ଲୀ: "ଯଦି କଂଗ୍ରେସ ହାଇ କମାଣ୍ଡ ଆଉ କାହାକୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଦେବାକୁ ଚାହିଁବେ, ତେବେ ତାହାହିଁ ହେବ।" କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସହ ସାକ୍ଷାତକାର ପରେ ଏହା କହିଛନ୍ତି ଛତିଶଗଡ଼ର ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ । ବାଘେଲ କେବଳ ଅଢ଼େଇ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ରହିବେ ବୋଲି ଆଲୋଚନା ହେଉଥିବା ବେଳେ ଏହି ପ୍ରତିକ୍ରିୟା ଦେଇଛନ୍ତି ଛତିଶଗଡ଼ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ।

ଛତିଶଗଡ଼ ଆଞ୍ଚଳିକ ଦଳ ମିଶି ମିଶି ସରକାର ଗଢ଼ିଛି କଂଗ୍ରେସ । ଏଥିପାଇଁ ଦୁଇ ଦଳର ନେତା ଅଢ଼େଇ ବର୍ଷ ଲେଖାଏଁ ମୁଖ୍ୟମନ୍ତ୍ରୀ ହେବାନେଇ ବୁଝାମଣା ହୋଇଥିଲା । ବର୍ତ୍ତମାନ ବାଘେଲଙ୍କ ଅଢ଼େଇ ବର୍ଷ ପୂର୍ଣ୍ଣ ହେଉଥିବାରୁ ସେ ଇସ୍ତଫା ଦେଇ ପାରନ୍ତି ବୋଲି ଆକଳନ ହେଉଥିଲା । ବିଭିନ୍ନ ଆକଳନ ମଧ୍ୟରେ ଭୁପେଶ ବାଘଲେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ଭେଟିଥିଲେ।

ଏହାକୁ ନେଇ ଭୁପେଶ ଭାଘେଲ କହିଛନ୍ତି ଯେ, 2018 ମସିହାରେ ନିର୍ବାଚନରେ ବିଜୟୀ ହେବାପରେ ସୋନିଆ ଗାନ୍ଧୀଙ୍କ ନିର୍ଦ୍ଦେଶରେ ହିଁ ମୁଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଥିଲି । ଏବେ ଯଦି ସେ ଆଉ କାହାକୁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବାକୁ କହିବେ ଏଥିରେ ମୋର କୌଣସି ଆପତ୍ତି ରହିବନି । ରାଜନୀତିରେ ବେଳେବେଳେ ଏଭଳି ବୁଝାମଣା କରିବାକୁ ପଡ଼େ ।

ଆଗକୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଆସୁଛି । ଏଥିପାଇଁ କଂଗ୍ରେସର ହେବିୱେଟମାନେ ସୋନିଆ ଗାନ୍ଧୀଙ୍କୁ ଭେଟିବା ସହ ରଣନୀତି ବିଷୟରେ ଚର୍ଚ୍ଚା କରୁଛନ୍ତି । ତେବେ ଉତ୍ତର ପ୍ରଦେଶ ନିର୍ବାଚନ ପାଇଁ ସମସ୍ତ ଦାୟିତ୍ବ ନେବାକୁ ପ୍ରସ୍ତୁତ ଅଛନ୍ତି ବୋଲି କହିଛନ୍ତି ଭୁପେଶ ବାଘେଲ ।

ଛତିଶଗଡ଼ରେ କଂଗ୍ରେସ ଦଳ ଏକ ତୃତୀୟାଂଶ ସଂଖ୍ୟା ଗରିଷ୍ଠତା ହାସଲ କରିଛି । ଏକ ଆଞ୍ଚଳିକ ଦଳ ସହ ମେଣ୍ଟରେ ସରକାର ଚାଲିଛି । ତେଣୁ ଏଭଳି ବୁଝାମଣା ସ୍ବାକ୍ଷର କରିଥିଲା କଂଗ୍ରେସ । ମେଣ୍ଟ ସରକାରରେ ଏହି ବୁଝାମଣା ହେବା ଏକ ସ୍ବାଭାବିକ କଥା ବୋଲି କହିଛନ୍ତି ଛତିଶଗଡ଼ କଂଗ୍ରେସ ସଭାପତି ପିଏଲ ପୁନିଆ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.